Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍କୁଲର ବିକାଶ ପାଇଁ ୨୩ ଜିଲ୍ଲାର ୬୦୯ ଟି ପ୍ରକଳ୍ପକୁ ମଞ୍ଜୁର କଲା ପଞ୍ଚସଖା ଶିକ୍ଷା ସେତୁ ସଂଗଠନ
ଆଜିର ଖବର

ସ୍କୁଲର ବିକାଶ ପାଇଁ ୨୩ ଜିଲ୍ଲାର ୬୦୯ ଟି ପ୍ରକଳ୍ପକୁ ମଞ୍ଜୁର କଲା ପଞ୍ଚସଖା ଶିକ୍ଷା ସେତୁ ସଂଗଠନ

July 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସ୍କୁଲର ବିକାଶ
ସ୍କୁଲର ବିକାଶ ପାଇଁ ୨୩ ଜିଲ୍ଲାର ୬୦୯ ଟି ପ୍ରକଳ୍ପ ମଞ୍ଜୁର, ବ୍ୟୟ ଅଟକଳ ୭ କୋଟି ଟଙ୍କା

ଭୁବନେଶ୍ୱର: ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଚତୁର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ୨୩ଟି ଜିଲ୍ଲାର ବିଭିନ୍ନ ସ୍କୁଲରେ ଭିତ୍ତିଭୂମିର ବିକାଶ ପାଇଁ ୭.୨୯ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ନିମନ୍ତେ ମଞ୍ଜୁର ଦିଆଯାଇଛି । ପ୍ରାୟ ସାଢେ ୪ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ, ବୁଦ୍ଧୀଜୀବୀ ଓ ଅନୁଷ୍ଠାନ ବିଦ୍ୟାଳୟର ଉନ୍ନତି ନିମନ୍ତେ ଏହି ଅର୍ଥ ଅବଦାନ ଦେଇଛନ୍ତି ।

ପରିଷଦର ଅଧ୍ୟକ୍ଷ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଡ. ଏନ୍. ତିରୁମାଲା ନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟ ସହ ପୁରାତନ ଛାତ୍ରଛାତ୍ରୀଙ୍କ ସଂଯୋଗ ଉପରେ ଗୁରୁତ୍ବାରୋପ କରିଥିଲେ । ବୈଠକରେ ପଞ୍ଚସଖା ଶିକ୍ଷା ସେତୁ ଅଧୀନରେ ଅନେକ ନୂତନ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ।

ବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ସମ୍ପ୍ରଦାୟ ପ୍ରାୟ ୨ କୋଟି ୪୩ ଲକ୍ଷ ୨୫ ହଜାର ୬୬୯ ଟଙ୍କାର ଆର୍ଥିକ ଅବଦାନ ଦେଇଛନ୍ତି । ସେମାନଙ୍କ ଅବଦାନରେ ପଞ୍ଚସଖା ଶିକ୍ଷା ସେତୁ ପକ୍ଷରୁ ଦୁଇଗୁଣା ଅନୁଦାନ ମିଶାଇ ମୋଟ ୭ କୋଟି ୨୯ ଲକ୍ଷ ୭୭ ହଜାର ୭ ଟଙ୍କାର ୬୦୯ ଟି ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ଆର୍ଥିକ ଅବଦାନ ଆସିଛି ।

ପିଏମ୍ ଶ୍ରୀ ବିଦ୍ୟାଳୟ ଗୁଡିକରେ ଆର୍ଥିକ ସାକ୍ଷରତା ପାଠ ଛାତ୍ରଛାତ୍ରୀଙ୍କୁ ପଢାଯିବ । ଏଥି ନିମନ୍ତେ ଶିକ୍ଷକମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ସେମାନେ ଛାତ୍ରଛାତ୍ରୀଙ୍କୁ ଆର୍ଥିକ କାରବାର, ବ୍ୟାଙ୍କିଂ ବ୍ୟବସ୍ଥା, ଟଙ୍କା, ସଞ୍ଚୟ, ବ୍ୟୟ ଆଦି ଆର୍ଥିକ ବ୍ୟବସ୍ଥା ଉପରେ ଶିକ୍ଷାଦାନ କରିବେ। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ହାସଲ କରିଥିବା ଡିଇଓ, ବିଇଓ ଓ ସିଆରସିସିମାନଙ୍କ ବୃତ୍ତିଗତ ବିକାଶ ନିମନ୍ତେ ମଧ୍ୟ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।

ଏହି ବୈଠକରେ ପଞ୍ଚସଖା ଶିକ୍ଷା ସେତୁର ସଦସ୍ୟ ସଚିବ ତଥା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ବିତ୍ତ ଉପଦେଷ୍ଟା ତଥା ସ୍ବତନ୍ତ୍ର ସଚିବ ଶ୍ରୀ ଶିବାଶିଷ ଧଳ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶିକା ଶ୍ରୀମତୀ ବିନିତା ସେନାପତି, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ଚନ୍ଦ୍ରାଣି ନାୟକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକା ଶ୍ରୀମତୀ ନିବେଦିତା ରାଏ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମନୋରଞ୍ଜନ ଦାଶ, ସହକାରୀ ନିର୍ବାହୀ ଯନ୍ତ୍ରୀ (ଆର୍ ଆଣ୍ଡ ବି) ଶ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁ ଓ ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀମତୀ ରାଜ ଲକ୍ଷ୍ମୀ ଦାଶ ଓ ବିତ୍ତ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

ପଞ୍ଚସଖା ଶିକ୍ଷା ସେତୁ ସ୍କୁଲର ବିକାଶ
Share. Facebook Twitter LinkedIn Email WhatsApp Copy Link

Related Posts

ବଲାଙ୍ଗୀର ଜିଲ୍ଲାର BLA-2 ପ୍ରଶିକ୍ଷଣ ଶିବିରରେ ସ୍ୱାସ୍ଥ୍ୟମନ୍ତ୍ରୀ

July 6, 2026

ଆଜି ଜୁଲାଇ ୬ ତାରିଖ ସୋମବାରରେ ଆଠଟି ରାଶି ପାଇଁ ଖୁସି ଖବର, ବଢିବ ଧନ

July 6, 2026

ପ୍ରେମରେ ବୟସ ବାଧା ନୁହେଁ! ୬୧ ବର୍ଷରେ ଗୌରୀଙ୍କୁ ଜୀବନସାଥୀ କଲେ ଆମିର ଖାନ

July 6, 2026

ସ୍ଥଳଭାଗ ଅତିକ୍ରମ କଲା ଅବପାତ

July 6, 2026
Latest News

ବଲାଙ୍ଗୀର ଜିଲ୍ଲାର BLA-2 ପ୍ରଶିକ୍ଷଣ ଶିବିରରେ ସ୍ୱାସ୍ଥ୍ୟମନ୍ତ୍ରୀ

July 6, 2026

ଆଜି ଜୁଲାଇ ୬ ତାରିଖ ସୋମବାରରେ ଆଠଟି ରାଶି ପାଇଁ ଖୁସି ଖବର, ବଢିବ ଧନ

July 6, 2026

ପ୍ରେମରେ ବୟସ ବାଧା ନୁହେଁ! ୬୧ ବର୍ଷରେ ଗୌରୀଙ୍କୁ ଜୀବନସାଥୀ କଲେ ଆମିର ଖାନ

July 6, 2026

ସ୍ଥଳଭାଗ ଅତିକ୍ରମ କଲା ଅବପାତ

July 6, 2026

ଭିଜିଲାନ୍ସ ଜାଲରେ ସରପଞ୍ଚ

July 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.