Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

July 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ରେଳ ଭିତ୍ତିଭୂମିର ରୂପାନ୍ତର ଏବଂ ଯାତ୍ରୀମାନଙ୍କ ସୁବିଧା ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଦେଶବ୍ୟାପୀ ୭୫ଟି ପୁନନିର୍ମିତ ରେଳ ଷ୍ଟେସନର ଉଦ୍‌ଘାଟନ କରିଛନ୍ତି। ଏହି କ୍ରମରେ, ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନ ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଲଗଡ଼କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଛି।

ପ୍ରାୟ ୧୦୯ କୋଟି ଟଙ୍କାର ବ୍ୟୟରେ ପୁନନିର୍ମିତ ଏହି ଷ୍ଟେସନଗୁଡ଼ିକ, ସେମାନଙ୍କର ସମ୍ପୃକ୍ତ ଅଞ୍ଚଳର ସାଂସ୍କୃତିକ ପରିଚୟ , ସ୍ଥାପତ୍ୟ କଳା ଓ ଐତିହ୍ୟକୁ ସଂରକ୍ଷଣ କରିବା ସହିତ ଆଧୁନିକ, ଯାତ୍ରୀ କେନ୍ଦ୍ରିକ ରେଳ ଷ୍ଟେସନ ବିକଶିତ କରିବା ପାଇଁ ଭାରତ ସରକାରଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି।

ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ରେଳ ଷ୍ଟେସନଗୁଡ଼ିକର ସାମଗ୍ରିକ ବିକାଶ କରାଯାଇଛି। ଏଥିରେ ଆଧୁନିକ ଷ୍ଟେସନ ଭବନ, ଉନ୍ନତ ଚଳାଚଳ ପରିସର , ଅତ୍ୟାଧୁନିକ ପ୍ରତୀକ୍ଷାଳୟ, ଆଧୁନିକ ଶୌଚାଳୟ, ଉନ୍ନତ ପ୍ଲାଟଫର୍ମ ଛାଉଣି , ଡିଜିଟାଲ ଯାତ୍ରୀ ସୂଚନା ପ୍ରଣାଳୀ, ଉନ୍ନତ ଆଲୋକୀକରଣ, ମାନକ ସୂଚନାଫଳକ ଏବଂ ବହୁମାଧ୍ୟମ ପରିବହନ ସଂଯୋଗୀକରଣ ଭଳି ଯାତ୍ରୀ ସୁବିଧା ଅନ୍ତର୍ଭୁକ୍ତ।

ପରିଚାଳନାଗତ ଆବଶ୍ୟକତା ଓ ପ୍ରତ୍ୟେକ ଷ୍ଟେସନର ବିଶେଷ ଚାହିଦାକୁ ଦୃଷ୍ଟିରେ ରଖି, ଉପଯୁକ୍ତ ଷ୍ଟେସନଗୁଡ଼ିକରେ ଲିଫ୍ଟ ସୁବିଧା ସହିତ ୧୨ ମିଟର ଚଉଡ଼ା ପାଦଚଲା ଓଭରବ୍ରିଜ୍ (ଏଫ୍‌ଓବି) ନିର୍ମାଣ କରାଯାଇଛି, ଯାହା ଦିବ୍ୟାଙ୍ଗ ଓ ବୃଦ୍ଧ ଯାତ୍ରୀଙ୍କ ସମେତ ସମସ୍ତଙ୍କ ପାଇଁ ବାଧାମୁକ୍ତ ଯାତାୟାତ ସୁନିଶ୍ଚିତ କରିବ। ଏହା ସହ ଷ୍ଟେସନ ଭବନ ଗୁଡ଼ିକରେ ସ୍ଥାନୀୟ କଳା, ସଂସ୍କୃତି ଓ ସ୍ଥାପତ୍ୟର ଉପାଦାନ ସ୍ଥାନ ପାଇଛି, ଯାହା ସମ୍ପୃକ୍ତ ଅଞ୍ଚଳର ସ୍ୱତନ୍ତ୍ର ଐତିହ୍ୟକୁ ପ୍ରତିଫଳିତ କରୁଛି।

ଏହି ରୂପାନ୍ତରିତ ଷ୍ଟେସନଗୁଡ଼ିକ ଯାତ୍ରୀଙ୍କ ସୁବିଧାକୁ ଯଥେଷ୍ଟ ବୃଦ୍ଧି କରିବ, ଆଞ୍ଚଳିକ ସଂଯୋଗକୁ ସୁଦୃଢ଼ କରିବ ଏବଂ ପର୍ଯ୍ୟଟନ, ବାଣିଜ୍ୟ ତଥା ସ୍ଥାନୀୟ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। ଏହା ‘ବିକଶିତ ଭାରତ’ର ଦୃଷ୍ଟିକୋଣ ଅନୁଯାୟୀ ବିଶ୍ୱସ୍ତରୀୟ ରେଳ ଭିତ୍ତିଭୂମି ଗଢ଼ି ତୋଳିବା ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ପୁନର୍ବାର ସୁନିଶ୍ଚିତ କରୁଛି।

ଅମୃତ ଭାରତ ଷ୍ଟେସନ ଯୋଜନା ନରେନ୍ଦ୍ର ମୋଦୀ ରେଳ ଷ୍ଟେସନ ଶୁଭଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

​ଜମ୍ମୁ-କଶ୍ମୀରରେ ଗଞ୍ଜାମ ପର୍ଯ୍ୟଟକଙ୍କ ମୃତ୍ୟୁ: ମୃତଦେହ ଫେରାଇ ଆଣିବା ପାଇଁ ବ୍ରହ୍ମପୁର ସାଂସଦଙ୍କ ପ୍ରୟାସ

September 2, 2026

“ଧନ୍ୟବାଦ, ଭାରତ”: ବନ୍ୟା ସହାୟତା ପାଇଁ ସଂସଦରେ କହିଲେ ନେପାଳ ପ୍ରଧାନମନ୍ତ୍ରୀ

September 2, 2026

ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୭କୁ ଘୁଞ୍ଚିଲା ଶୁଣାଣି

September 2, 2026

୭ ଦିନ ପରେ ନେପାଳ ବନ୍ୟା ସ୍ଥିତି: ୧୧୨୭ ମୃତ, ୪୮୫୮ ନିଖୋଜ

September 2, 2026
Latest News

​ଜମ୍ମୁ-କଶ୍ମୀରରେ ଗଞ୍ଜାମ ପର୍ଯ୍ୟଟକଙ୍କ ମୃତ୍ୟୁ: ମୃତଦେହ ଫେରାଇ ଆଣିବା ପାଇଁ ବ୍ରହ୍ମପୁର ସାଂସଦଙ୍କ ପ୍ରୟାସ

September 2, 2026

“ଧନ୍ୟବାଦ, ଭାରତ”: ବନ୍ୟା ସହାୟତା ପାଇଁ ସଂସଦରେ କହିଲେ ନେପାଳ ପ୍ରଧାନମନ୍ତ୍ରୀ

September 2, 2026

ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୭କୁ ଘୁଞ୍ଚିଲା ଶୁଣାଣି

September 2, 2026

୭ ଦିନ ପରେ ନେପାଳ ବନ୍ୟା ସ୍ଥିତି: ୧୧୨୭ ମୃତ, ୪୮୫୮ ନିଖୋଜ

September 2, 2026

​ଗଞ୍ଜାମ ଜିଲ୍ଲାର ୧୨ଟି ଉଚ୍ଚ ବିଦ୍ୟାଳୟକୁ +୨ ବିଦ୍ୟାଳୟର ମାନ୍ୟତା: ସାଧୁବାଦ ଜଣାଇଲେ ସାଂସଦ

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.