ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଶଙ୍କରପୁର ଗାଁରେ ନଡ଼ିଆ ଗଛକୁ ନେଇ ହୋଇଥିବା ବିବାଦ ହିଂସାରେ ପରିଣତ ହୋଇଛି। ସାନ ଭାଇଙ୍କ ଆକ୍ରମଣରେ ଭାଇ ଓ ଭାଉଜ ଗୁରୁତର ଭାବେ ଆହତ ହୋଇଛନ୍ତି।
ଘଟଣାରେ ଅଭିଯୋଗ ହେଉଛି ଯେ, ସାନ ଭାଇ ଲୋକ ଲଗାଇ ପୂର୍ବ ଯୋଜନା ଅନୁସାରେ ମରଣାନ୍ତକ ଆକ୍ରମଣ କରାଇଥିଲେ। ଆକ୍ରମଣ ସମୟରେ ଧାରୁଆ ଅସ୍ତ୍ର ବ୍ୟବହାର ହୋଇଥିବା କୁହାଯାଉଛି।
ଏହି ଆକ୍ରମଣରେ ଭାଇଙ୍କ ବାମ ଗୋଡ଼ ଓ ଭାଉଜଙ୍କ ପାପୁଲିରେ ଗଭୀର ଆଘାତ ଲାଗିଛି। ଦୁହେଁକୁ ତୁରନ୍ତ ଫକିର ମୋହନ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଘଟଣା ପରେ ଗାଁରେ ଉତ୍ତେଜନା ପରିସ୍ଥିତି ରହିଛି ଏବଂ ସଦର ଥାନା ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।


