Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସନ୍ତାକାଲି ବିଜେଡିରେ ମିଶିବେ ସୁଜାତା କାର୍ତ୍ତିକେୟନ, ଶ୍ରୀମୟୀଙ୍କ ସୂଚନା ପରେ ଚର୍ଚ୍ଚା ଜୋରଦାର
ବିଶେଷ ଖବର

ଆସନ୍ତାକାଲି ବିଜେଡିରେ ମିଶିବେ ସୁଜାତା କାର୍ତ୍ତିକେୟନ, ଶ୍ରୀମୟୀଙ୍କ ସୂଚନା ପରେ ଚର୍ଚ୍ଚା ଜୋରଦାର

June 24, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆସନ୍ତାକାଲି ବିଜେଡିରେ ମିଶିବେ ସୁଜାତା
ଆସନ୍ତାକାଲି ବିଜେଡିରେ ମିଶିବେ ସୁଜାତା କାର୍ତ୍ତିକେୟନ, ଶ୍ରୀମୟୀଙ୍କ ସୂଚନା ପରେ ଚର୍ଚ୍ଚା ଜୋରଦାର

ଭୁବନେଶ୍ବର: ଆସନ୍ତାକାଲି ବିଜେଡିରେ ସାମିଲ ହେବେ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ। ସେଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତାକାଲି ପ୍ରମୁଖ ନେତାଙ୍କ ବୈଠକ ଡାକିଛନ୍ତି। ଏହିପରି ଏକ ସୂଚନା ଦେଇଛନ୍ତି ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର। ତାଙ୍କର ସାମାଜିକ ଗଣମାଧ୍ୟମରେ ଜଣାଇବା ପରେ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। କାରଣ ଏହାକୁ ନେଇ ପୂର୍ବରୁ ବହୁଥର ଚର୍ଚ୍ଚା ଓ ଆଲୋଚନା ଚାଲିଛି। ହେଲେ ଶ୍ରୀମୟୀଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ପରେ ତାହା ତାଜା ହୋଇଯାଇଛି।

ଶ୍ରୀମୟୀ ଲେଖିଛନ୍ତି ଯେ,

୨୦୨୩ କାର୍ତ୍ତିକ ପୂର୍ଣ୍ଣିମାରେ ସରକାର କ୍ଷମତାରୁ ଯିବାର ମୂଳଦୁଆ ପଡିଥିଲା। ଆସନ୍ତାକାଲି ନିର୍ଜଳା ଏକାଦଶୀରେ ଦଳ ନିଶ୍ଚିହ୍ନ ହେବାର ମୂଳଦୁଆ ପଡ଼ିବାକୁ ଯାଉଛି। 2025 ରେ କହିଥିଲି, ଟାଇଟେନିକ ବୁଡ଼ିବା ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।ଜେମାମଣୀଙ୍କ ପାଦୁକା ପୂଜା କରାଇବାକୁ,ତେଲମରା ଭକ୍ତ, ସମ୍ପୂର୍ଣ୍ଣ ପ୍ରସ୍ତୁତ। ନିଜେ ବୁଲି ୨୦୨୪ ସାଧାରଣ ନିର୍ବାଚନରେ ଦଳକୁ ପରାଜିତ କରି ମନ ଭରିଲାନି,ଏବେ ପୁଣି ତାମିଲ୍ ବୋହୂକୁ ମିଶାଇ ଦଳକୁ ନିଜ ଦଖଲକୁ ନେବା ପାଇଁ ଭଣ୍ଡ ପ୍ରସ୍ତୁତ କଲେ master plan.

ସହଜେ ତ Trust କରି ଦିଲ୍ଲୀ ଘର ଦଖଲକୁ ନେଇସାରିଛନ୍ତି ।ଏବେ ନଜର ନିବାସ ଓ ଦଳର ପାଣ୍ଠି ଉପରେ। ନେତାମାନଙ୍କୁ ଶଙ୍ଖ ଭବନ ଡାକି ତାମିଲ୍ ବୋହୂକୁ ରେଡ୍ କାର୍ପେଟ୍ ସ୍ବାଗତ କରିବା ପାଇଁ ଫରମାନ୍ ଜାରି ହୋଇଛି।ନିବାସର କଣ୍ଟ୍ରୋଲ ରୁମ୍ ସହାୟିକା ପଦବୀ ପାଇଁ Recruitment process ଆରମ୍ଭ ହୋଇ ସାରିଛି।

ଶ୍ରୀମୟୀଙ୍କ କହିବା କଥା ହେଲା ଯେ, ପାଣ୍ଡିଆନ କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ମିଶିଥିଲେ। ସେହିପରି ସୁଜାତା ଏକାଦଶୀରେ ଅର୍ଥାତ ଆସନ୍ତାକାଲି ବିଜେଡିରେ ମିଶିବେ। ତେବେ ଅନ୍ୟ ଏକ ସୂଚନା ଅନୁସାରେ ଆସନ୍ତାକାଲି ନିଜେ ସୁଜାତା ନବୀନ ନିବାସ ଆସି ନେତା ଓ ନବୀନଙ୍କ ଗହଣରେ ବିଜେଡିର ପ୍ରାଥମିକ ସଭ୍ୟା ହେବେ। ତେବେ ସେ ଦଳର କେଉଁ ପଦପଦବୀରେ ରହିବେ ସେ ନେଇ କିଛି ସଙ୍କେତ ମିଲିପାରି ନାହିଁ।

ବିଜେଡିରେ ମିଶିବେ ସୁଜାତା ସୁଜାତା କାର୍ତ୍ତିକେୟନ
Share. Facebook Twitter LinkedIn Email WhatsApp Copy Link

Related Posts

ଚାଲ ଗାଁକୁ ଫେରିଯିବା

June 24, 2026

ଓଡିଶାରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ, ମୁଖ୍ୟମନ୍ତ୍ରୀଙ୍କୁ କଲେ ସାକ୍ଷାତ

June 24, 2026

ଭୁବନେଶ୍ୱରରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ ବୈଠକ ଉଦ୍‌ଘାଟିତ

June 24, 2026

ରାଫେଲ ମାମଲାରେ ପାକିସ୍ତାନର ପର୍ଦ୍ଦାଫାସ ପରେ ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କଲା ବିଜେପି

June 24, 2026
Latest News

ଆସନ୍ତାକାଲି ବିଜେଡିରେ ମିଶିବେ ସୁଜାତା କାର୍ତ୍ତିକେୟନ, ଶ୍ରୀମୟୀଙ୍କ ସୂଚନା ପରେ ଚର୍ଚ୍ଚା ଜୋରଦାର

June 24, 2026

ଚାଲ ଗାଁକୁ ଫେରିଯିବା

June 24, 2026

ବର୍ଷାଦିନରେ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ବିଷ କାହିଁକି?: ହୋଇପାରେ ପେଟ ସହିତ ଜଡିତ ଏହି ରୋଗ

June 24, 2026

ଓଡିଶାରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ, ମୁଖ୍ୟମନ୍ତ୍ରୀଙ୍କୁ କଲେ ସାକ୍ଷାତ

June 24, 2026

ଭୁବନେଶ୍ୱରରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ ବୈଠକ ଉଦ୍‌ଘାଟିତ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.