ଭୁବନେଶ୍ୱର: ଝାରପଡା ସ୍ୱତନ୍ତ୍ର ଜେଲରେ ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ୫୫ ବର୍ଷୀୟ ଯବାନ ନାୟକ, ତାଙ୍କ ଘର ତାରିଣୀ ବସ୍ତି ଅଞ୍ଚଳରେ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ରାତିରେ ଖାଇପିଇ ସାଧାରଣ ଭାବେ ଶୋଇଥିବା ଯବାନ ନାୟକ ସକାଳେ ଆଉ ଉଠିନଥିଲେ। ଜେଲ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରାଥମିକ ସୂଚନା ଅନୁସାରେ, ଯବାନ ନାୟକ ଏକାଧିକ ରୋଗରେ ପୀଡ଼ିତ ଥିଲେ। ସେ ଡକାୟତି ଓ ହତ୍ୟା ମାମଲାରେ ଦଣ୍ଡ ଭୋଗୁଥିଲେ। ମୃତ୍ୟୁର ସଠିକ୍ କାରଣ ଜାଣିବା ପାଇଁ ପରବର୍ତ୍ତୀ ତଦନ୍ତ ଜାରି ରହିଛି।


