Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁଲାଇ ୧୧ ରୁ ସୋଆରେ ଅନୁଷ୍ଠିତ ହେବ ଆଇଏନଏଆଇର ‘ଟେକ୍ନୋଲୋଜି କନ୍‌କ୍ଲେଭ-୨୦୨୬’
ଆଜିର ଖବର

ଜୁଲାଇ ୧୧ ରୁ ସୋଆରେ ଅନୁଷ୍ଠିତ ହେବ ଆଇଏନଏଆଇର ‘ଟେକ୍ନୋଲୋଜି କନ୍‌କ୍ଲେଭ-୨୦୨୬’

July 9, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜୁଲାଇ ୧୧ ରୁ ସୋଆରେ ଅନୁଷ୍ଠିତ ହେବ ଆଇଏନଏଆଇର ‘ଟେକ୍ନୋଲୋଜି କନ୍‌କ୍ଲେଭ-୨୦୨୬’
ଜୁଲାଇ ୧୧ ରୁ ସୋଆରେ ଅନୁଷ୍ଠିତ ହେବ ଆଇଏନଏଆଇର ‘ଟେକ୍ନୋଲୋଜି କନ୍‌କ୍ଲେଭ-୨୦୨୬’

ଭୁବନେଶ୍ୱର: ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ଓ ଜାତୀୟ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ପାଇଁ ଇଣ୍ଡିଆନ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଆଇଏନଏଆଇ) ପକ୍ଷରୁ ‘ଟେକ୍ନୋଲୋଜି କନ୍‌କ୍ଲେଭ-୨୦୨୬’ ଆସନ୍ତା ଜୁଲାଇ ୧୧ ଓ ୧୨ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ।

ଏହି ଦୁଇ ଦିନିଆ କନ୍‌କ୍ଲେଭରେ ବଂଟିତ କ୍ଷୁଦ୍ର ଓ ମଧ୍ୟମ ଆକାରର ପରମାଣୁ ରିଆକ୍ଟର ମାଧ୍ୟମରେ ଦୀର୍ଘମିଆଦୀ ଶକ୍ତି ସୁରକ୍ଷା, ତୈଳ ଓ ପ୍ରାକୃତିକ ଗ୍ୟାସ ଅନ୍ୱେଷଣ, କୋଇଲା ଗ୍ୟାସିଫିକେସନ୍‌, କ୍ରିଟିକାଲ୍ ମିନେରାଲ୍ ଓ ରେୟାର ଆର୍ଥ ଉତୋଳନ, ସେମିକଣ୍ଡକ୍ଟର ପ୍ରଯୁକ୍ତି, ସ୍ୱାସ୍ଥ୍ୟସେବା ପ୍ରଯୁକ୍ତି, ପରିବହନ ଓ ଲଜିଷ୍ଟିକ୍ସ ଏବଂ ଯୋଗାଯୋଗ ପ୍ରଯୁକ୍ତି ଭଳି ବିଷୟ ଉପରେ ବିଶେଷ ଆଲୋଚନା ହେବ ବୋଲି ବୁଧବାର ସୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଏନ୍‌ଏଆଇର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଇଞ୍ଜିନିୟରିଂ କ୍ଷେତ୍ରର ଗବେଷକ, ଅଧ୍ୟାପକ, ବୈଷୟିକ ବିଶେଷଜ୍ଞ ଓ ଶିଳ୍ପ କ୍ଷେତ୍ରର ପ୍ରତିନିଧିମାନଙ୍କ ପାଇଁ ଏହି କନ୍‌କ୍ଲେଭ ଜ୍ଞାନର ଆଦାନ-ପ୍ରଦାନ ଓ ବୈଷୟିକ ଆଲୋଚନାର ଏକ ପ୍ରମୁଖ ମଂଚ ହେବ। ଯୁବ ଇଞ୍ଜିନିୟରମାନଙ୍କୁ ଦେଶ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ କରାଇବା ସହ ସେଗୁଡ଼ିକର ନବସୃଜନାତ୍ମକ ସମାଧାନ ଖୋଜିବା ଏହାର ଉଦ୍ଦେଶ୍ୟ। ଏହା ସହିତ ଷ୍ଟାର୍ଟଅପ୍ ଓ ଉଦ୍ୟୋଗୀମାନଙ୍କୁ ଏହା ସେମାନଙ୍କର ଉଦ୍‌ଭାବନମୂଳକ ପ୍ରୟାସ ପ୍ରଦର୍ଶନ କରିବାର ସୁଯୋଗ ମଧ୍ୟ ପ୍ରଦାନ କରିବ ବୋଲି ସୋଆର ଆନ୍ତର୍ଜାତିକ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ତଥା ଅଲ୍ ଇଣ୍ଡିଆ କାଉନ୍‌ସିଲ ଫର ଟେକ୍ନିକାଲ୍ ଏଜୁକେସନର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଆଇଆଇଟି ଖଡ଼ଗପୁରର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଆଚାର୍ଯ୍ୟ କହିଛନ୍ତି ଯେ ଏହି କନକ୍ଲେଭରେ ବିସ୍ତୃତ ସାରାଂଶ ଉପସ୍ଥାପନା ମାଧ୍ୟମରେ ଶିକ୍ଷାନୁଷ୍ଠାନ, ଗବେଷଣା ସଂସ୍ଥା ଓ ଶିଳ୍ପ କ୍ଷେତ୍ର ମଧ୍ୟରେ ସହଯୋଗ ବୃଦ୍ଧି କରାଯିବ। ୨୦୨୫ ମସିହାରେ ଆଇଆଇଟି ବମ୍ବେରେ ପ୍ରଥମ ଥର ପାଇଁ ଏହି କନ୍‌କ୍ଲେଭ ଆୟୋଜିତ ହୋଇଥିବା ବେଳେ ଦେଶରେ ଏହା ଦ୍ୱିତୀୟ ଥର ପାଇଁ ଆୟୋଜିତ ହେବାକୁ ଯାଉଛି।

କନ୍‌କ୍ଲେଭରେ ପୂବର୍ତନ ଏନପିସିଆଇଏଲ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭୁବନ ଚନ୍ଦ୍ର ପାଠକ ‘କ୍ଷୁଦ୍ର ଓ ମଧ୍ୟମ ଆକାରର ବଂଟିତ ପରମାଣୁ ରିଆକ୍ଟର ମାଧ୍ୟମରେ ପରମାଣୁ ଶକ୍ତି’, ଅଏଲ୍ ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡଃ ରଞ୍ଜିତ ରଥ ‘ତୈଳ ଓ ପ୍ରାକୃତିକ ଗ୍ୟାସ ଅନ୍ୱେଷଣ’, ଅନୁରାଗ ବିଶ୍ୱବିଦ୍ୟାଳୟର କୁଳାଧିପତି ଓ ଆଇଆଇଟି ହାଇଦ୍ରାବାଦର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର ୟୁ. ବି. ଦେଶାଇ ‘ପରବର୍ତୀ ପିଢ଼ିର ଯୋଗାଯୋଗ ପ୍ରଯୁକ୍ତି’ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି, ମୁମ୍ବାଇର ପ୍ରଫେସର ଜି. ଡି. ଯାଦବ ‘କୋଇଲା ଗ୍ୟାସିଫିକେସନ୍‌, ସାର ଓ କୋଇଲା ଭିତିକ ରସାୟନ’ ସଂପର୍କରେ ବକ୍ତବ୍ୟ ରଖିବେ।

ଏହାଛଡ଼ା ଆଇଆଇଟି ମାଡ୍ରାସର ପ୍ରଫେସର ଶାନ୍ତି ପବନ ‘ସେମିକଣ୍ଡକ୍ଟର ପ୍ରଯୁକ୍ତି’ ଏବଂ ‘ଇଣ୍ଡିଆନ୍ ରେୟାର ଆର୍ଥସ୍ ଲିମିଟେଡ୍‌’ର ପୂର୍ବତନ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଡଃ ରବି ନାରାୟଣ ପାତ୍ର ‘କ୍ରିଟିକାଲ୍ ମିନେରାଲ୍ ଓ ରେୟାର ଆର୍ଥ’ ଉପରେ ଅଭିଭାଷଣ ରଖିବେ ବୋଲି ପ୍ରଫେସର ଆଚାର୍ଯ୍ୟ କହିଛନ୍ତି।

ପରିବହନ ଓ ଲଜିଷ୍ଟିକ୍ସ, ସ୍ୱାସ୍ଥ୍ୟସେବା ପ୍ରଯୁକ୍ତି ଏବଂ ଶକ୍ତି-ନିର୍ଭର ଶିଳ୍ପରେ ଶକ୍ତି ବ୍ୟବହାର ହ୍ରାସ ଓ ବିବିଧୀକରଣ ସଂପର୍କିତ ବିଷୟ ଉପରେ ପ୍ୟାନେଲ୍ ଆଲୋଚନା ମଧ୍ୟ ଅନୁଷ୍ଠିତ ହେବ।

କନ୍‌କ୍ଲେଭରେ ନୀତି ଆୟୋଗର ସଦସ୍ୟ ପ୍ରଫେସର ଅଭୟ କରନ୍ଦିକର, ଡିଆରଡିଓର ଇଲେକ୍ଟ୍ରୋନିକ୍ସ ଓ କମ୍ୟୁନିକେସନ୍ ସିଷ୍ଟମ୍ସର ମହାନିର୍ଦ୍ଦେଶକ ଡଃ ବିନୟ କୁମାର ଦାସ ଏବଂ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ ଦେବ ପ୍ରମୁଖ ବକ୍ତା ଭାବେ ଯୋଗଦେବେ।

ଉଦ୍‌ଘାଟନୀ ଅଧିବେଶନରେ ‘ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍‌)’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡଃ ଅଶୋକ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଅଧିବେଶନକୁ ଆଇଏନଏଇର ସଭାପତି ଜେ. ଡି. ପାଟିଲ୍ ପରିଚାଳନା କରିବେ।

ଆୟୋଜିିତ ସାମ୍ବାଦିକ ସମ୍ମିଳନୀରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇଆଇଟି ଭୁବନେଶ୍ୱରର ଡିନ୍ ପିଜି ଆଣ୍ଡ ରିସର୍ଚ୍ଚ ପ୍ରୋଗ୍ରାମ ପ୍ରଫେସର ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଉପସ୍ଥିତ ରହି ସମ୍ମିଳନୀ ସମ୍ପର୍କରେ ସୂଚନା ଦେଇଥିଲେ।

ଟେକ୍ନୋଲୋଜି କନ୍‌କ୍ଲେଭ-୨୦୨୬ ଦୁଇ ଦିନିଆ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ଦିନିଆ କୋଲକାତା ଗସ୍ତ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

July 9, 2026

ସୁନ୍ଦରଗଡରେ ଗୁଳିମାଡ଼

July 9, 2026

ଆଜି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

July 9, 2026

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ୧୭ ବର୍ଷ ସଶ୍ରମ କାରାଦଣ୍ଡ

July 9, 2026
Latest News

ଜୁଲାଇ ୧୧ ରୁ ସୋଆରେ ଅନୁଷ୍ଠିତ ହେବ ଆଇଏନଏଆଇର ‘ଟେକ୍ନୋଲୋଜି କନ୍‌କ୍ଲେଭ-୨୦୨୬’

July 9, 2026

ଦୁଇ ଦିନିଆ କୋଲକାତା ଗସ୍ତ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

July 9, 2026

ସୁନ୍ଦରଗଡରେ ଗୁଳିମାଡ଼

July 9, 2026

ଆଜି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

July 9, 2026

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ୧୭ ବର୍ଷ ସଶ୍ରମ କାରାଦଣ୍ଡ

July 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.