BIG Breaking: ଭିଜିଲାନ୍ସ ପଞ୍ଝାରେ ବେଗୁନିଆ ତହସିଲଦାର

Published: Dec 14, 2022, 10:13 pm IST

ଭୁବନେଶ୍ବର: ବେଗୁନିଆ ତହସିଲଦାର ତଥା ଉପ ନିବନ୍ଧକ ପୃଥ୍ୱୀରାଜ ମଣ୍ଡଳ ଆଜି ଭିଜିଲାନ୍ସ ପଞ୍ଝାରେ ପଡିଯାଇଛନ୍ତି। ଲାଞ୍ଚ ନେବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ହାତରେ ବେଗୁନିଆ ତହସିଲଦାର ଧରା ପଡିଛନ୍ତି। ଜମିର କିସମ ପରିବର୍ତ୍ତନ ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୃଥ୍ୱୀରାଜ ମଣ୍ଡଳ ଧରାପଡିଛନ୍ତି।

ନିଜ କଳିଙ୍ଗନଗର ସ୍ଥିତ ବାସଭବନ ଆଗରୁ ଜମି କିସମ ପରିବର୍ତ୍ତନ ପାଇଁ ତହସିଲଦାର ରଙ୍ଗ ବୋଳା ୪୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେଠାରେ ପୂର୍ବରୁ ଜାଲ ବିଛାଇ ଛକି ରହିଥିବା ଭୁବନେଶ୍ୱର ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଥିଲେ। ପରେ ତହସିଲଦାରଙ୍କୁ ଧରି ବେଗୁନିଆ ତହସିଲ କାର୍ଯ୍ୟାଳୟର ବିଭନ୍ନ କାଗଜପତ୍ର ଭିଜିଲାନ୍ସ ଟିମ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାଞ୍ଚ କରୁଥିବା ଜଣାପଡିଛି। କେସ ନମ୍ବର ୯/୨୨ରେ ମାମଲା ରୁଜୁ କରି ଭିଜିଲାନ୍ସ ଟିମ ଅଧିକ ଖୋଲତାଡ଼ କରୁଛି।

Related posts