Categories
ଅପରାଧ ଆଜିର ଖବର ରାଜ୍ୟ ଖବର

BIG Breaking: ଭିଜିଲାନ୍ସ ପଞ୍ଝାରେ ବେଗୁନିଆ ତହସିଲଦାର

ଭୁବନେଶ୍ବର: ବେଗୁନିଆ ତହସିଲଦାର ତଥା ଉପ ନିବନ୍ଧକ ପୃଥ୍ୱୀରାଜ ମଣ୍ଡଳ ଆଜି ଭିଜିଲାନ୍ସ ପଞ୍ଝାରେ ପଡିଯାଇଛନ୍ତି। ଲାଞ୍ଚ ନେବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ହାତରେ ବେଗୁନିଆ ତହସିଲଦାର ଧରା ପଡିଛନ୍ତି। ଜମିର କିସମ ପରିବର୍ତ୍ତନ ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୃଥ୍ୱୀରାଜ ମଣ୍ଡଳ ଧରାପଡିଛନ୍ତି।

ନିଜ କଳିଙ୍ଗନଗର ସ୍ଥିତ ବାସଭବନ ଆଗରୁ ଜମି କିସମ ପରିବର୍ତ୍ତନ ପାଇଁ ତହସିଲଦାର ରଙ୍ଗ ବୋଳା ୪୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେଠାରେ ପୂର୍ବରୁ ଜାଲ ବିଛାଇ ଛକି ରହିଥିବା ଭୁବନେଶ୍ୱର ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଥିଲେ। ପରେ ତହସିଲଦାରଙ୍କୁ ଧରି ବେଗୁନିଆ ତହସିଲ କାର୍ଯ୍ୟାଳୟର ବିଭନ୍ନ କାଗଜପତ୍ର ଭିଜିଲାନ୍ସ ଟିମ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାଞ୍ଚ କରୁଥିବା ଜଣାପଡିଛି। କେସ ନମ୍ବର ୯/୨୨ରେ ମାମଲା ରୁଜୁ କରି ଭିଜିଲାନ୍ସ ଟିମ ଅଧିକ ଖୋଲତାଡ଼ କରୁଛି।

Categories
ବିଶେଷ ଖବର

BIG BREAKING: ଆଜି ସନ୍ଧ୍ୟା ୬ଟା ୩୦ ରେ ମୁଖ୍ୟମନ୍ତ୍ରୀ କରିବେ ବଡ ଘୋଷଣା

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିବେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ଯାଳୟରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିବେ ବୋଲି ଜଣାପଡିଛି।

ଆଜି ଏହି କ୍ୟାବିନେଟ ବୈଠକରେ ଦଶଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ଅଛି। ଏଥିରେ ଗ୍ରାମ୍ୟ ଉନ୍ନୟନ, ଜଳ ସମ୍ପଦ ଏବଂ ବୈଷୟିକ ଶିକ୍ଷା ବିଭାଗର କେତେକ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିବ। ତେବେ ମୁଖ୍ୟମନ୍ତ୍ରୀ କ’ଣ ଘୋଷଣା କରିବେ, ସେନେଇ କୌଣସି ଘୋଷଣା କରାଯାଇନାହିଁ।