ଟ୍ବିନ୍‌ ସିଟିରୁ ହଟିବ ନାହିଁ ଲକ୍‌ଡାଉନ୍‌ କଟକଣା : ମୁଖ୍ୟ ଶାସନ ସଚିବ

Published: Apr 19, 2020, 7:48 pm IST

ଭୁବନେଶ୍ବର : କଟକ- ଭୁବନେଶ୍ୱରରେ ପୂର୍ବଭଳି ଜାରି ରହିବ ଲକଡାଉନ କଟକଣା । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କରୋନା ସଂକ୍ରମଣ ରୋକିବା ଲାଗି ରାଜଧାନୀ ଭୁବନେଶ୍ୱରରେ କଟକଣା ପୂର୍ବଭଳି ବଳବତ୍ତର ରହିବ । ପରବର୍ତ୍ତୀ ସମୟରେ ପରିସ୍ଥିତିରେ ସମୀକ୍ଷା କରିବା ପରେ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇ କୁହାଯାଇଛି । ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଟ୍ବିଟ୍‌ ଜରିଆରେ କହିଛନ୍ତି ଯେ, କୃଷି କାର୍ଯ୍ୟକୁ ଖୁବ୍ ସାବଧାନତାର ସହ ଆରମ୍ଭ କରାଯାଉଛି । କିନ୍ତୁ କଟକ ଓ ଭୁବନେଶ୍ୱରରେ ବେଶି କିଛି ବଦଳିବ ନାହିଁ । କଟକଣା ପୂର୍ବଭଳି ଜାରି ରହିବ। ସେଥି ପାଇଁ ଲୋକେ ଦୟାକରି ଘରେ ରୁହନ୍ତୁ ଏବଂ ନିରାପଦରେ ରୁହନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ଟ୍ବିଟ୍‌ କରିଛନ୍ତି ।

Related posts