ଭୁବନେଶ୍ଵର : ଅସହ୍ୟ ଗରମ ଓ ଗୁଳଗୁଳିରୁ ମିଳିଲା ଟିକେ ଆଶ୍ଵସ୍ତି । ଟ୍ଵିନ ସିଟିରେ ବର୍ଷା ହୋଇଛି। ଆଜି ସନ୍ଧ୍ୟା ସମୟରେ ଭୁବନେଶ୍ବରର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବାବେଳେ କଟକରେ କୁଆପଥର ସହ ବର୍ଷା ହୋଇଛି । ଚଳିତ ବର୍ଷ କମ ବର୍ଷା ହେବ ବୋଲି ଆଇଏମଡ଼ି ରିପୋର୍ଟ ଦେଇଛି। ଏଲ ନିନୋ ପ୍ରଭାବରେ ବର୍ଷା କମ ହେବା ନେଇ ସୂଚନା ରହିଛି ।


