Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା: ସମନ୍ୱୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ବିଶେଷ ଖବର

ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା: ସମନ୍ୱୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

July 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା: ସମନ୍ୱୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା: ସମନ୍ୱୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ରଥଯାତ୍ରାର ସୁପରିଚାଳନା ନିମନ୍ତେ ଏକ ସ୍ୱତନ୍ତ୍ର ବୈଠକରେ ଅଧ୍ୟକ୍ଷତା କରି ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି।
ପୁରୀ ଟାଉନ ହଲ୍ ଠାରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆମର ବୁଦ୍ଧି, ଜ୍ଞାନ, ଦକ୍ଷତା ଓ ଅଭିଜ୍ଞତା- ଏସବୁକୁ ଏକାଠି କରି ସମର୍ପଣ ମନୋଭାବ ନେଇ ସମସ୍ତ ସମ୍ପୃକ୍ତ ବଭାଗର ଅଧିକାରୀ ଓ କର୍ମଚାରୀ ତଥା ସେବକ ବନ୍ଧୁମାନେ ରଥଯାତ୍ରା ପରିଚାଳନା କରିବା ଆବଶ୍ୟକ। ଏହାଦ୍ୱାରା ରଥଯାତ୍ରା ତ୍ରୁଟିଶୂନ୍ୟ ଭାବେ ସମ୍ପନ୍ନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ସମସ୍ତଙ୍କ ହୃଦୟର ଠାକୁର। ରଥଯାତ୍ରା କେବଳ ପୁରୀ ନୁହେଁ, ସାରା ଓଡିଶା ଓ ସମଗ୍ର ଦେଶ ଓ ବିଶ୍ୱର ଜଗନ୍ନାଥ ଭକ୍ତଙ୍କ ପାଇଁ ସବୁଠାରୁ ପବିତ୍ର ଦିନ। ଏହି ପର୍ବ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଏକ ସୁରକ୍ଷିତ ରଥଯାତ୍ରା କେବଳ ଏକ ସରକାରୀ କର୍ତ୍ତବ୍ୟ ନୁହେଁ, ଏହା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସମସ୍ତ ଅଧିକାରୀ ନିଜ ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହିତ ମହାପ୍ରଭୁଙ୍କ ଆଦେଶ ମନେ କରି ସେବା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁରକ୍ଷା ଓ ଭିଡ ପରିଚାଳନା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ସେହିପରି ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଗମନାଗମନ, ଟ୍ରାଫିକ ନିୟନ୍ତ୍ରଣ ଆଦି ସମସ୍ତ ବ୍ୟବସ୍ଥା କରାଯାଇଛି। ଗତ ଦୁଇ ବର୍ଷରେ ଯେଉଁ ଅଭିଜ୍ଞତା ମିଳିଛି ସେସବୁକୁ ଦୃଷ୍ଟିରେ ରଖି ଉପଯୁକ୍ତ ସମନ୍ୱୟ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ସମସ୍ତ କାର୍ଯ୍ୟର ଉପଯୁକ୍ତ ମନିଟରିଙ୍ଗ୍ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ମହାପ୍ରଭୁଙ୍କ ସେବକମାନେ ସମୟାନୁବର୍ତ୍ତିତାର ସହ ସମସ୍ତ ନୀତିକାନ୍ତି ସମ୍ପନ୍ନ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କର ପ୍ରଶଂସା କରିଥିଲେ।
ସଚେତନତା ପାଇଁ ବିଭିନ୍ନ ଗଣମାଧ୍ୟମ, ଡାକବାଜି ଯନ୍ତ୍ର ଓ ସାମାଜିକ ଗଣମାଧ୍ୟମ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମହାପ୍ରଭୁଙ୍କ ନୀତିକାନ୍ତି, ଅନ୍ୟାନ୍ୟ ସେବା, ଟ୍ରାଫିକ ଚଳାଚଳର ସଦ୍ୟତମ ସ୍ଥିତି ଏବଂ ଅନ୍ୟାନ୍ୟ ଜରୁରୀ ସୂଚନା ଏଫ୍‌.ଏମ୍ ରେଡିଓ, ସାମାଜିକ ଗଣମାଧ୍ୟମ, ବିଭାଗୀୟ ୱେବ ସାଇଟ ତଥା ଟେଲିଭିଜନ ମାଧ୍ୟମରେ ପ୍ରଦାନ କରାଗଲେ ଅନେକ ସମସ୍ୟାକୁ ଏଡାଇ ହେବ ବୋଲି ସେ କହିଥିଲେ। ଗୁଜବ ସୃଷ୍ଟିକାରୀଙ୍କ ଉପରେ କଡା ନଜର ରଖି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।
ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାପ୍ରଭୁ ହେଉଛନ୍ତି ଭାବର ଠାକୁର। ସେହି ଭାବର ସମ୍ପର୍କକୁ ସମ୍ମାନ ଦେଇ ସମସ୍ତେ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ପାଳନ କଲେ ରଥଯାତ୍ରା ଠିକ୍ ଭାବରେ ସମ୍ପନ୍ନ ହୋଇପାରିବ।
ସେ କହିଥିଲେ ଯେ, ସମସ୍ତ ଭକ୍ତ ଯେପରି ଏକ ସୁଖଦ ଆଧ୍ୟାତ୍ମିକ ଅନୁଭବ ନେଇ ମହାପ୍ରଭୁଙ୍କ ଦର୍ଶନ କରି ଫେରିବେ, ସେଥିରେ ଆମ ସମସ୍ତଙ୍କର ସଫଳତା ଓ ଆମ ସମସ୍ତଙ୍କର ପୁଣ୍ୟ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ‘ରୂପରେଖ- ରଥଯାତ୍ରା ୨୦୨୬’ ପୁସ୍ତିକାର ଉନ୍ମୋଚନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀଗଣ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ସାମଗ୍ରିକ ପ୍ରସ୍ତୁତିର ବିବରଣୀ ପ୍ରଦାନ କରିଥିଲେ ଏବଂ ପୋଲିସ ମହାନିର୍ଦ୍ଦେଶକ ସୁରକ୍ଷା ସମ୍ପର୍କିତ ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।
ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଗଣ୍ଠିବାତ ନିରାକରଣ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

July 6, 2026

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ରନ୍ଧନ ଗ୍ୟାସ ଯୋଗାଣ ଉପରେ ଉଠିଲା ଜରୁରୀକାଳୀନ ନିୟନ୍ତ୍ରଣ

July 6, 2026

ଚମ୍ପୁଆରେ ପୁଲିସ ଏନକାଉଣ୍ଟର: କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ ଆହତ

July 6, 2026

ବର୍ଷା ପାଇଁ 7 ଜିଲ୍ଲାର ସବୁ ସ୍କୁଲ ଛୁଟି

July 6, 2026
Latest News

ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା: ସମନ୍ୱୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

July 6, 2026

ଗଣ୍ଠିବାତ ନିରାକରଣ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

July 6, 2026

ବାଙ୍କିପୁରରୁ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ହେବେ କି ପ୍ରଶାନ୍ତ କିଶୋର?: ସ୍ପଷ୍ଟ କଲେ ଆରଜେଡି, କଂଗ୍ରେସ

July 6, 2026

ପଶ୍ଚିମବଙ୍ଗରେ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ପିଟିପିଟି ହତ୍ୟା: ବସ୍ତାରୁ ମିଳିଥିଲା ନାବାଳିକାର ମୃତଦେହ

July 6, 2026

ରାମ ମନ୍ଦିର ଟ୍ରଷ୍ଟ ବୈଠକ ପୂର୍ବରୁ ଚମ୍ପତ ରାୟଙ୍କଠାରୁ କାଢ଼ିନିଆଗଲା ଏହି କ୍ଷମତା

July 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.