ପୁରୀ: ରଥଯାତ୍ରାକୁ ନେଇ ଇସ୍କନ ମିଥ୍ୟା ପ୍ରଚାର କରୁଛି ଏବଂ ସାଧାରଣ ଲୋକଙ୍କୁ ବିଭ୍ରାନ୍ତି ଲାଗି ଚେଷ୍ଟା କରୁଛି ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି। ଅଦିନିଆ ରଥଯାତ୍ରାକୁ ସେ ପ୍ରଶଂସା କରିଥିବା ନେଇ ଇସ୍କନ୍ର ଦାବିକୁ ଗଜପତି ମହାରାଜ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ୧୯୯୧ରେ ଇସ୍କନ୍ ପକ୍ଷରୁ ତାଙ୍କୁ ବର୍ଲିନରେ ଅନୁଷ୍ଠିତ ସର୍ବଧର୍ମ ସମ୍ମିଳନୀକୁ ଡକାଯାଇଥିଲା। ସେଠାରେ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଇଥିଲା। ଏହା ଜାଣିବା ପରେ ସେ ଅଦିନିଆ ରଥଯାତ୍ରାକୁ ବିରୋଧ କରିଥିଲେ। ଅଦିନିଆ ରଥଯାତ୍ରାକୁ ନେଇ ସେ ବିଭିନ୍ନ ସମୟରେ ଇସ୍କନ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରତିବାଦ କରିଥିବା ଗଜପତି ମହାରାଜ କହିଛନ୍ତି।


