Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ଭିବି-ଜି-ରାମ୍-ଜି’ ପାଇଁ ରାଜ୍ୟଗୁଡ଼ିକୁ ୨୫,୮୬୩ କୋଟିର ପ୍ରଥମ କିସ୍ତି ଜାରି
ଜାତୀୟ ଖବର

‘ଭିବି-ଜି-ରାମ୍-ଜି’ ପାଇଁ ରାଜ୍ୟଗୁଡ଼ିକୁ ୨୫,୮୬୩ କୋଟିର ପ୍ରଥମ କିସ୍ତି ଜାରି

July 6, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଶିବରାଜ ସିଂହ ଚୌହାନ  
‘ଭିବି-ଜି-ରାମ୍-ଜି’ ପାଇଁ ରାଜ୍ୟଗୁଡ଼ିକୁ ୨୫,୮୬୩ କୋଟିର ପ୍ରଥମ କିସ୍ତି ଜାରି

ନୂଆଦିଲ୍ଲୀ: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ବିକଶିତ ଭାରତ–ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ)’ (ଭିବି-ଜି-ରାମ-ଜି)ର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି। ଏହି ବୈଠକ ଅବସରରେ ସେ ଏହି ଯୋଜନାର ରୂପାୟନ ପାଇଁ ରାଜ୍ୟଗୁଡ଼ିକୁ ୨୫,୮୬୩ କୋଟି ଟଙ୍କାର ପ୍ରଥମ କିସ୍ତି ଜାରି କରିଛନ୍ତି।

ଏହି ବୈଠକକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଥିଲେ ଯେ, ସରକାର ଜୁଲାଇ ୧, ୨୦୨୬ ରୁ କୌଣସି ବାଧାବିଘ୍ନ ବିନା ସାରା ଦେଶରେ ‘ଭିବି-ଜି-ରାମ-ଜି’କୁ ଲାଗୁ କରିବା ପାଇଁ ସଂକଳ୍ପ ନେଇଥିଲେ। ଆନନ୍ଦର ବିଷୟ ଯେ ସାରା ଦେଶରେ ଏହି ଯୋଜନା ସଫଳତାର ସହ ଆରମ୍ଭ ହୋଇଛି ଏବଂ ‘ମନରେଗା’ ରୁ ‘ଭିବି-ଜି-ରାମ-ଜି କୁ ପରିବର୍ତ୍ତନ ଅତ୍ୟନ୍ତ ସହଜ ଓ ସୁରୁଖୁରୁରେ ହୋଇପାରିଛି। ବର୍ତ୍ତମାନ ସୁଦ୍ଧା କୌଣସି ବୈଷୟିକ ବା ପରିଚାଳନାଗତ ସମସ୍ୟା ଦେଖାଦେଇ ନାହିଁ।

ସେ କହିଥିଲେ ଯେ ଗରିବ ଶ୍ରମିକଙ୍କ ସେବା କରିବା ଇଶ୍ବରଙ୍କ ସେବା ସହ ସମାନ। ସରକାରଙ୍କ ଲକ୍ଷ୍ୟ ହେଉଛି ଗ୍ରାମୀଣ ଶ୍ରମିକଙ୍କୁ ସମ୍ମାନଜନକ ରୋଜଗାର ଯୋଗାଇବା, ସମୟରେ ପାଉଣା ପ୍ରଦାନ ଓ ସ୍ଥାୟୀ ପରିସମ୍ପତ୍ତି ନିର୍ମାଣ।

ଶ୍ରୀ ଚୌହାନ କହିଥିଲେ ଯେ ସାରା ଦେଶରେ ‘ମନରେଗା’ କାର୍ଯ୍ୟକାରୀ ହେବା ପାଇଁ ପ୍ରାୟ ତିନି ବର୍ଷ ସମୟ ଲାଗିଥିବା ବେଳେ, ‘ଭିବି-ଜି-ରାମ-ଜି’ ମାତ୍ର ଗୋଟିଏ ଦିନରେ ଦେଶବ୍ୟାପୀ ଲାଗୁ କରାଯାଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ, ରାଜ୍ୟଗୁଡ଼ିକର ସହଯୋଗ ଏବଂ ଦେଶର ପ୍ରଶାସନିକ ଦକ୍ଷତା ଯୋଗୁଁ ଏହି ବଡ଼ ସଫଳତା ହାସଲ ହୋଇପାରିଛି ବୋଲି ସେ ପ୍ରକାଶ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା, ସୁଶାସନ ଏବଂ ପ୍ରଭାବଶାଳୀ ସମନ୍ୱୟକୁ ପ୍ରତିଫଳିତ କରୁଛି।

ପ୍ରାରମ୍ଭିକ ପ୍ରଗତିର ସମୀକ୍ଷା କରି ମନ୍ତ୍ରୀ କହିଥିଲେ ଯେ, ପ୍ରଥମ ସପ୍ତାହରେ ଅନେକ ଗ୍ରାମ ପଞ୍ଚାୟତରେ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଲକ୍ଷ ଲକ୍ଷ ଗ୍ରାମୀଣ ଶ୍ରମିକଙ୍କୁ ରୋଜଗାର ପ୍ରଦାନ କରାଯାଇଛି। ପ୍ରଥମ ଦିନରେ ହିଁ ବହୁ ସଂଖ୍ୟାରେ କର୍ମସଂସ୍ଥାନ ସୁଯୋଗ ସୃଷ୍ଟି କରିଥିବାରୁ ସେ ଆନ୍ଧ୍ରପ୍ରଦେଶ, କେରଳ ଏବଂ ରାଜସ୍ଥାନକୁ ବିଶେଷ ଭାବେ ପ୍ରଶଂସା କରିଥିଲେ। ବାକି ରହିଯାଇଥିବା ଗ୍ରାମ ପଞ୍ଚାୟତଗୁଡ଼ିକରେ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ସେ ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ଅନୁରୋଧ କରିଛନ୍ତି ଏବଂ ଝାଡ଼ଖଣ୍ଡକୁ ଏହି ଯୋଜନାର ଅଧିସୂଚନା ପ୍ରକାଶ କରିବା ସହ ଆବଶ୍ୟକୀୟ ବଜେଟ୍ ବ୍ୟବସ୍ଥା କରିବାକୁ କହିଛନ୍ତି। ଯେଉଁ ରାଜ୍ୟଗୁଡ଼ିକରେ ଆରବିଆଇ ଆକାଉଣ୍ଟ କିମ୍ବା ଅନ୍ୟାନ୍ୟ ଆନୁଷ୍ଠାନିକ ପ୍ରକ୍ରିୟା ବାକି ରହିଛି, ସେଗୁଡ଼ିକୁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି।

ସେ କହିଥିଲେ ଯେ ଭିବି-ଜି-ରାମ-ଜି ପଦକ୍ଷେପ ଅଧୀନରେ ମଜୁରୀ ହାର ହାରାହାରି ପ୍ରାୟ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏବେ, ଦେଶର ଯେକୌଣସି ରାଜ୍ୟରେ ମଜୁରୀ ପ୍ରତିଦିନ ୩୦୦ ଟଙ୍କାରୁ କମ୍ ହେବ ନାହିଁ। ଏହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗ୍ରାମୀଣ ଶ୍ରମିକଙ୍କ ଆୟ ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ଶ୍ରୀ ଚୌହାନ କହିଥିଲେ ଯେ ଆଜି ଜାରି କରାଯାଇଥିବା ୨୫,୮୬୩ କୋଟି ଟଙ୍କାର ପ୍ରଥମ କିସ୍ତିର ଉଦ୍ଦେଶ୍ୟ ହେଉଛି ରାଜ୍ୟଗୁଡ଼ିକ ପାଖରେ ପର୍ଯ୍ୟାପ୍ତ ପାଣ୍ଠି ସୁନିଶ୍ଚିତ କରିବା, ଯଦ୍ଦ୍ୱାରା ୧୫ ଦିନ ମଧ୍ୟରେ ମଜୁରୀ ପ୍ରଦାନ କରାଯାଇପାରିବ। ମଜୁରୀ ପ୍ରଦାନରେ ଯେପରି କୌଣସି ବିଳମ୍ବ ନହୁଏ, ସେଥିପାଇଁ ସେ ସମସ୍ତ ରାଜ୍ୟ ସରକାରଙ୍କୁ ସେମାନଙ୍କର ଭାଗ ଠିକ୍ ସମୟରେ ଜାରି କରିବାକୁ ଅନୁରୋଧ କରିଛନ୍ତି।

ସେ ସ୍ପଷ୍ଟ କରିଛନ୍ତି ଯେ ‘ଭିବି-ଜି-ରାମ-ଜି’ର ପ୍ରଭାବଶାଳୀ ରୂପାୟନ ପାଇଁ ପାଣ୍ଠିର କୌଣସି ଅଭାବ ରହିବ ନାହିଁ। ରାଜ୍ୟଗୁଡ଼ିକରୁ ମିଳିଥିବା ଚାହିଦା ଆଧାରରେ ପ୍ରଥମ କିସ୍ତି ଜାରି କରାଯାଇଛି। ସେ କହିଛନ୍ତି ଯେ ସମାବେଶୀ ଏବଂ ସହଭାଗୀ ଗ୍ରାମୀଣ ବିକାଶ ସୁନିଶ୍ଚିତ କରିବା ପାଇଁ ଗ୍ରାମସଭା ଏବଂ ଗ୍ରାମ ପଞ୍ଚାୟତଗୁଡ଼ିକ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ବିକାଶମୂଳକ କାର୍ଯ୍ୟ ଚୟନ କରିବା ଉଚିତ।

ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ବ ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ କହିଛନ୍ତି ଯେ ଫେସ୍ ଅଥେଣ୍ଟିକେସନ୍, ଜିଓ-ଟ୍ୟାଗିଂ ଏବଂ ଅନ୍ୟାନ୍ୟ ବୈଷୟିକ ପଦକ୍ଷେପଗୁଡ଼ିକୁ ସଂପୂର୍ଣ୍ଣ ଭାବେ ଲାଗୁ କରାଯିବା ଆବଶ୍ୟକ। ସେ କହିଛନ୍ତି ଯେ ଯୋଜନାରେ କୌଣସି ଅନିୟମିତତା କିମ୍ବା ଜାଲିଆତି ପାଇଁ ସ୍ଥାନ ନାହିଁ ଏବଂ ସରକାର ସ୍ୱଚ୍ଛତା, ବିଶ୍ୱସନୀୟତା ସୁନିଶ୍ଚିତ କରିବା ସହ ଉନ୍ନତମାନର ପରିସମ୍ପତ୍ତି ସୃଷ୍ଟି କରିବା ପାଇଁ ପ୍ରତିବଦ୍ଧ।

ସେ ଆହୁରି ସୂଚନା ଦେଇଥିଲେ ଯେ, ରାଜ୍ୟଗୁଡ଼ିକୁ ନିରନ୍ତର ସହାୟତା ଯୋଗାଇଦେବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଆଞ୍ଚଳିକ ଅଧିକାରୀ ନିୟୋଜିତ କରାଯାଇଛି। ଏହି ଅଧିକାରୀମାନେ ରାଜ୍ୟଗୁଡ଼ିକ ସହ ନିୟମିତ ସମନ୍ୱୟ ରକ୍ଷା କରିବେ ଏବଂ ଯୋଜନା ରୂପାୟନ ସହ ଜଡ଼ିତ ସମସ୍ୟାଗୁଡ଼ିକର ସୂଚାରୁ ଓ ଶୀଘ୍ର ସମାଧାନ ସୁନିଶ୍ଚିତ କରିବେ।

ନିଜ ଅଭିଭାଷଣରେ ଶ୍ରୀ ଚୌହାନ କହିଛନ୍ତି ଯେ, ଠିକ୍ ସମୟରେ ମଜୁରୀ ପ୍ରଦାନ କରିବା କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଏକ ମିଳିତ ଦାୟିତ୍ୱ। ଭାରତ ସରକାର ଠିକ୍ ସମୟରେ ପ୍ରଥମ କିସ୍ତି ଜାରି କରି ନିଜର ଦାୟିତ୍ୱ ତୁଲାଇଥିବା ବେଳେ, ରାଜ୍ୟଗୁଡ଼ିକ ମଧ୍ୟ ସେମାନଙ୍କ ଅଂଶଧନ ତୁରନ୍ତ ଜାରି କରିବେ ବୋଲି ଆଶା କରାଯାଉଛି, ଯଦ୍ଦ୍ୱାରା ପ୍ରତ୍ୟେକ ଯୋଗ୍ୟ ଶ୍ରମିକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସେମାନଙ୍କ ମଜୁରୀ ପାଇପାରିବେ।

ଏହି ବୈଠକରେ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଚନ୍ଦ୍ରଶେଖର ପେମ୍ମାସାନୀ, ରାଷ୍ଟ୍ରମନ୍ତ୍ରୀ କମଲେଶ ପାସୱାନ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମୀଣ ବିକାଶ ମନ୍ତ୍ରୀ, କେନ୍ଦ୍ର ଗ୍ରାମୀଣ ବିକାଶ ସଚିବ ରୋହିତ କନସଲ, ଯୁଗ୍ମ ସଚିବ ରୋହିଣୀ ଆର. ଭାଜିଭାକରେ ଏବଂ ମନ୍ତ୍ରଣାଳୟ ତଥା ରାଜ୍ୟ ସରକାରଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

‘ଭିବି-ଜି ରାମ୍ ଜି’ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପ୍ରଥମ କିସ୍ତି ଜାରି ଶିବରାଜ ସିଂହ ଚୌହାନ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ତ୍ରି-ରାଷ୍ଟ୍ରୀୟ ସିରିଜରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ!: ଯୋଜନା ପ୍ରସ୍ତୁତ କଲା ICC

September 7, 2026

ସତ୍ୟ ନିକେତନ ଦୁର୍ଘଟଣା ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି: ପୁରୁଣା କୋଠାରେ ଚାଲିବନି PG, ସ୍କୁଲ ଓ ନର୍ସିଂ ହୋମ୍!

September 7, 2026

ପୁଣି ବଦଳିଲା ସୁନା ଏବଂ ରୂପା ମୂଲ୍ୟ: ଯାଞ୍ଚ କରନ୍ତୁ ଆଜିର ଦର

September 7, 2026

କୋଠା ନା ମୃତ୍ୟୁଯନ୍ତା? କେବେ ଥମିବ ମୃତ୍ୟୁର ଏହି ଧାରା?

September 7, 2026
Latest News

ମାରୁତି ୱାକର୍ସ କ୍ଲବର ନୂତନ କର୍ମକର୍ତ୍ତା

September 7, 2026

ଏହି ତ୍ରି-ରାଷ୍ଟ୍ରୀୟ ସିରିଜରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ!: ଯୋଜନା ପ୍ରସ୍ତୁତ କଲା ICC

September 7, 2026

ସତ୍ୟ ନିକେତନ ଦୁର୍ଘଟଣା ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି: ପୁରୁଣା କୋଠାରେ ଚାଲିବନି PG, ସ୍କୁଲ ଓ ନର୍ସିଂ ହୋମ୍!

September 7, 2026

ଆଜି ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା : ଚୂଡ଼ାନ୍ତ ରାୟ ଉପରେ ନଜର

September 7, 2026

ଆଜି ରାଜ୍ୟ କ୍ୟାବିନେଟ ବୈଠକ

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.