Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଭିନ୍ନ ପ୍ରକଳ୍ପଗୁଡ଼ିକ ଉପରେ ବିଦ୍ୟୁତ ଜନିତ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଆଜିର ଖବର

ବିଭିନ୍ନ ପ୍ରକଳ୍ପଗୁଡ଼ିକ ଉପରେ ବିଦ୍ୟୁତ ଜନିତ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଉପରେ ବିଦ୍ୟୁତ ଜନିତ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଉପରେ ବିଦ୍ୟୁତ ଜନିତ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଖାରବେଳ ଭବନ ଠାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗର ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଚାଲିଥିବା ସଡ଼କ, ସେତୁ ଓ ଭବନ ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଉପରେ ବିଦ୍ୟୁତ ଉପଯୋଗିତା ସ୍ଥାନାନ୍ତରଣ (Electrical Utility Shifting) ଜନିତ ସମସ୍ୟା ଏବଂ ସେଗୁଡ଼ିକର ସମାଧାନ ନେଇ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇଛନ୍ତି।

ଉକ୍ତ ବୈଠକରେ ଉପଯୋଗିତା ସ୍ଥାନାନ୍ତରଣ ଆକଳନ ପ୍ରସ୍ତୁତିରେ ବିଳମ୍ବ, ଡିପୋଜିଟ୍ କାର୍ଯ୍ୟରେ ତଦାରଖ ଶୁଳ୍କ, ୟୁଟିଲାଇଜେସନ୍ ସାର୍ଟିଫିକେଟ୍ ପ୍ରଦାନ, କାର୍ଯ୍ୟ ସମ୍ପାଦନର ସମୟସୀମା ନିର୍ଦ୍ଧାରଣ, ବିଦ୍ୟୁତ ବିଚ୍ଛିନ୍ନତା (Shutdown) ଅନୁମତି, ଟ୍ରାନ୍ସଫର୍ମର ସ୍ଥାପନ, ରାସ୍ତା ଅଧିକାର କ୍ଷେତ୍ର (Right of Way) ମଧ୍ୟରେ ନୂତନ ୟୁଟିଲିଟି ସ୍ଥାପନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ରାଜ୍ୟର ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଏବଂ ଜନସାଧାରଣଙ୍କୁ ଉନ୍ନତ ଭିତ୍ତିଭୂମି ସୁବିଧା ଯୋଗାଇବା ଦିଗରେ ଆବଶ୍ୟକ ଓ ଫଳପ୍ରଦ ପଦକ୍ଷେପ ଗ୍ରହଣ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଗଲା।

ଏକ ବିକଶିତ, ସୁଦୃଢ଼ ଓ ଆଧୁନିକ ଓଡ଼ିଶା ଗଠନ ଲକ୍ଷ୍ୟରେ ସରକାର ପ୍ରତିବଦ୍ଧ।ଭିତ୍ତିଭୂମି କ୍ଷେତ୍ରରେ ଯେକୌଣସି ବାଧାକୁ ଦୂର କରି ଜନସ୍ୱାର୍ଥ ସମ୍ପର୍କିତ ପ୍ରକଳ୍ପଗୁଡ଼ିକର ଶୀଘ୍ର ଓ ସଫଳ କାର୍ଯ୍ୟାନ୍ୱୟନ ଆମର ସର୍ବୋଚ୍ଚ ପ୍ରାଥମିକତା।

ଏହି ଅବସରରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ,ଓପିଟିସିଏଲ୍ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାସ୍କର ଜ୍ୟୋତି ଶର୍ମା, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଅନୁପମ ସାହା, ଇଆଇସି (ସିଭିଲ୍) ଇଂ ସତ୍ୟବ୍ରତ ବେହେରା, ଟିପିସିଓଡିଏଲ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଟାଟା ପାୱାରର ଓଡ଼ିଶା ବିତରଣ ବିଭାଗର ମୁଖ୍ୟ ଗଜାନନ ଏସ୍. କାଲେ, ଟିପିଏନଓଡିଏଲ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଷ୍ୟନ୍ତ କୁମାର ତ୍ୟାଗୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

development EnergyDepartment InfrastructureDevelopment Odisha PrithivirajHarichandan UtilityShifting ViksitOdisha WorksDepartment ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁନ୍ ୨୪ ରେ ଏହି ରାଶିର ବ୍ୟକ୍ତିମାନଙ୍କ ପ୍ରତି ମହାଦେବଙ୍କ ରହିବ ଆଶୀର୍ବାଦ

June 24, 2026

ରଥଯାତ୍ରା ୨୦୨୬ : ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା

June 24, 2026

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣା: ୪ ଜଣ ଗିରଫ

June 24, 2026

ଯୁବତୀକୁ ମାରି ଫିଙ୍ଗିଦେଲେ 

June 23, 2026
Latest News

ବିଭିନ୍ନ ପ୍ରକଳ୍ପଗୁଡ଼ିକ ଉପରେ ବିଦ୍ୟୁତ ଜନିତ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 24, 2026

ଆଜି ଜୁନ୍ ୨୪ ରେ ଏହି ରାଶିର ବ୍ୟକ୍ତିମାନଙ୍କ ପ୍ରତି ମହାଦେବଙ୍କ ରହିବ ଆଶୀର୍ବାଦ

June 24, 2026

ରଥଯାତ୍ରା ୨୦୨୬ : ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା

June 24, 2026

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣା: ୪ ଜଣ ଗିରଫ

June 24, 2026

ଯୁବତୀକୁ ମାରି ଫିଙ୍ଗିଦେଲେ 

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.