Indian Idol Winner Returns: ଆଜି ଭୁବନେଶ୍ବରେ ପହଞ୍ଚିଛନ୍ତି ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ ନାୟକ। ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିଭିନ୍ନ ସଂଗଠନ ତରଫରୁ ସ୍ବାଗତ କରାଯାଇଥିଲା। ଏକ ସୁସଜିତ କାରରେ ତାଙ୍କୁ ଏକ ଶୋଭାଯାତ୍ରା କରି ନିଆଯାଇଥିଲା। ଜ୍ୟୋତିର୍ମୟୀ ହାତରେ ତାଙ୍କର ସିଲକୁ ଧରି ସମସ୍ତଙ୍କ ଅଭିନନ୍ଦନକୁ ଗ୍ରହଣ କରୁଥିଲେ।
ଓଡିଆ ଝିଅ ଜ୍ୟୋତିର୍ମୟୀ ଗତକାଲି ସୋନି ଟିଭିରେ ପ୍ରସାରିତ ଏହି ପ୍ରତିଯୋଗୀତାର ଶେଷ ପର୍ଯ୍ୟାୟ ଥିଲା। ଏଥିରେ ଛଅ ଜଣ ପ୍ରତିଯୋଗୀ ଶେଷ ପର୍ଯ୍ୟାୟକୁ ଉନ୍ନତି ହୋଇଥିଲା। ଏହି ପର୍ଯ୍ୟାୟ ଶେଷରେ ଜ୍ୟୋତିର୍ମୟୀଙ୍କୁ ବିଜେତା ଭାବେ ଘୋଷଣା କରାଯାଇଥିଲା। ତାଙ୍କୁ ପୁରସ୍କାର ସ୍ବରୂପ କୋଡିଏ ଲକ୍ଷ ଟଙ୍କା ସହିତ ଫଳକ ପ୍ରଦାନ କରାଯାଇଥିଲା। ଏହି ରିଅଲିଟ ସୋ ର ବିଚାରକ ଭାବେ ଥିଲେ ଶ୍ରେୟା ଘୋଷାଲ, ବିଶାଲ ଦାଦଲାନି ଏବଂ ବାଦଶାହା। ଏହି ପ୍ରତିଯୋଗୀତାରେ ତନିସ୍କ ଶୁକ୍ଲା ପ୍ରଥମ, ମନରାଜ ବୀରସିଂ ଦ୍ବିତୀୟ ରନର ଅପ ହୋଇଛନ୍ତି।


