Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ‘ବସାରେ ଲେଖକ’ କାର୍ଯ୍ୟକ୍ରମ, ଓଡ଼ିଶାରେ ପ୍ରଥମ ‘ରାଇଟର୍‌ ଇନ୍‌ ରେସିଡେନ୍ସି’ ଯୋଜନା
ଆଜିର ଖବର

ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ‘ବସାରେ ଲେଖକ’ କାର୍ଯ୍ୟକ୍ରମ, ଓଡ଼ିଶାରେ ପ୍ରଥମ ‘ରାଇଟର୍‌ ଇନ୍‌ ରେସିଡେନ୍ସି’ ଯୋଜନା

June 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପେନ୍‌ ଇନ୍‌ ବୁକ୍ସ
ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ 'ବସାରେ ଲେଖକ' କାର୍ଯ୍ୟକ୍ରମ, ଓଡ଼ିଶାରେ ପ୍ରଥମ 'ରାଇଟର୍‌ ଇନ୍‌ ରେସିଡେନ୍ସି' ଯୋଜନା

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ୨୧ ବର୍ଷରେ ପଦାର୍ପଣ କରୁଥିବା ଅବସରରେ ଜୁଲାଇ ମାସରେ ଆୟୋଜିତ ହେବ ରାଜ୍ୟର ପ୍ରଥମ ରାଇଟର୍‌ ଇନ୍‌ ରେସିଡେନ୍ସ କାର୍ଯ୍ୟକ୍ରମ ‘ବସାରେ ଲେଖକ’। ନୂଆ ଲେଖକ ନିର୍ମାଣ ଲକ୍ଷ୍ୟରେ ହେଉଥିବା ଏହି କର୍ମଶାଳାରେ ଭାଗନେବା ପାଇଁ ୨୫ ବର୍ଷରୁ କମ ବୟସର ୧୦ ଜଣ ତରୁଣ ଲେଖକ ମନୋନିତ ହୋଇଛନ୍ତି ବୋଲି ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଏକ ବିବୃତିରେ ସୂଚନା ଦିଆଯାଇଛି।

ଚିଲିକା ହ୍ରଦ କୂଳରେ ଅନୁଷ୍ଠିତ ହେବାକୁ ଥିବା ଏ ସପ୍ତାହବ୍ୟାପୀ ଆବାସିକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ମୋଟ ୧୪୩ଟି ଆବେଦନ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩୦ ଜଣଙ୍କୁ ଚୟନ କରାଯାଇଥିଲା। ଏହି ୩୦ ଜଣଙ୍କୁ ଉପନ୍ୟାସର ଗୋଟିଏ ଲେଖାଏଁ ଅଧ୍ୟାୟ ଲେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଚୂଡ଼ାନ୍ତ ପର୍ଯ୍ୟାୟକୁ ୧୦ ଜଣ ମନୋନିତ ହୋଇଥିଲେ।

ମନୋନିତ ୧୦ ଜଣ ଲେଖକ ହେଉଛନ୍ତି ବରଗଡ଼ର ଧର୍ମରାଜ ମହାମଲ୍ଲିକ, ଢେଙ୍କାନାଳର ବିଶ୍ବଜିତ ସାହୁ, କଟକର ପ୍ରୀତିକ୍ରିଷ୍ଣା ସାହୁ, ଜଗତସିଂହପୁରର ସୁରଜିତ ପ୍ରଧାନ, ଯାଜପୁରର ସଂଜୟ ରାଉଳ, ଗଞ୍ଜାମର ବାଦଲ ପଲେଇ, ଅନୁଗୋଳର ତୃପ୍ତିମୟୀ ରାଉଳ, କଟକର ଶୁଭଶ୍ରୀ ଦାସ, ଭଦ୍ରକର ସସ୍ମିତା ବେହେରା ଓ କେନ୍ଦ୍ରାପଡ଼ାର ଜ୍ୟୋତିରଞ୍ଜନ ଦାସ।

ଜଣାଶୁଣା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଓ ମିୟୋଗ ପାତ୍ର ଏହି ‘ବସାରେ ଲେଖକ’ କାର୍ଯ୍ୟକ୍ରମର ‘ଅଭିମନ୍ତା’ (ମେଣ୍ଟର) ଅଛନ୍ତି। ଚଳିତ ବର୍ଷର ବିଷୟ ରହିଛି ‘କ୍ୟାମ୍ପସ୍‌ ଉପନ୍ୟାସ’। ଅଭିମାନ୍ତାମାନଙ୍କ ତତ୍ତ୍ବାବଧାନରେ ଗତ ତିନିମାସ ମଧ୍ୟରେଏ ୧୦ ଜଣ ଲେଖକ ଶିକ୍ଷାନୁଷ୍ଠାନକୁ କେନ୍ଦ୍ରକରି ଗୋଟିଏ ଲେଖାଏଁ ଉପନ୍ୟାସ ଲେଖିଛନ୍ତି।

ସାତଦିନିଆ କର୍ମଶାଳାରେ ସେମାନଙ୍କ ଉପନ୍ୟାସର ମୂଲ୍ୟାୟନ କରାଯିବା ସହ ସଂଶୋଧନ, ସଂପାଦନ, ପୁନର୍ଲିଖନ ଓ ପରିବର୍ତ୍ତନ ଲାଗି ପରାମର୍ଶ ଦିଆଯିବ। ପ୍ରତ୍ୟହ କର୍ମଶାଳାରେ ରାଜ୍ୟର ବହୁ ବରିଷ୍ଠ କଥାକାର ‘ବିଷୟ ବିଶେଷଜ୍ଞ’ ଭାବରେ ଯୋଗଦେବେ ଏବଂ ତରୁଣ ଲେଖକମାନଙ୍କ ଉପନ୍ୟାସ ଲେଖକନର କଳା ଓ କୌଶଳ ବାବଦରେ ପରାମର୍ଶ ଓ ଶିକ୍ଷା ଦେବେ।

କର୍ମଶାଳା ପରେ ୧୦ ଜଣ ଲେଖକଙ୍କ ୧୦ ଉପନ୍ୟାସ ପୁସ୍ତକ ଆକାରରେ ପ୍ରକାଶ ପାଇବ। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଭୁବନେଶ୍ବରରେ ଏକ ସ୍ବତନ୍ତ୍ର ଉତ୍ସବରେ ପୁସ୍ତକଗୁଡ଼ିକ ଉନ୍ମୋଚିତ ହେବା ସହ ୧୦ ତରୁଣ ଲେଖକଙ୍କୁ ସମ୍ମାନିତ କରାଯିବ। ସମ୍ପୂର୍ଣ୍ଣ ନିଃଶୁଳ୍କ ଏହି କାର୍ଯ୍ୟକ୍ରମରେ ଭାଗ ନେଉଥିବା ତରୁଣ ଲେଖକଙ୍କ ଯାତାୟାତ ଖର୍ଚ୍ଚ ସାଙ୍ଗକୁ ରହଣି ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ବହନ କରିବ।

Pen In Books ପେନ୍‌ ଇନ୍‌ ବୁକ୍ସ ବସାରେ ଲେଖକ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୮ ତାରିଖରେ ଏହି ରାଶି ଉପରେ ମା’ଲକ୍ଷ୍ମୀଙ୍କ ରହିଛି ଆଶୀର୍ବାଦ

August 28, 2026

କାନପୁରରେ ଟ୍ରେନିଂ ବିମାନ ଦୁର୍ଘଟଣା, ପାଇଲଟ୍‌-କୋ-ପାଇଲଟ୍‌ ମୃତ

August 28, 2026

ଗଞ୍ଜାମରେ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ୧,୩୭୧ ପରିବାର ପାଇଁ  ୭୫.୬୦ କୋଟିର ପ୍ୟାକେଜ ଘୋଷଣା

August 27, 2026

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

August 27, 2026
Latest News

ରାଶିଫଳ: ଅଗଷ୍ଟ ୨୮ ତାରିଖରେ ଏହି ରାଶି ଉପରେ ମା’ଲକ୍ଷ୍ମୀଙ୍କ ରହିଛି ଆଶୀର୍ବାଦ

August 28, 2026

କାନପୁରରେ ଟ୍ରେନିଂ ବିମାନ ଦୁର୍ଘଟଣା, ପାଇଲଟ୍‌-କୋ-ପାଇଲଟ୍‌ ମୃତ

August 28, 2026

ଗଞ୍ଜାମରେ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ୧,୩୭୧ ପରିବାର ପାଇଁ  ୭୫.୬୦ କୋଟିର ପ୍ୟାକେଜ ଘୋଷଣା

August 27, 2026

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

August 27, 2026

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.