Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର
ଆଜିର ଖବର

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Reliance Digital
Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

Reliance Digital: ଓଡ଼ିଶାର ସବୁଠାରୁ ବଡ଼ ପର୍ବର ଆରମ୍ଭକୁ ନଜରରେ ରଖି ବୁଧବାର ଦିନ ରିଲାଏନ୍ସ ଡିଜିଟାଲ୍ ପକ୍ଷରୁ ଭୁବନେଶ୍ୱରର ଏସପ୍ଲାନେଡ୍ ମଲ୍ ଷ୍ଟୋରରେ ଏକ ସ୍ପେଶାଲ ‘ରଥଯାତ୍ରା ଫେଷ୍ଟିଭ୍ ଅଫର’ର ଶୁଭାରମ୍ଭ କରାଯାଇଛି । ଏହି ପାର୍ବଣ ଋତୁରେ ରାଜ୍ୟର ସମସ୍ତ ରିଲାଏନ୍ସ ଡିଜିଟାଲ୍ ଷ୍ଟୋରରେ ଉପଲବ୍ଧ ହେବାକୁ ଥିବା ଅନେକ ସ୍ପେଶାଲ ଅଫର ଏବଂ ଗ୍ରାହକ-କେନ୍ଦ୍ରିତ ଲାଭ ବିଷୟରେ ଏଠାରେ ଘୋଷଣା କରାଯାଇଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାର୍ଷିକ ରଥଯାତ୍ରା କେବଳ ଓଡ଼ିଶାର ସବୁଠାରୁ ବଡ଼ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପର୍ବ ନୁହେଁ, ବରଂ ଏହା ଏକ ଶୁଭ ସମୟ ମଧ୍ୟ ଯେତେବେଳେ ପରିବାର ଲୋକେ ପରମ୍ପରା ଅନୁଯାୟୀ ଘରକରଣା ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଏବଂ ନୂଆ ଗ୍ୟାଜେଟ୍ କିଣିଥାନ୍ତି । ଏହି ପୁରୁଣା ପରମ୍ପରାକୁ ଆଖିରେ ରଖି, ଓଡ଼ିଶାର ଗ୍ରାହକମାନଙ୍କ ପାଇଁ ନୂଆ ଏବଂ ଆଧୁନିକ ଟେକ୍ନୋଲୋଜିକୁ ଅତି ସହଜ ଓ ଶସ୍ତାରେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ରିଲାଏନ୍ସ ଡିଜିଟାଲ୍ ଏହି ସ୍ପେଶାଲ ପାର୍ବଣ ଅଫରର ଆରମ୍ଭ କରିଛି ।

ଏହି ଅଫରର ଏକ ଅଂଶ ଭାବରେ, ଗ୍ରାହକମାନେ ପ୍ରମୁଖ ବ୍ୟାଙ୍କ କାର୍ଡ ଏବଂ ପେପର ଫାଇନାନ୍ସ ଉପରେ ₹୩୦,୦୦୦ ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ । ଏହା ସହିତ କିଛି ବଛାବଛା ରେଫ୍ରିଜେରେଟର, ୱାଶିଂ ମେସିନ ଏବଂ ମୋବାଇଲ୍ ଫୋନ୍ କିଣିଲେ ₹୭,୫୦୦ ପର୍ଯ୍ୟନ୍ତ ନିଶ୍ଚିତ ମାଗଣା ଉପହାର ମିଳିବ। ଏହାବାଦ୍ କିଛି ନିର୍ଦ୍ଦିଷ୍ଟ ପ୍ରଡକ୍ଟ ଉପରେ ₹୧୫,୦୦୦ ପର୍ଯ୍ୟନ୍ତ ମୂଲ୍ୟର ଦୁଇ ବର୍ଷର ମାଗଣା ଅତିରିକ୍ତ ୱାରେଣ୍ଟି ଏବଂ ବଛାବଛା ପ୍ରଡକ୍ଟ ଏକ୍ସଚେଞ୍ଜ୍ ଉପରେ କମ୍‌ରେ କମ୍ ₹୫,୦୦୦ର ଏକ୍ସଚେଞ୍ଜ୍ ମୂଲ୍ୟ ମିଳିବ ।

ଏହି ଅଫରଗୁଡ଼ିକ ୨୦୨୬ ଜୁଲାଇ ୨୪ ପର୍ଯ୍ୟନ୍ତ ଚାଲିବ। ଏହି ସବୁ ଅଫର ସହିତ ରିଲାଏନ୍ସ ଡିଜିଟାଲ୍‌ର ଗ୍ରାହକ-ଉପଯୋଗୀ ସେବା ମଧ୍ୟ ମିଳିବ, ଯେଉଁଥିରେ ସାରା ଓଡ଼ିଶାରେ ମାଗଣା ଡେଲିଭରି, ସବୁଠାରୁ କମ୍ ଦାମ୍, ସହଜ ଇଏମଆଇ ସୁବିଧା, ବର୍ଦ୍ଧିତ ୱାରେଣ୍ଟି ସପୋର୍ଟ ଏବଂ ପ୍ରଡକ୍ଟ ବିଷୟରେ ବିଶେଷଜ୍ଞଙ୍କ ପରାମର୍ଶ ସାମିଲ ରହିଛି ।

ଏହି ଅବସରରେ ରିଲାଏନ୍ସ ଡିଜିଟାଲ୍‌ର ଜଣେ ମୁଖପାତ୍ର କହିଛନ୍ତି, “ଓଡ଼ିଶାରେ ରଥଯାତ୍ରା କେବଳ ଏକ ପର୍ବ ନୁହେଁ; ଏହା ବିଶ୍ୱାସ, ପରିବାର ଏବଂ ନୂଆ ଆରମ୍ଭର ଏକ ଉତ୍ସବ । ସାରା ରାଜ୍ୟର ଆମ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ପାର୍ବଣ ଅଫର ଏବଂ ସର୍ବୋତ୍ତମ ମୂଲ୍ୟ ଆଣି ଦେଇ ଏହି ଆନନ୍ଦଦାୟକ ଅବସରର ଏକ ଅଂଶ ହୋଇଥିବାରୁ ରିଲାଏନ୍ସ ଡିଜିଟାଲ୍ ଗର୍ବିତ ।

ଏହି ଅଫର ମାଧ୍ୟମରେ, ଆମର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ପରିବାରକୁ ଅଧିକ ସହଜ, ସୁବିଧା ଏବଂ ବିଶ୍ୱାସର ସହିତ ସେମାନଙ୍କ ଘରକୁ ଆଧୁନିକ ଟେକ୍ନୋଲୋଜି ଆଣିବାରେ ସାହାଯ୍ୟ କରିବା । ଆମେ ଗ୍ରାହକମାନଙ୍କୁ ଓଡ଼ିଶାର ଯେକୌଣସି ରହିଲାଏନ୍ସ ଡିଜିଟାଲ୍ ଷ୍ଟୋରକୁ ଆସି ଏହି ସ୍ପେଶାଲ ରଥଯାତ୍ରା ଅଫରର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ସ୍ୱାଗତ କରୁଛୁ ।”

ଏକା ଛାତ ତଳେ ପ୍ରମୁଖ ବ୍ରାଣ୍ଡଗୁଡ଼ିକର ବିପୁଳ ପରିମାଣର କଞ୍ଜୁମର ଇଲେକ୍ଟ୍ରୋନିକ୍ସ, ଘରକରଣା ସାମଗ୍ରୀ, ସ୍ମାର୍ଟଫୋନ୍ ଏବଂ ଡିଜିଟାଲ୍ ଡିଭାଇସ୍ ସହିତ, ରିଲାଏନ୍ସ ଡିଜିଟାଲ୍ ଆକର୍ଷଣୀୟ ପାର୍ବଣ ଅଫର, ବିଶ୍ୱାସଯୋଗ୍ୟ ଆଫ୍ଟର-ସେଲ୍ସ ସର୍ଭିସ୍ ଏବଂ ସହଜ ଫାଇନାନ୍ସ ସୁବିଧା ସହିତ ଏକ ଉତ୍କୃଷ୍ଟ ସପିଂ ଅନୁଭୂତି ପ୍ରଦାନ କରିବା ପାଇଁ ନିଜର ପ୍ରତିଶ୍ରୁତିବଦ୍ଧତାକୁ ଆହୁରି ମଜବୁତ କରିବାରେ ଲାଗିଛି ।

ଏହି ରଥଯାତ୍ରା ଫେଷ୍ଟିଭ୍ ଅଫର ଏବେ ଆରମ୍ଭ ହୋଇଯାଇଛି ଏବଂ ଏକ ସୀମିତ ସମୟ ପାଇଁ ଓଡ଼ିଶାର ସମସ୍ତ ରିଲାଏନ୍ସ ଡିଜିଟାଲ୍ ଷ୍ଟୋରରେ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେବ ।

Rath Yatra Rath Yatra Offer Reliance Digital ଏସପ୍ଲାନେଡ୍ ମଲ୍ ରଥଯାତ୍ରା ରଥଯାତ୍ରା ଫେଷ୍ଟିଭ୍ ଅଫର’
Share. Facebook Twitter LinkedIn Email WhatsApp Copy Link

Related Posts

ଆନ୍ଧ୍ରପ୍ରଦେଶରେ ୧୨ଟି ନୂତନ କୋଭିଡ-୧୯ ମାମଲା: ୪ ମୃତ

July 17, 2026

ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

July 17, 2026

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026
Latest News

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026

ଆନ୍ଧ୍ରପ୍ରଦେଶରେ ୧୨ଟି ନୂତନ କୋଭିଡ-୧୯ ମାମଲା: ୪ ମୃତ

July 17, 2026

ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

July 17, 2026

UNSC ରେ ଭାରତର ଅସ୍ଥାୟୀ ଆସନକୁ ସମର୍ଥନ କରିବ କି ଚୀନ୍?: ବଡ଼ ବିବୃତ୍ତି ଦେଲା ପଡ଼ୋଶୀ ଦେଶ

July 17, 2026

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.