ଭୁବନେଶ୍ୱର: ଦୁଗ୍ଧ ଉତ୍ପାଦନ ତଥା ଗୁଣାତ୍ମକ ମାନ ବଜାୟ ରଖିବାରେ ଓମ୍ଫେଡ୍ ରାଜ୍ୟର ସର୍ବଶ୍ରେଷ୍ଠ ସମବାୟ ସଂସ୍ଥା। ଓଡିଶାବାସୀଙ୍କର ପ୍ରିୟ ତଥା ବହୁ ଜନାଦୃତ ଓମ୍ଫେଡକୁ ଭୁବନେଶ୍ୱର ଗୀତଗୋବିନ ଭବନଠାରେ ଅନୁଷ୍ଠିତ ସୁବନ ଖୁଣ୍ଟିଆ ପଞ୍ଚମ ସ୍ମାରକୀ ବକ୍ତୃତା ସଭାରେ ସମ୍ବର୍ଦ୍ଧିତ କରାଯାଇଛି। ଓମ୍ଫେଡ୍ ପକ୍ଷରୁ ଡେପୁଟି ମ୍ୟାନେଜର (ପିଆର ଆଣ୍ଡ ସିଏସ୍ଏସ୍) ବିଶ୍ୱରଂଜନ ତ୍ରିପାଠୀଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି।
ବକ୍ତୃତାର ଶୀର୍ଷକ ଥିଲା “ଓଡିଶାର ଦୁଗ୍ଧ ଉତ୍ପାଦନ, ସମସ୍ୟା ଓ ସମାଧାନ”। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଓମ୍ଫେଡର ପ୍ରଥମ ପରିଚାଳନା ନିର୍ଦେଶକ ତଥା ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଡକ୍ଟର ରମେଶ ଚନ୍ଦ୍ର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ଡକ୍ଟର କାମଦେବ ସେଠୀ, ଡକ୍ଟର ନଟବର ଖୁଣ୍ଟିଆ ପ୍ରମୁଖ ଯୋଗଦେଇଥିଲେ ।
ଏହି ଅବସରରେ ଓମ୍ଫେଡ୍ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଷ୍ଟଲ ଖୋଲାଯାଇଥିଲା। ଏଥିରେ ଓମ୍ଫେଡ୍ ଦ୍ୱାରା ପ୍ରସ୍ତୁତ ୬୪ ପ୍ରକାର ଉତ୍ପାଦ ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକଙ୍କ ସହ ଅନ୍ୟ ଅତିଥିମାନେ ଓମ୍ଫେଡ୍ ର ନୂତନ ଉତ୍ପାଦ ଦେଖି ବେଶ ଖୁସି ବ୍ୟକ୍ତ କରିଥିଲେ। ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଟିମ୍ ଓମ୍ଫେଡ୍ ସହାୟତା କରିଥିଲେ। ଶେଷରେ ସମବେତ ଜନତା ଓ ଅତିଥିମାନଙ୍କୁ ଓମ୍ଫେଡ୍ ମିଠା ଦହି ବଣ୍ଟନ କରାଯାଇଥିଲା।


