Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ
ଆଜିର ଖବର

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ କଟକ ମଧ୍ୟରେ ଦିନକୁ ଦିନ ବଢ଼ୁଥିବା ଟ୍ରାଫିକ ଜାମ ସମସ୍ୟାକୁ ନେଇ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଯାତାୟାତ ବ୍ୟବସ୍ଥାକୁ ସୁଗମ କରିବା ଏବଂ ଲୋକଙ୍କ ଦୈନନ୍ଦିନ ଯାତ୍ରାକୁ ସହଜ କରିବା ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ବିଭିନ୍ନ ବିଭାଗ ଓ ସଂସ୍ଥା ମଧ୍ୟରେ ସମନ୍ୱୟ ରଖି ଟ୍ରାଫିକ ସମସ୍ୟାର ବ୍ୟବହାରିକ ଓ ଦୀର୍ଘମିଆଦି ସମାଧାନ ଖୋଜିବ ଏହି କମିଟି।

ରାଜଧାନୀ ଅଞ୍ଚଳରେ ବଢ଼ୁଥିବା ଯାନବାହନ ସଂଖ୍ୟା, ଅନିୟନ୍ତ୍ରିତ ପାର୍କିଂ ଏବଂ ବ୍ୟସ୍ତ ଛକଗୁଡ଼ିକରେ ଲାଗୁଥିବା ଟ୍ରାଫିକ ଜାମ ଦୀର୍ଘଦିନ ଧରି ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବିଶେଷକରି ଭୁବନେଶ୍ୱର-କଟକ ଯାତାୟାତ କରୁଥିବା ହଜାର ହଜାର ଯାତ୍ରୀ ପ୍ରତିଦିନ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଏବେ ସମନ୍ୱିତ ଯୋଜନା ମାଧ୍ୟମରେ ସମସ୍ୟାର ସମାଧାନ ଦିଗରେ ଆଗୁଆଁ ହୋଇଛନ୍ତି।

ଗଠିତ କମିଟିରେ ପୂର୍ତ୍ତ ବିଭାଗର ଚିଫ୍ କନଷ୍ଟ୍ରକ୍ସନ୍ ଇଞ୍ଜିନିୟର, ବିଏମସିର ଅତିରିକ୍ତ କମିଶନର, ବିଡିଏର ଇଞ୍ଜିନିୟର, ଟ୍ରାଫିକ ଏସ୍‌ପି ଏବଂ ଟ୍ରାଫିକ ପୋଲିସର ଅତିରିକ୍ତ ଡିସିପିଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି। ବିଭିନ୍ନ ସଂସ୍ଥାର ପ୍ରତିନିଧିଙ୍କୁ ଏକ ମଞ୍ଚରେ ଆଣିବା ଦ୍ୱାରା ଟ୍ରାଫିକ ପରିଚାଳନାରେ ଥିବା ବିଭିନ୍ନ ବାଧା ଓ ସମନ୍ୱୟ ଅଭାବକୁ ଦୂର କରିବା ଲକ୍ଷ୍ୟ ରଖାଯାଇଛି।

ଏହି କମିଟିର ପ୍ରମୁଖ କାର୍ଯ୍ୟ ହେବ ସହର ଓ ଉପକଣ୍ଠରେ ଟ୍ରାଫିକ ଜାମ ସୃଷ୍ଟି କରୁଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରିବା। ଏହାପରେ ସେଠାରେ ତୁରନ୍ତ କାର୍ଯ୍ୟକାରୀ ହୋଇପାରିବା ଭଳି ସ୍ୱଳ୍ପକାଳୀନ ପଦକ୍ଷେପଗୁଡ଼ିକର ଯାଞ୍ଚ ଓ ଅନୁମୋଦନ କରାଯିବ। ଜାମ ସମସ୍ୟାକୁ ଶୀଘ୍ର ହ୍ରାସ କରିବା ସହ ଭବିଷ୍ୟତରେ ଏହାର ସ୍ଥାୟୀ ସମାଧାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।

ବିଶେଷ କରି ଯାନବାହାନ ଓ ପଥଚାରୀଙ୍କ ଗତିବିଧିକୁ ଅଧିକ ସୁଗମ ଓ ସୁରକ୍ଷିତ କରିବା ପାଇଁ ନୂତନ ପଦକ୍ଷେପ ନିଆଯିବ। ଆବଶ୍ୟକ ସ୍ଥାନରେ ରାସ୍ତାର ଲେ-ଆଉଟ୍‌ରେ ପରିବର୍ତ୍ତନ, ଟ୍ରାଫିକ ସିଗ୍ନାଲ୍ ବ୍ୟବସ୍ଥାର ସୁଧାର, ଛକଗୁଡ଼ିକର ପୁନଃଡିଜାଇନ୍ ଏବଂ ପାର୍କିଂ ବ୍ୟବସ୍ଥାର ପୁନର୍ଗଠନ ଭଳି ପଦକ୍ଷେପ ନେବାକୁ କମିଟି ବିଚାର କରିପାରେ।

ସରକାରଙ୍କ ଏହି ପଦକ୍ଷେପକୁ ରାଜଧାନୀ ଅଞ୍ଚଳର ଟ୍ରାଫିକ ସମସ୍ୟା ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଭାବେ ଦେଖାଯାଉଛି। ଯଦି କମିଟିର ସୁପାରିଶଗୁଡ଼ିକୁ ଶୀଘ୍ର କାର୍ଯ୍ୟକାରୀ କରାଯାଏ, ତେବେ ଆସନ୍ତା ଦିନରେ ଭୁବନେଶ୍ୱର-କଟକ ଯାତାୟାତ ଅଧିକ ସୁବିଧାଜନକ ଓ ସମୟସାପେକ୍ଷ ହୋଇପାରିବ।

development commissioner new committee trafficjam twincity
Share. Facebook Twitter LinkedIn Email WhatsApp Copy Link

Related Posts

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026

୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ

June 20, 2026

୭୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ

June 20, 2026
Latest News

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026

୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.