Big Breaking: ସବୁଠାରୁ ବଡ ଖବର। ଦୀର୍ଘ ୨୬ ବର୍ଷ ଧରି ଜେଲ ଦଣ୍ଡାଦେଶ ଭୋଗୁଥିବା ବିଜୟ ପାଲ ସିଂ ଓରଫ ଦାରା ସିଂ ଜେଲରୁ ଖଲାସ ହେବେ। ଏ ନେଇ ସୁପ୍ରିମ କୋର୍ଟ ରାୟ ପ୍ରକାଶ କରିଛନ୍ତି ବୋଲି ତାଙ୍କ ଓକିଲ ଶ୍ରୀ ଏ ପି ସିଂ କହିଛନ୍ତି। ଜେଲରୁ ମୁକୁଳିବା ପାଇଁ ଦାରା ସିଂ ଓକିଲଙ୍କ ମାଧ୍ୟମରେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। ତାହାକୁ ଶୁଣାଣି କରି କୋର୍ଟ ଆସନ୍ତା ଅଗଷ୍ଟ ୧୫ ତାରିଖରେ ମୁକୁଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଓକିଲ ଶ୍ରୀ ସିଂ କହିଛନ୍ତି।
ଦାରା ସିଂ ୧୯୯୯ ମସିହା ଜାନୁଆରୀ ୨୨ ତାରିଖ ବିଳମ୍ବିତ ରାତିରେ କେନ୍ଦୁଝରର ମନୋହରପୁର ଗାଁରେ ଖ୍ରୀଷ୍ଟିୟାନ ମିସନାରୀ ଗ୍ରାହମ ଷ୍ଟେନ ଏବଂ ତାଙ୍କର ଦୁଇ ନାବାଳକ ପୁଅ ପୋଡି ହୋଇ ମୃତ୍ୟୁବରଣ କରିଥିଲେ। ତାଙ୍କୁ ଜିଅନ୍ତା ଜାଳି ହତ୍ୟା କରାଯାଇଥିବାର ଜଣାପଡିଥିଲା। ସେଥିରେ ମୁଖ୍ୟ ଅଭିଯୁକ୍ତ ଥିଲେ ଦାରା ସିଂ। କୋର୍ଟରେ ଏହି ମାମଲା ଚାଲିଥିବା ବେଳେ ଦାରା ସିଂଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା। ପରବର୍ତ୍ତି ସମୟରେ ତାହାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବାକୁ ରାୟ ପ୍ରକାଶ ପାଇଥିଲା। ଫଳରେ ସେ ସେହିଦିନଠାରୁ ଜେଲରେ ଅଛନ୍ତି।


