କଟକ : ସନ୍ତରାବଳି ସରପଞ୍ଚଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ଘଟଣାରେ ଗ୍ରାମାଞ୍ଚଳ ପୋଲିସ ବଡ଼ ସଫଳତା ପାଇଛି। ଏହି ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ଦୁଇ ଭାଇଙ୍କୁ ପୋଲିସ ଗିରଫ କରିଛି।
ତେବେ ଘଟଣା ସମୟରେ ଗୁଳି ଚଳାଇଥିବା ଦୁଇ ଅଭିଯୁକ୍ତ ଏବେ ବି ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ତଲାସି ଅଭିଯାନ ଜାରି ରହିଛି।
ଗ୍ରାମାଞ୍ଚଳ ଏସପିଙ୍କ ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିଲା। ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଫେରାର ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦିଆଯାଇଛି।


