Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଢ଼ି କିଣିବାକୁ ଯାଇ ଫେରିଲେନି ୧୪ ବର୍ଷୀୟ ଦୀନେଶ! ଚୋରି ସନ୍ଦେହରେ ପିଟିପିଟି ହତ୍ୟା ଅଭିଯୋଗ, ନ୍ୟାୟ ଦାବିରେ ରାସ୍ତାରେ ଗ୍ରାମବାସୀ
ଆଜିର ଖବର

ମୁଢ଼ି କିଣିବାକୁ ଯାଇ ଫେରିଲେନି ୧୪ ବର୍ଷୀୟ ଦୀନେଶ! ଚୋରି ସନ୍ଦେହରେ ପିଟିପିଟି ହତ୍ୟା ଅଭିଯୋଗ, ନ୍ୟାୟ ଦାବିରେ ରାସ୍ତାରେ ଗ୍ରାମବାସୀ

November 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୀଳଗିରି: ଦୋକାନରୁ ଚୋରି କରିଥିବା ସନ୍ଦେହରେ ଜଣେ ୧୪ ବର୍ଷୀୟ ନାବାଳକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଭଳି ସଙ୍ଗିନ ଅଭିଯୋଗ ଆସିଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ତେନ୍ତୁଳିଆ ବଜାରରେ ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ନାବାଳକଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତ ବାପପୁଅଙ୍କୁ ଘଟଣାସ୍ଥଳକୁ ଆଣିବା ଦାବିରେ ଅଡ଼ି ବସିଛନ୍ତି। ଏପରିକି ଅଭିଯୁକ୍ତଙ୍କ ଦୋକାନ ଭଙ୍ଗାରୁଜା କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଛାଡ଼ୁନାହାନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଅଭିଯୋଗ ଅନୁଯାୟୀ, ନୀଳଗିରି ବ୍ଲକ୍‌ ତଥା ବରହମପୁର ଥାନା ଅଧୀନ ତେନ୍ତୁଳିଆ ପଞ୍ଚାୟତର ନୂଆସାହି ଗ୍ରାମର ରାଧାମୋହନ ବାଗସିଂଙ୍କ ୧୪ ବର୍ଷୀୟ ପୁଅ ଦୀନେଶ ଗତ ଶୁକ୍ରବାର ସନ୍ଧ୍ୟାରେ ତେନ୍ତୁଳିଆ ବଜାରକୁ ମୁଢ଼ି କିଣିବାକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ପରେ ମଧ୍ୟ ସେ ଘରକୁ ଫେରିନଥିଲେ। ଏହାକୁ ନେଇ ପରିବାର ଲୋକେ ଚିନ୍ତିତ ହୋଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କର କୌଣସି ପତ୍ତା ମିଳିନଥିଲା। ଶେଷରେ ପରିବାର ପକ୍ଷରୁ ବରହମପୁର ଥାନାରେ ନିଖୋଜ ସମ୍ପର୍କରେ ଅଭିଯୋଗ କରାଯାଇଥିଲା।

ଶନିବାର ସକାଳ ପ୍ରାୟ ୭ଟା ୩୦ ମିନିଟ୍‌ ସମୟରେ ତେନ୍ତୁଳିଆ ବଜାର ମାର୍କେଟ୍‌ କମ୍ପ୍ଲେକ୍ସ ପଛପଟେ ଥିବା ଏକ ନିର୍ମାଣାଧୀନ ଘର ଭିତରୁ ଦୀନେଶଙ୍କ ମୃତଦେହ ମିଳିଥିଲା। ଏହି ଖବର ପ୍ରଚାର ହେବା ମାତ୍ରେ ମୃତକଙ୍କ ପରିବାର ସଦସ୍ୟଙ୍କ ସହ ଶହଶହ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଦୋକାନରୁ ଚୋରି କରିଥିବା ସନ୍ଦେହରେ ଦୋକାନୀ ସନ୍ତୋଷ ବେହେରା ଓ ତାଙ୍କ ପୁଅ ମାନସ ବେହେରା ଦୀନେଶଙ୍କୁ ମାଡ଼ ମାରି ହତ୍ୟା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗର ସତ୍ୟତା ଏବଂ ମୃତ୍ୟୁର ପ୍ରକୃତ କାରଣ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

ଘଟଣା ପରେ ବରହମପୁର ପୋଲିସ ପହଞ୍ଚି ମାନସ ବେହେରାଙ୍କୁ ଥାନାକୁ ନେଇଥିଲା। ଅନ୍ୟପଟେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ପୋଲିସ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ଶାନ୍ତ ହୋଇନଥିଲେ। ଅଭିଯୁକ୍ତ ବାପପୁଅଙ୍କୁ ଘଟଣାସ୍ଥଳକୁ ଆଣିବା ସହ ହତ୍ୟାକାଣ୍ଡର ଡେମୋ ଦେଖାଇବାକୁ ଦାବି କରିଥିଲେ।

ଏହି ସମୟରେ ଉତ୍ତ୍ୟକ୍ତ ଲୋକେ ମାନସ ବେହେରାଙ୍କ ଦୋକାନରେ ଭଙ୍ଗାରୁଜା କରିବା ସହ ଦୋକାନର ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି। ନାବାଳକଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ମୃତଦେହ ଛାଡ଼ିବେ ନାହିଁ ବୋଲି ଗ୍ରାମବାସୀ ଜିଦ୍‌ ଧରିଛନ୍ତି।

ପରିସ୍ଥିତି ଅଣାୟତ୍ତ ହେବା ଆଶଙ୍କାରେ ବରହମପୁର ଥାନା ଆଇଆଇସି ଜନ୍‌ ପଟ୍ଟନାୟକ, ରେମୁଣା ଥାନା ଆଇଆଇସି ବିମଳ ନାୟକ ଏବଂ ମାଜିଷ୍ଟ୍ରେଟ୍‌ ଭାବେ ନୀଳଗିରି ତହସିଲଦାର ଶୁଭଶ୍ରୀ ଜେନା ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଥିସହ ଦୁଇ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ପ୍ରାୟ ୧୪ ଘଣ୍ଟା ଧରି ପ୍ରଶାସନ ଓ ପୋଲିସ ପକ୍ଷରୁ ଲୋକଙ୍କୁ ବୁଝାସୁଝା କରାଯାଉଥିଲେ ମଧ୍ୟ ରାତି ସୁଦ୍ଧା ଉତ୍ତେଜନା ଥମିନଥିଲା। ଅଭିଯୁକ୍ତ ବାପପୁଅଙ୍କୁ ଘଟଣାସ୍ଥଳକୁ ଆଣି ଘଟଣାର ପୁନଃ ଦୃଶ୍ୟାୟନ ନ କରିବା ପର୍ଯ୍ୟନ୍ତ ମୃତଦେହ ଛାଡ଼ିବେ ନାହିଁ ବୋଲି ଗ୍ରାମବାସୀ ଅଡ଼ି ବସିଥିଲେ। ଫଳରେ ମୃତଦେହ ବ୍ୟବଚ୍ଛେଦ ହୋଇପାରିନଥିଲା। ଘଟଣାକୁ ନେଇ ତେନ୍ତୁଳିଆ ବଜାରରେ ଏବେ ଚାପା ଉତ୍ତେଜନା ଲାଗି ରହିଛି।

ଚୋରି ସନ୍ଦେହରେ ହତ୍ୟା ନାବାଳକ ହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ଚା’ ପାଇଁ ଜଳିଲା ଦୋକାନ, ଆଖି ଆଗରେ ଚାଲିଗଲା ଜଣଙ୍କ ଜୀବନ

November 15, 2026

ବିରୋଧୀଙ୍କ ଟାର୍ଗେଟ୍‌ରେ ମୋଦୀ ସରକାର, ହାଇଦ୍ରାବାଦ ସମ୍ମିଳନୀରୁ ରାହୁଲଙ୍କ ହୁଙ୍କାର

November 15, 2026

ପେନ୍‌ସନ୍‌ ଯୋଜନାରେ ବଡ଼ ପରିବର୍ତ୍ତନ, UPMP ପୋର୍ଟାଲରେ ମାସକ ଭିତରେ ମିଳିବ ଭତ୍ତା

November 15, 2026

ବାତ୍ୟା ଆଶଙ୍କାରେ ଗଞ୍ଜାମରେ ବନ୍ୟା ଭୟ! ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍‌ ଗେଟ୍‌, ନଦୀକୂଳିଆ ଲୋକଙ୍କୁ ସତର୍କ ସୂଚନା

November 15, 2026
Latest News

ମୁଢ଼ି କିଣିବାକୁ ଯାଇ ଫେରିଲେନି ୧୪ ବର୍ଷୀୟ ଦୀନେଶ! ଚୋରି ସନ୍ଦେହରେ ପିଟିପିଟି ହତ୍ୟା ଅଭିଯୋଗ, ନ୍ୟାୟ ଦାବିରେ ରାସ୍ତାରେ ଗ୍ରାମବାସୀ

November 15, 2026

ଚା’ ପାଇଁ ଜଳିଲା ଦୋକାନ, ଆଖି ଆଗରେ ଚାଲିଗଲା ଜଣଙ୍କ ଜୀବନ

November 15, 2026

ବିରୋଧୀଙ୍କ ଟାର୍ଗେଟ୍‌ରେ ମୋଦୀ ସରକାର, ହାଇଦ୍ରାବାଦ ସମ୍ମିଳନୀରୁ ରାହୁଲଙ୍କ ହୁଙ୍କାର

November 15, 2026

ପେନ୍‌ସନ୍‌ ଯୋଜନାରେ ବଡ଼ ପରିବର୍ତ୍ତନ, UPMP ପୋର୍ଟାଲରେ ମାସକ ଭିତରେ ମିଳିବ ଭତ୍ତା

November 15, 2026

ବାତ୍ୟା ଆଶଙ୍କାରେ ଗଞ୍ଜାମରେ ବନ୍ୟା ଭୟ! ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍‌ ଗେଟ୍‌, ନଦୀକୂଳିଆ ଲୋକଙ୍କୁ ସତର୍କ ସୂଚନା

November 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.