Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ନିର୍ବାଚନ ଆୟୁକ୍ତ
ଆଜିର ଖବର

ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ନିର୍ବାଚନ ଆୟୁକ୍ତ

July 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
SEC holds meeting with DMs for Panchayat election
SEC holds meeting with DMs for Panchayat election

ଭୁବନେଶ୍ଵର: ୨୦୨୭ ମସିହାରେ ରାଜ୍ୟରେ ହେବାକୁ ଥିବା ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌର ସଂସ୍ଥା ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ପୌର ନିଗମର ଆୟୁକ୍ତ(କମିଶନର),ସମସ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଏବଂ ନିର୍ବାଚନ ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟରମାନେ ସାମିଲ ହୋଇଥିଲେ। ଆଗାମୀ ନିର୍ବାଚନ ପରିଚାଳନା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆୟୁକ୍ତ ସମସ୍ତ ଜିଲ୍ଲାପାଳଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।

ବୈଠକରେ କୁହାଯାଇଥିଲା ଯେ, ଦ୍ୱାରକୁ ଦ୍ୱାର ସର୍ଭେ ମାଧ୍ୟମରେ ପ୍ରକୃତ ସ୍ଥିତି ଅନୁଯାୟୀ ବୁଥ୍ଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଏହା ସହିତ ପ୍ରତ୍ୟେକ ଘରକୁ କ୍ରମିକ ଘର ନମ୍ବର ପ୍ରଦାନ, ଗୋଟିଏ ପରିବାରର ସମସ୍ତ ଯୋଗ୍ୟ ଭୋଟରଙ୍କୁ କ୍ରମାନୁସାରେ ତାଲିକାଭୁକ୍ତ କରିବା, ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ଆଇନଗତ ପ୍ରକ୍ରିୟାରେ ସାମିଲ କରଯିବାକୁ ଆଲୋଚନା ହୋଇଥିଲା।

ସର୍ଭେ ପାଇଁ ପ୍ରତ୍ୟେକ ଦଳରେ ସମ୍ପୃକ୍ତ ବୁଥ୍ ଲେଭେଲ୍ ଅଫିସର (BLO)ଙ୍କୁ ଟିମ୍ ଲିଡର ଭାବେ ନିଯୁକ୍ତ କରାଯିବ। ତାଙ୍କୁ ଦୁଇଜଣ ଅଙ୍ଗନୱାଡ଼ି କର୍ମୀ ସହଯୋଗ କରିବେ। ଆବଶ୍ୟକ ସ୍ଥଳେ ଆଶା କର୍ମୀ, ଜଳ ସାଥୀ କିମ୍ବା ସ୍ୱଚ୍ଛ ସାଥୀଙ୍କୁ ମଧ୍ୟ ଦଳରେ ସାମିଲ କରାଯିବ। ବ୍ଲକ ଓ ସହରାଞ୍ଚଳ ସ୍ତରରେ ସୁପରଭାଇଜର ଏବଂ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନେ ସମଗ୍ର ପ୍ରକ୍ରିୟାର ତଦାରଖ କରିବେ। ଏ ସମସ୍ତ ପ୍ରକ୍ରିୟା ଜୁଲାଇ ୩୧ ସୁଦ୍ଧା ସାରିବାକୁ ଆଲୋଚନା ହୋଇଥିଲା।

ବୈଠକରେ ସର୍ଭେ ପ୍ରକ୍ରିୟା, ବୁଥ୍ ଓ ୱାର୍ଡ ସୀମା ନିର୍ଦ୍ଧାରଣ, ଦାବି ଓ ଆପତ୍ତି ଫର୍ମ ସଂଗ୍ରହ, ସର୍ଭେ ତଥ୍ୟର ଡିଜିଟାଇଜେସନ୍ ଏବଂ ସମୟସୀମା ଅନୁଯାୟୀ କାର୍ଯ୍ୟକ୍ରମ ସମ୍ପାଦନ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଆସନ୍ତା ଜାନୁଆରୀ ୧, ୨୦୨୭ରେ ଖସଡ଼ା ଭୋଟର ତାଲିକା ପ୍ରକାଶ ଏବଂ ଫେବୃଆରୀ ୧୦, ୨୦୨୭ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବା ଲକ୍ଷ୍ୟ ରଖାଯାଇଛି।

ଭୋଟର ତାଲିକାକୁ ସଂଶୋଧନ ଓ ନିରୁପାଦିକ କରିବା ପାଇଁ ପ୍ରଶାସନିକ ସ୍ତରରେ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟକୁ କଡ଼ାକଡ଼ି ଭାବେ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କୌଣସି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରୁ ବାଦ୍ ବଞ୍ଚିତ ନହୁଅନ୍ତି, ସେଥିପାଇଁ ନୂତନ ଆବେଦନକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ସହ ମୃତ, ସ୍ଥାନାନ୍ତରିତ କିମ୍ବା ଅଯୋଗ୍ୟ ଭୋଟରଙ୍କ ନାମକୁ ତାଲିକାରୁ ବାଦ୍ ଦେବାକୁ କୁହାଯାଇଛି।

ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ କରି ଏକ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ଚୂଡ଼ାନ୍ତ ଭୋଟର ତାଲିକା ସମୟସୀମା ମଧ୍ୟରେ ପ୍ରକାଶ କରିବାକୁ ଆୟୁକ୍ତ ଗୁରୁତ୍ୱ ଦେଇଛନ୍ତି।

ଭୋଟରଙ୍କ ସୁବିଧା ଦୃଷ୍ଟିରୁ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ନାମ ଯେପରି କ୍ରମାନୁସାରେ ଗୋଟିଏ ବୁଥ୍ରେ ରହିବ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି,ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ନିୟୋଜିତ ହେବାକୁ ଥିବା ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କୁ ସଠିକ୍ ଓ ପୂର୍ଣ୍ଣାଙ୍ଗ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।

ଏହି ବୈଠକରେ ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ,ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାଶ ଙ୍କ ସମେତ ରାଜ୍ୟର ସମସ୍ତ ପୌର ନିଗମର ଆୟୁକ୍ତ(କମିଶନର),ସମସ୍ତ ଜିଲ୍ଲାର ର ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଏବଂ ଡେ଼ପୁଟି କଲେକ୍ଟର(ନିର୍ବାଚନ) ଆଭାସୀ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ।

Panchayat Election ପଞ୍ଚାୟତ ପୌର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ରାଜ୍ୟ ନିର୍ବାଚନ ଆୟୁକ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

July 22, 2026

ଆଜି ଜୁଲାଇ ୨୨ ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2026

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026
Latest News

ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ନିର୍ବାଚନ ଆୟୁକ୍ତ

July 22, 2026

ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

July 22, 2026

ଆଜି ଜୁଲାଇ ୨୨ ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2026

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.