Categories
ଆଜିର ଖବର ରାଜ୍ୟ ଖବର

ଟ୍ୱିନସିଟିକୁ ବର୍ଷା ସତର୍କ ସୂଚନା : ଦିନ 12ଟା 30 ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଭୁବନେଶ୍ୱର ଏବଂ କଟକକୁ ବର୍ଷା ସତର୍କ ସୂଚନା ଜାରି କରାଯାଇଛି । ଉଭୟ ସହରରେ ଅପରାହ୍ନ 12.30 ପର୍ଯ୍ୟନ୍ତ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ ଲଗାଯାଇଛି । ଉଭୟ ସହରରେ ଘଣ୍ଟାପ୍ରତି ପ୍ରାୟ 2ରୁ 3 ସେମି ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ସମୟରେ ଘରୁ ନ ବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ପ୍ରଦାନ କରାଯାଇଛି ।

ବର୍ଷା ଯୋଗୁଁ ରାସ୍ତାରେ ଗାଡ଼ିଗୁଡ଼ିକ ସ୍ପଷ୍ଟ ଭାବେ ଦେଖାଯିବନାହିଁ। ଟ୍ରାଫିକ୍ ଜାମ୍ ମଧ୍ୟ ହୋଇପାରେ। ତେଣୁ ଗାଡ଼ି ଧୀରେ ଚଲାଇବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବର୍ଷା ଓ ଘଡ଼ଘଡ଼ିକୁ ଦୃଷ୍ଟିରେ ରଖି ଯଥା ସମ୍ଭବ ଘରୁ ନ ବାହାରିବାକୁ କୁହାଯାଇଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବା ପରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିଛି। ଲଗାଣ ବର୍ଷା ଯୋଗୁଁ କେତେକ ସ୍ଥାନରେ ପୋଲ ଧୋଇଯିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର

ଦୈତ୍ୟନଗରୀରେ କରୋନା ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ନିର୍ଦ୍ଦେଶ ଦେଲେ ଡିଜିପି

ଭୁବନେଶ୍ୱର: କଟକ-ଭୁବନେଶ୍ୱରରେ କରୋନା ନିୟମ ବାରମ୍ବାର ଉଲ୍ଲଂଘନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ଅମାନିଆଙ୍କୁ ସାବାଡ୍ କରିବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ମାର୍କେଟ ଅଂଚଳରେ ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ଗଠନ ହୋଇଛି କୋଭିଡ୍ ଏନଫୋର୍ସମେଣ୍ଟ ଟିମ୍ । ହଟସ୍ପଟ୍ ଉପରେ କଡା ନଜର ରଖାଯିବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ । ଦୈତ୍ୟନଗରୀରେ ଅଧିକ 50 ଅଫିସର, 5ପ୍ଲାଟୁନ ଆର୍ମଡ ପୋଲିସ ରହିବେ । କୋଭିଡ ଏନଫୋର୍ସମେଣ୍ଟ ଟିମକୁ ଏମାନେ ଅଧିକ କ୍ରିୟାଶୀଳ କରାଇବେ । ଏଥିପାଇଁ ଭୁବନେଶ୍ବରକୁ ତିନୋଟି ଜୋନରେ ବିଭକ୍ତ କରାଯିବ ବୋଲି ପୋଲିସ ଡିଜି କହିଛନ୍ତି । କୋଭିଡ ଏନଫୋର୍ସମେଣ୍ଟ ପାଇଁ ପ୍ରତିଜୋନରେ ଡିସିପି ନେତୃତ୍ୱ ନେବେ ।

Categories
ଆଜିର ଖବର ରାଜ୍ୟ ଖବର

ଦାୟିତ୍ବ ନେଲେ ଟୁଇନ୍‌ସିଟିର 2 ଡିସିପି

ଭୁବନେଶ୍ବର : ଦାୟିତ୍ବ ନେଲେ ଟ୍ବିନିସିଟ୍‌ର 2 ନବନିଯୁକ୍ତ ଡିସିପି । ଭୁବନେଶ୍ବର ପୋଲିସ୍‌ ସେବା ଭବନରେ ଏକ କାର୍ଯ୍ୟକ୍ରମରେ ଉଭୟ ଦାୟିତ୍ବ ଗ୍ରହଣ କରିଛନ୍ତି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ଉପସ୍ଥିତିରେ ଟୁଇନ୍‌ ସିଟିର ଦୁଇ ଡିସିପି ଦାୟିତ୍ବ ଗ୍ରହଣ କରିଛନ୍ତି । ଡିସିପି ଦାୟିତ୍ୱରେ ଥିବା ଅତିରିକ୍ତ ପୁଲିସ୍‌ କମିସନର୍‌ ଅନୁପ କୁମାର ସାହୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ନେଲେ ଉମାଶଙ୍କର ଦାଶ ।ସୂଚନାଯୋଗ୍ୟ, ନୂଆ ଡିସିପି ଉମାଶଙ୍କର ଦାଶ ଏହା ପୂର୍ବରୁ ପୁରୀ ଏସପି ଭାବେ କାର୍ଯ୍ୟ କରୁଥିଲେ।  ସେହିପରି କଟକ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ପ୍ରତୀକ ସିଂ । ବିଦାୟୀ ଡିସିପି ଅଖିଳେଶ୍ବର ସିଂଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ।ପ୍ରତୀକ ସିଂହ ଏହା ପୂର୍ବରୁ କନ୍ଧମାଳ ଏସପି ଭାବେ କାର୍ଯ୍ୟ କରୁଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ବିନ୍‌ ସିଟିରୁ ହଟିବ ନାହିଁ ଲକ୍‌ଡାଉନ୍‌ କଟକଣା : ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : କଟକ- ଭୁବନେଶ୍ୱରରେ ପୂର୍ବଭଳି ଜାରି ରହିବ ଲକଡାଉନ କଟକଣା । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କରୋନା ସଂକ୍ରମଣ ରୋକିବା ଲାଗି ରାଜଧାନୀ ଭୁବନେଶ୍ୱରରେ କଟକଣା ପୂର୍ବଭଳି ବଳବତ୍ତର ରହିବ । ପରବର୍ତ୍ତୀ ସମୟରେ ପରିସ୍ଥିତିରେ ସମୀକ୍ଷା କରିବା ପରେ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇ କୁହାଯାଇଛି । ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଟ୍ବିଟ୍‌ ଜରିଆରେ କହିଛନ୍ତି ଯେ, କୃଷି କାର୍ଯ୍ୟକୁ ଖୁବ୍ ସାବଧାନତାର ସହ ଆରମ୍ଭ କରାଯାଉଛି । କିନ୍ତୁ କଟକ ଓ ଭୁବନେଶ୍ୱରରେ ବେଶି କିଛି ବଦଳିବ ନାହିଁ । କଟକଣା ପୂର୍ବଭଳି ଜାରି ରହିବ। ସେଥି ପାଇଁ ଲୋକେ ଦୟାକରି ଘରେ ରୁହନ୍ତୁ ଏବଂ ନିରାପଦରେ ରୁହନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ଟ୍ବିଟ୍‌ କରିଛନ୍ତି ।