Categories
ଆଜିର ଖବର ରାଜ୍ୟ ଖବର

ପୁଣି ଥରେ ଭୁବନେଶ୍ବର କ୍ଲବର ସଭାପତି ହେଲେ ଅସିତ ତ୍ରିପାଠୀ

ଭୁବନେଶ୍ବର: ପୁଣିଥରେ ଭୁବନେଶ୍ବର କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ। ଗତକାଲି ହୋଇଥିବା ନିର୍ବାଚନରେ ସେ ମୋଟ ୧୧୩୬ ଖଣ୍ଡ ଭୋଟ ମଧ୍ୟରୁ ୯୨୧ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଛନ୍ତି। ଏହି ନିର୍ବାଚନରେ ତାଙ୍କ ସହିତ ପ୍ରତିଦ୍ବନ୍ଦିତା କରୁଥିଲେ ତାପେଶ ରାୟ। ସେ ମାତ୍ର ୨୦୭ ଖଣ୍ଡ ଭୋଟ ହାସଲ କରିଛନ୍ତି।

ଅସିତ ତ୍ରିପାଠୀ ଲଗାତର ୩ୟ ଥର ପାଇଁ କ୍ଲବ ସଭାପତି ହୋଇପାରିଛନ୍ତି। ସେ ୨୦୨୨ରେ ସତ୍ୟ ପ୍ରକାଶ ନନ୍ଦ ଏବଂ ୨୦୨୧ ରେ ପୂର୍ବତମ ମୁଖ୍ୟଶାସନ ସଚିବ ବିଜୟ ତ୍ରିପାଠୀଙ୍କୁ ହରାଇ ନିର୍ବାଚିତ ହୋଇଥିଲେ। ଅସିତ ତ୍ରିପାଠୀ ୨୦୨୦ ଡିସେମ୍ବରରେ ଅବସର ନେବା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅଛନ୍ତି। ଏଥିସହିତ ସେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ମଧ୍ୟ ଅଛନ୍ତି।

Categories
ବିଶେଷ ଖବର

ଆମ୍ଫାନର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଅମ୍ଫାନ୍‌ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ଏବଂ ଏସ୍‌ଆରସି ପ୍ରଦୀପ୍‌ ଜେନାଙ୍କ ପକ୍ଷରୁ ଏକ ପ୍ରେସ୍‌ମିଟ୍‌ କରାଯାଇ ଏହି ସୂଚନା ଦିଆଯାଇଛି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ନିରନ୍ତର ଯୋଗାଯୋଗ ଜାରି ରହିଛି । ଏହା ସହିତ 4 ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ 4 ଜିଲ୍ଲାର ଦାୟିତ୍ବ ପ୍ରଦାନ କରାଯାଇଛି । ବାଲେଶ୍ବର ଜିଲ୍ଲା ପାଇଁ ମଧୁସୂଦନ ପାଢୀ, ଭଦ୍ରକ ପାଇଁ ସୁଶୀଲ ଲୋହାନି, କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା ଏବଂ ଜଗତସିଂହପୁର ପାଇଁ ଶାଶ୍ବତ ମିଶ୍ରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି 4 ପ୍ରଶାସନିକ ଅଧିକାରୀ ଉକ୍ତ ଜିଲ୍ଲା ମାନଙ୍କରେ ପୂର୍ବରୁ କାର୍ଯ୍ୟ କରିଛନ୍ତି । ଏହା ସହିତ ରାଜ୍ୟ ସରକାର ବାତ୍ୟାକୁ ନେଇ ସରକାର ନିଜର ପୂର୍ବ ଅଭିଜ୍ଞତାର ବିନିଯୋଗ କରିବେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଯଦି ବିଦ୍ୟୁତ ସରବରାହ ବିଛିନ୍ନ ହୁଏ ଏହାକୁ ତୁରନ୍ତ ପୁନର୍ବ୍ୟବସ୍ଥିତ କରିବାର ପ୍ରୟାସ କରାଯିବ ।

12ଟି ଜିଲ୍ଲାକୁ ସମୁଦାୟ 13ଟି ଏନ୍‌ଡିଆରଏଫ୍‌ ଟିମ୍‌, 15ଟି ଓଡ୍ରାଫ୍‌ ଟିମ୍‌ ଏବଂ 217ଟି ଅଗ୍ନିଶମ ବିଭାଗ ଟିମ୍‌ ପଠାଯାଇଛି । ଏହି 217ଟି ଟିମ୍‌ 509ଟି ସବ୍‌ଟିମ୍‌ ହୋଇ କାମ କରିପାରିବେ ବୋଲି ସ୍ବତନ୍ତ୍ର ରିଲିଫ୍‌ କମିଶନର ମତ ଦେଇଛନ୍ତି । ସେହିପରି ଏନ୍‌ଡିଆରଏଫ୍‌ର 6ଟି ଟିମ୍‌, 5ଟି ଓଡ୍ରାଫ୍‌ ଟିମ୍‌ ଏବଂ 17ଟି ଅଗ୍ନିଶମ ବିଭାଗ ଟିମ୍‌ ରିଜର୍ଭ ଭାବରେ ରଖାଯାଇଛି । ଆସନ୍ତା କାଲି ଏହାକୁ ନେଇ ଜିଲ୍ଲାପାଳଙ୍କ ସହିତ ଆଉ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରଣ ଆରମ୍ଭ କରାଯାଇଥିବା ବେଳେ ଆସନ୍ତା କାଲି ସୁଦ୍ଧା ଏହାକୁ ସମାପ୍ତ କରିବାର ଯୋଜନା ରଖାଯାଇଛି । ବର୍ତ୍ତମାନ 598ଟି ବାତ୍ୟା ଆଶ୍ରୟସ୍ଥଳ ରହିଛି । ସମସ୍ତ ଟ୍ୟାଙ୍କର ଗୁଡିକୁ ପାଣିରେ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ରିଲିଫ୍‌ କମିଶନର ସୂଚନା ଦେଇଛନ୍ତି । ରାଜ୍ୟରେ ଉପଲବ୍ଧ ରହିଥିବା ସମସ୍ତ ହୋର୍ଡିଂ ଗୁଡିକୁ ହଟାଯିବାର ପ୍ରୟାସ କରାଯାଉଥିବା ନେଇ ଏସ୍‌ଆରସି ସୂଚନା ଦେଇଛନ୍ତି । ସମୁଦ୍ର ମଧ୍ୟକୁ ଯାଇଥିବା 4 ହଜାର ବୋଟ୍‌ ବର୍ତ୍ତମାନ ସୁଦ୍ଧା ଫେରି ଆସିଥିବା ଜଣାପଡିଛି ।

Categories
ବିଶେଷ ଖବର

ଲକ୍‌ଡାଉନ୍‌ 4.0ରେ ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ୍‌ : ଜାଣନ୍ତୁ କଣ ହେଲା କଟକଣା ମୁକ୍ତ

ଭୁବନେଶ୍ବର : ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ଏକ ପ୍ରେସ୍‌ମିଟ୍‌ ଜରିଆରେ ଲକ୍‌ଡାଉନ୍‌ 4.0ର ଗାଇଡ୍‌ଲାଇନ୍‌କୁ ସ୍ପଷ୍ଟ କରିଛନ୍ତି । ଲକ୍‌ଡାଉନ୍‌କର ଗାଇଡ୍‌ଲାଇନ୍‌ ପୂର୍ବରୁ ରାଜ୍ୟରେ କରୋନାର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ । ଦେଶରେ ପ୍ରତି 10 ଲକ୍ଷ ଲୋକଙ୍କ ମଧ୍ୟରୁ 71.27 ଜଣ ଆକ୍ରାନ୍ତ ହେଉଥିବା ବେଳେ ରାଜ୍ୟରେ ଏହି ହାର ମାତ୍ର 19.04 ରହିଛି । ଦେଶରେ ପ୍ରତି 10 ଲକ୍ଷ ଲୋକଙ୍କ ମଧ୍ୟରୁ 170 ଜଣଙ୍କ ଟେଷ୍ଟିଂ କରାଯାଉଥିବା ବେଳେ ରାଜ୍ୟରେ ଏହି ହାର ମାତ୍ର 202 ରହିଛି । ସେହିପରି ମୃତ୍ୟୁହାରରେ ରାଜ୍ୟ 0.46 ରହିଛି ଯାହାକି ସର୍ବନିମ୍ନ ଏହି ସମୟରେ ଭାରତର ମୃତ୍ୟୁହାର 3.9 ରହିଛି । ଭାରତରେ 23.95 ଟେଷ୍ଟିଂରେ ଗୋଟିଏ ପଜିଟିଭ୍‌ ଆସୁଥିବା ବେଳେ ଓଡିଶାରେ ଏହି ହାର 109 ରହିଛି । ଏହା ମଧ୍ୟରେ ଦେଶରେ ସମୁଦାୟ 23 ଲକ୍ଷ ଟେଷ୍ଟିଂ କରାଯାଇଥିବା ବେଳେ ଓଡିଶା 1 ଲକ୍ଷ ଟେଷ୍ଟିଂ ଅତିକ୍ରମ କରିବାକୁ ଯାଉଛି । ରାଜ୍ୟରେ ସମୁଦାୟ 876 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ 277 ଜଣ ସୁସ୍ଥ ହୋଇ ସାରିଛନ୍ତି । ଏହା ସହିତ ଭୁବନେଶ୍ବର ମହାନଗର ନିଗମ ଆଜି କରୋନା ମୁକ୍ତ ହୋଇଥିବା କାରଣରୁ ମୁଖ୍ୟ ଶାସନ ସଚିବ ସନ୍ତୋଷ ପ୍ରକାଶ କରିଥିଲେ । ରାଜ୍ୟର 876 ଆକ୍ରାନ୍ତଙ୍କ ମଧ୍ୟରୁ 764 କେସ୍‌ କ୍ବାରେଣ୍ଟିନ୍‌ ସେଣ୍ଟରରୁ ବାହାରିଛନ୍ତି । ଅନ୍ୟ 122 ଜଣ ଆକ୍ରାନ୍ତଙ୍କ ସମ୍ପର୍କରେ ଆସି ଆକ୍ରାନ୍ତ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ 2 ହଜାର କୋଟିର ଅଧିକ ଅର୍ଥରାଶି ସହାୟତା ଭାବରେ ପ୍ରଦାନ କରାଯାଇଥିଲା । ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଆଗୁଆ ଦରମା ମଧ୍ୟ ପ୍ରଦାନ କରିଛନ୍ତି ସରକାର । ରାଜ୍ୟକୁ ଏହା ମଧ୍ୟରେ 1 ଲକ୍ଷ 76 ହଜାର 301 ଜଣ ପ୍ରବାସୀ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ଫେରିଛନ୍ତି । ଟ୍ରେନ୍‌ ଜରିଆରେ 80 ହଜାର, ବସ୍‌ ଜରିଆରେ 70 ହଜାର ଏବଂ ଅନ୍ୟାନ୍ୟ ଗାଡି ଜରିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ମାନଙ୍କୁ ଅଣାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ 62ଟି ଟ୍ରେନ୍‌ ଆସିଥିବା ବେଳେ ଆସନ୍ତା ଏକ ସପ୍ତାହ ମଧ୍ୟରେ ଆହୁରି 40ଟି ଟ୍ରେନ୍‌ ଆସିବାକୁ ଯାଉଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସେହିପରି କ୍ବାରେଣ୍ଟିନ୍‌ ସେଣ୍ଟର ଏବଂ ଟେଷ୍ଟିଂକୁ ନେଇ ଓଡିଶା ଦେଶରେ ଉଦାହରଣ ସୃଷ୍ଟି କରିଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ଲକ୍‌ଡାଉନ୍‌ 4.0 ସମୟରେ ଏକାଧିକ କଟକଣା ଉଠିବାକୁ ଥିବା ବେଳେ ସାଧାରଣ ଲୋକ ପୂର୍ବବତ୍‌ ନିୟମ ମାନି ଚଳିବେ । ଟ୍ରେନ୍‌ ଏବଂ ବିମାନ ଚଳାଚଳକୁ ବନ୍ଦ ରଖାଯାଇଥିବା ବେଳେ ଏୟାର ଆମ୍ବୁଲାନ୍ସ ଜରିଆରେ ସ୍ବତନ୍ତ୍ର ରୋଗୀଙ୍କୁ ବିମାନ ଯାତ୍ରାର ସୁଯୋଗ ମିଳିପାରିବ । ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିବା ବେଳେ ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥାକୁ ପ୍ରାଧାନ୍ୟ ଦିଆଯାଇଛି । ହୋଟେଲ ଏବଂ ରେଷ୍ଟୁରାଣ୍ଟ ଗୁଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ଘରକୁ ପାର୍ସଲ୍‌ ଏବଂ ହୋମ୍‌ ଡେଲିଭରୀ ଜାରି ରହିବ।

ଏହି ସମୟରେ ସମସ୍ତ ସ୍କୁଲ୍‌, କଲେଜ୍‌, ଜିମ୍‌, ସ୍ବିମିଂପୁଲ୍‌, ସପିଂ ମଲ୍‌ ଏବଂ ସିନେମା ହଲ୍‌କୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଧାର୍ମିକ ଏବଂ ରାଜନୈତିକ ଏକତ୍ରୀକରଣକୁ ବନ୍ଦ ରଖାଯାଇଛି । ଆନ୍ତଃରାଜ୍ୟ ବସ୍‌ ଚଳାଚଳ ଉଭୟ ପକ୍ଷଙ୍କ ସହମତି ଭିତ୍ତିରେ ଚାଲୁ କରାଯିବ । ସାମାଜିକ ଦୂରତ୍ବ ନିୟମ ସହିତ ଘରୋଇ ଟ୍ୟାକ୍ସି,କ୍ୟାବ୍‌ ଚଳାଚଳ କରିପାରିବେ । ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍‌ କମିଶନର ରେଡ୍‌, ଗ୍ରୀନ୍‌ ଏବଂ ଅରେଞ୍ଜ ଜୋନ୍‌ ନିର୍ଦ୍ଧାରଣ କରିବେ । ଏହା ସହିତ ବିଭିନ୍ନ ଷ୍ଟାଡିୟମ୍‌କୁ ଖୋଲାଯିବ ମାତ୍ର ଦର୍ଶକଙ୍କୁ ପ୍ରବେଶର ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ରାଜ୍ୟର ସମସ୍ତ କ୍ବାରେଣ୍ଟିନ୍‌ ସେଣ୍ଟର ଏବଂ କୋଭିଡ୍‌ ହସ୍ପିଟାଲକୁ କଣ୍ଟେନମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯିବ । କଣ୍ଟେନମେଣ୍ଟ ଜୋନ୍‌ ବ୍ୟତିତ ଅନ୍ୟ ସମସ୍ତ ସ୍ଥାନ ଗୁଡିକରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ଖୋଲାଯିବ । ମାସ୍କ ପିନ୍ଧିବା ବର୍ତ୍ତମାନ ଜରୁରୀ ହୋଇଥିବା ବେଳେ ଆଗାମୀ ଦିନରେ ଏହାକୁ ବଳବତ୍ତର ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଥିଲେ । ସେହିପରି ସର୍ବସାଧାରଣ ସ୍ଥାନରେ ଛେପ ନପକାଇବା ସହିତ ସାମାଜିକ ଦୂରତ୍ବକୁ ପାଳନ କରିବା ପାଇଁ ଅନୁରୋଧ କରିଥିଲେ ମୁଖ୍ୟ ଶାସନ ସଚିବ । ରାଜ୍ୟରେ ବର୍ତ୍ତମାନ କରୋନାର ସ୍ଥିତି ଭଲ ରହିଛି ଏବଂ ଆଗାମୀ ଦିନରେ ଅର୍ଥନୀତିରେ ଉନ୍ନତି ଘଟିବ ବୋଲି ମୁଖ୍ୟ ଶାସନ ସଚିବ ମତ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

କ୍ବାରେଣ୍ଟାଇନ୍‌ ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ବିଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକ ମାନେ ଫେରୁଥିବା ବେଳେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ଫେରୁଥିବା ପ୍ରବାସୀ ଶ୍ରମିକ ମାନେ ନିୟମର ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରେସ୍‌ ମିଟ୍‌ରେ କହିଛନ୍ତି । ଆଜି କିଛି ଶ୍ରମିକ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଭଙ୍ଗାରୁଜା କରିବା ପରେ ମୁଖ୍ୟ ଶାସନ ସଚିବ ଏହି ମତ ଦେଇଛନ୍ତି ।

ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ନିକଟରେ ଉପଯୁକ୍ତ ପାସ୍‌ ନଥିଲେ କିମ୍ବା ଆସୁଥିବା ବସ୍‌ରେ ସୋସିଆଲ ଡିଷ୍ଟାନ୍ସିଂର ପାଳନ କରାଯାଉନଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବସ୍‌କୁ ମିଳିଥିବା ରୁଟ୍‌ ବ୍ୟତିରେକ ଅନ୍ୟାନ୍ୟ ରୁଟ୍‌ରେ ଗଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରବାସୀ ବିଶୃଙ୍ଖଳିତ ହେଲେ ଜିଲ୍ଲାପାଳ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ବସ୍‌ରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଥିଲେ ବସ୍‌କୁ ଫେରାଇ ଦିଆଯିବ ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ବିନ୍‌ ସିଟିରୁ ହଟିବ ନାହିଁ ଲକ୍‌ଡାଉନ୍‌ କଟକଣା : ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : କଟକ- ଭୁବନେଶ୍ୱରରେ ପୂର୍ବଭଳି ଜାରି ରହିବ ଲକଡାଉନ କଟକଣା । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କରୋନା ସଂକ୍ରମଣ ରୋକିବା ଲାଗି ରାଜଧାନୀ ଭୁବନେଶ୍ୱରରେ କଟକଣା ପୂର୍ବଭଳି ବଳବତ୍ତର ରହିବ । ପରବର୍ତ୍ତୀ ସମୟରେ ପରିସ୍ଥିତିରେ ସମୀକ୍ଷା କରିବା ପରେ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇ କୁହାଯାଇଛି । ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଟ୍ବିଟ୍‌ ଜରିଆରେ କହିଛନ୍ତି ଯେ, କୃଷି କାର୍ଯ୍ୟକୁ ଖୁବ୍ ସାବଧାନତାର ସହ ଆରମ୍ଭ କରାଯାଉଛି । କିନ୍ତୁ କଟକ ଓ ଭୁବନେଶ୍ୱରରେ ବେଶି କିଛି ବଦଳିବ ନାହିଁ । କଟକଣା ପୂର୍ବଭଳି ଜାରି ରହିବ। ସେଥି ପାଇଁ ଲୋକେ ଦୟାକରି ଘରେ ରୁହନ୍ତୁ ଏବଂ ନିରାପଦରେ ରୁହନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ଟ୍ବିଟ୍‌ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଚନ୍ଦ୍ରଭାଗା ପାଇଁ ମାଷ୍ଟର ପ୍ଲାନ୍‌ ହେବ : ମୁଖ୍ୟ ଶାସନ ସଚିବ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ସକାଳୁ ସକାଳୁ ଇକୋ ରିଟ୍ରିଟ୍‌ରେ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଦେଖିବାକୁ ମିଳିଛି। କୋଣାର୍କରୁ ଚନ୍ଦ୍ରଭାଗା ଯାଏଁ ପ୍ରାତଃଭ୍ରମଣ କଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ। ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର, ଏସ୍‌.ପି. ଠାକୁର ମଧ୍ୟ ପ୍ରମୁଖ ସାମିଲ୍‌ ରହିଛନ୍ତି । ଚନ୍ଦ୍ରଭାଗା ପାଇଁ ମାଷ୍ଟରପ୍ଲାନ୍‌ ହେବ କହିଲେ ମୁଖ୍ୟ ସଚିବ ଅସିତ୍‌ ତ୍ରିପାଠ। ଆଜି ସନ୍ଧ୍ୟାରେ ନଲେଜ୍‌ ହବ୍‌ଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। କିଛି ଦିନ ତଳେ 5ଟି ସଚିବ ଭିକେ ପାଣ୍ଡିଆନ୍‌ କୋଣାର୍କ ଗସ୍ତ କରି ଏହାର ଚତୁଃପାର୍ଶ୍ବ ତଦାରଖ କରିଥିଲେ । ରାଜ୍ୟ ସରକାର ଓଡ଼ିଶାର ପର୍ଯ୍ୟଟନସ୍ଥଳୀକୁ ବିଶ୍ବଦରବାରରେ ଅଧିକ ଲୋକପ୍ରିୟ କରିବା ଦିଗରେ ବିଶେଷ ଯତ୍ନବାନ ହୋଇଛନ୍ତି ।

Categories
ଫଟୋ ଖବର

ବାରିପଦାର ପିଆରଏମ ମେଡିକାଲ କଲେଜରେ ରୋଗୀଙ୍କ ସହିତ ଆଲୋଚନା କରୁଛନ୍ତି ମୁଖ୍ୟ ଶଶସନ ସଚିବ ଅସିତ ତ୍ରିପାଠୀ

Chief Secretary Sri Asit Tripathy discussing with the patients in PRM Medical college at hospital at Baripada.