Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି
ଆଜିର ଖବର

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସ୍ୱତନ୍ତ୍ର ଟ୍ରେନ
ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

ଭୁବନେଶ୍ୱର: ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି, ଭାରତୀୟ ରେଳବାଇ ବୀରାଙ୍ଗନା ଲକ୍ଷ୍ମୀବାଈ ଝାନ୍ସି–ଖୋର୍ଦ୍ଧା ରୋଡ଼–ବୀରାଙ୍ଗନା ଲକ୍ଷ୍ମୀବାଈ ଝାନ୍ସି , ଭୁବନେଶ୍ୱର–ଯଶବନ୍ତପୁର–ଭୁବନେଶ୍ୱର ଏବଂ ଚେନ୍ନାଇ ସେଣ୍ଟ୍ରାଲ–ସାନ୍ତ୍ରାଗାଛି – ଚେନ୍ନାଇ ସେଣ୍ଟ୍ରାଲ ମଧ୍ୟରେ ଚଳାଚଳ କରୁଥିବା ସାପ୍ତାହିକ ସ୍ପେଶାଲ୍ ଟ୍ରେନର ସେବା ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ଏହି କ୍ରମରେ, ଟ୍ରେନ୍ ନଂ ୦୧୯୨୯ ବୀରାଙ୍ଗନା ଲକ୍ଷ୍ମୀବାଈ ଝାନ୍ସି–ଖୋର୍ଦ୍ଧା ରୋଡ଼ ସାପ୍ତାହିକ ସ୍ପେଶାଲର ସେବା ୨୮ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନଂ ୦୧୯୩୦ ଖୋର୍ଦ୍ଧା ରୋଡ଼–ବୀରାଙ୍ଗନା ଲକ୍ଷ୍ମୀବାଈ ଝାନ୍ସି ସାପ୍ତାହିକ ସ୍ପେଶାଲର ସେବା ୩୦ ଅଗଷ୍ଟ ୨୦୨৬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସେହିପରି, ଟ୍ରେନ୍ ନଂ ୦୨୮୧୧ ଭୁବନେଶ୍ୱର–ଯଶବନ୍ତପୁର ସାପ୍ତାହିକ ସ୍ପେଶାଲର ସେବା ୨୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନଂ ୦୨୮୧୨ ଯଶବନ୍ତପୁର–ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲର ସେବା ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସେହିପରି, ଟ୍ରେନ୍ ନଂ ୦୬୦୭୭ ଚେନ୍ନାଇ ସେଣ୍ଟ୍ରାଲ–ସାନ୍ତ୍ରାଗାଛି ସାପ୍ତାହିକ ସ୍ପେଶାଲ ଟ୍ରେନର ସେବା ୦୪ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନଂ ୦୬୦୭୮ ସାନ୍ତ୍ରାଗାଛି–ଚେନ୍ନାଇ ସେଣ୍ଟ୍ରାଲ ସାପ୍ତାହିକ ସ୍ପେଶାଲର ସେବା ୦୬ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏହି ଟ୍ରେନଗୁଡ଼ିକର ସମୟ, ରହଣି ସ୍ଥାନ ଏବଂ କୋଚ୍ ସଂଖ୍ୟାରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
ଯାତ୍ରୀମାନଙ୍କୁ ଏହି ପରିବର୍ତ୍ତିତ ସମୟସୂଚୀକୁ ନୋଟ୍ କରି ସେହି ଅନୁଯାୟୀ ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ।

ଟ୍ରେନ୍ ସମ୍ବନ୍ଧୀୟ ଅଦ୍ୟତନ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍’ (NTES) କିମ୍ବା ଅଫିସିଆଲ୍ ରେଳ ଅନୁସନ୍ଧାନ ସେବାର ସହାୟତା ନେଇପାରିବେ।

ଭାରତୀୟ ରେଳବାଇ ସେବା ଅବଧି ବୃଦ୍ଧି ସ୍ପେଶାଲ୍ ଟ୍ରେନ
Share. Facebook Twitter LinkedIn Email WhatsApp Copy Link

Related Posts

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026

ନା ବିରାଟ, ନା ରୋହିତ…ଏହି ଭାରତୀୟ ଖେଳାଳିଙ୍କୁ ବୋଲିଂ କରିବା କଷ୍ଟ: ଜୋଫ୍ରା ଆର୍ଚରଙ୍କ ବଡ ବୟାନ

June 22, 2026
Latest News

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026

ନା ବିରାଟ, ନା ରୋହିତ…ଏହି ଭାରତୀୟ ଖେଳାଳିଙ୍କୁ ବୋଲିଂ କରିବା କଷ୍ଟ: ଜୋଫ୍ରା ଆର୍ଚରଙ୍କ ବଡ ବୟାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.