ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ ଆଜି ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ବିଧାନ ପରିଷଦ ସଦସ୍ୟ (MLC) ଧୀରଜ ଲିଙ୍ଗଡେଙ୍କୁ ଦଳ ବଦଳାଇବା ପାଇଁ ୨୦ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ MLC ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।
ସଞ୍ଜୟ ରାଉତ ଏହା ବିଷୟରେ ବିସ୍ତୃତ ଭାବରେ କହି ନାହାଁନ୍ତି, କିମ୍ବା ସେ ସ୍ପଷ୍ଟ କରି ନାହାଁନ୍ତି ଯେ ଲିଙ୍ଗଡେଙ୍କୁ କିଏ ଟଙ୍କା ଅଫର କରିଥିଲା କିମ୍ବା MLC କେଉଁ ଦଳରେ ଯୋଗଦେଦେବାର ଥିଲା।
ରାଉତ ଦାବି କରିଛନ୍ତି ଯେ, “ଆପଣ ଦଳୀୟ କର୍ମୀ, ସାଂସଦ ଏବଂ ବିଧାୟକଙ୍କୁ ବିଭାଜିତ କରୁଛନ୍ତି। ଲିଙ୍ଗଡେଙ୍କୁ ୨୦ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଥିଲା। ଏହା ମୁଁ ଜାଣିଛି”
ଏହି ଦାବିକୁ ଅସ୍ୱୀକାର କଲେ ଧୀରଜ ଲିଙ୍ଗଡେ
ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଲିଙ୍ଗଡେ ଏପରି କୌଣସି ପ୍ରସ୍ତାବକୁ ଅସ୍ୱୀକାର କରିଛନ୍ତି ଏବଂ କହିଛନ୍ତି ଯେ, ସେ ରାଉତଙ୍କ ଦାବିରେ ଆଶ୍ଚର୍ଯ୍ୟ ହୋଇଛନ୍ତି। ବିଜେପିର ମହାରାଷ୍ଟ୍ର ୟୁନିଟର ବରିଷ୍ଠ ନେତା ଏବଂ ରାଜ୍ୟ ମନ୍ତ୍ରୀ ଗିରିଶ ମହାଜନ ମଧ୍ୟ ରାଉତଙ୍କ ଦାବିକୁ ଖାରଜ କରିଛନ୍ତି।


