ନୟାଗଡ (ସୁଧିର କୁମାର ଦାସ): ନୟାଗଡ ଜିଲ୍ଲା ଶରଣକୁଳ ନିକଟସ୍ତ ଶିଖରପୁର ପଞ୍ଚାୟତର ବିଜୟ ପ୍ରଧାନ ନାମକ ଜଣେ ଦିନ ମଜୁରିଆ ସରକାରୀ ବାସସ୍ଥାନ ଯୋଜନାର ସୁବିଧାରୁ ବଞ୍ଚିତ ରହି ଅତ୍ୟନ୍ତ ଦୟନୀୟ ପରିସ୍ଥିତିରେ ପରିବାର ସହ ପାଲ ତଳେ ଜୀବନ ବିତାଉ ଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ବିଜୟ ପ୍ରଧାନ ଦିନ ମଜୁରିଆ ଭାବରେ କାମକରି ପରିବାର ପ୍ରତି ପୋଷଣ କରନ୍ତି। ତାଙ୍କର ପରିବାରରେ ସ୍ତ୍ରୀ ଓ ତିନ ଝିଅ ରୁହନ୍ତି। ସ୍ଥାୟୀ ଘର ନଥିବାରୁ ବର୍ଷା ଋତୁରେ ସେମାନଙ୍କର ଦୈନନ୍ଦିନ ଜୀବନ ଅଧିକ କଷ୍ଟ ଦାୟକ ହୋଇପଡ଼ିଛି। ବାସସ୍ଥାନ ଯୋଜନାରେ ସମିଲି କରିବାପାଇଁ ବିଜୟ ପ୍ରଧାନ ବ୍ଲକ କାର୍ଯ୍ୟଳୟରେ ଆବେଦନ କରିଥିଲେ ମଧ୍ୟ ଏପଯ୍ୟନ୍ତ ସମ୍ପୃକ୍ତ ଅଧିକାରୀମାନେ ବା ବ୍ଲକ ପ୍ରଶାସନ ତଦନ୍ତ କରିବାକୁ ଆସିନଥିବା
ଅଭିଯୋଗ ହେଉଛି।
ପରିବାର ଲୋକଙ୍କ ସହିତ ସ୍ଥାନୀୟ ଲୋକମାନେ ମଧ୍ୟ ବ୍ଲକ ପ୍ରଶାସନ ଅଧିକାରୀଙ୍କୁ ତୁରନ୍ତ ଘଟଣାର ତଦନ୍ତ ଦାବି କରିଛନ୍ତି। ଏବଂ ବିଜୟଙ୍କୁ ଆବାସ ଯୋଜନାରେ ସାମିଲ କରି ପକ୍କା ଘରଟିଏ ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି।


