Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିଳ୍ପ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସାଉଦି ଆରବରୁ ଫେରିବେ ଓଡିଆ ଯୁବକ
ଆଜିର ଖବର

ଶିଳ୍ପ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସାଉଦି ଆରବରୁ ଫେରିବେ ଓଡିଆ ଯୁବକ

July 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odia Youth Returns from Saudi After Minister's Intervention
Odia Youth Returns from Saudi After Minister's Intervention

ଭୁବନେଶ୍ଵର: ଘରକୁ ଫେରିବେ ସାଉଦି ଆରବରେ ଫସି ରହିଥିବା ଓଡ଼ିଆ ଯୁବକ ପ୍ରଳୟ ରଞ୍ଜନ ମହାପାତ୍ର। ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁଙ୍କ ଉଦ୍ୟମ ଯୋଗୁଁ ଘରକୁ ସୁରକ୍ଷିତ ଫେରିବେ ପ୍ରଳୟ। ତାଙ୍କୁ ଫେରାଇ ଆଣିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁ। ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ମଧ୍ୟ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ।

ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁ ଚିଠି ଲେଖିବା ପରେ ଜେଦ୍ଦାହସ୍ଥିତ ଭାରତୀୟ ଦୂତାବାସ ପ୍ରଳୟଙ୍କୁ ‘ଫାଇନାଲ୍ ଏକଜିଟ୍’ ଏବଂ ବିମାନ ଟିକେଟ୍ ପ୍ରଦାନ କରିବା ପାଇଁ ସମ୍ପୃକ୍ତ ନିଯୁକ୍ତିଦାତାଙ୍କ ସହ ଆଲୋଚନା କରିଥିଲେ। ଦୂତାବାସର ହସ୍ତକ୍ଷେପ ଏବଂ କମ୍ପାନୀ ସହିତ ନିରନ୍ତର ଯୋଗାଯୋଗ ଫଳରେ, କମ୍ପାନୀ ତାଙ୍କୁ ‘ଫାଇନାଲ୍ ଏକଜିଟ୍’ ମଞ୍ଜୁର କରିବା ସହ ବିମାନ ଟିକେଟ୍ ଯୋଗାଇ ଦେଇଛି। ଆସନ୍ତା ଜୁଲାଇ ୨୬ତାରିଖରେ ଭାରତ ଫେରିବେ ପ୍ରଳୟ।

ଜଗତସିଂହପୁର ଜିଲ୍ଲାର ପ୍ରଳୟ ରଞ୍ଜନ ମହାପାତ୍ର ଗତ ୨୪.୦୫.୨୦୨୪ରେ ସାଉଦି ଆରବ ଯାଇଥିଲେ। ସେଠାରେ ସେ ‘ମଜାଦ୍ ଅଲ୍-ହରବି’ କୋ. ନାମକ ଏକ କମ୍ପାନୀରେ ହୁଇଲ୍ ଲୋଡର୍ ଡ୍ରାଇଭର ଭାବେ କାମ କରୁଥିଲେ। ତେବେ ଗତ ୩୦.୦୪.୨୦୨୬ରେ ଉକ୍ତ କମ୍ପାନୀ ଏବଂ ପ୍ରଳୟ ରଞ୍ଜନଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅବଧି ଶେଷ ହୋଇଥିଲା। କାର୍ଯ୍ୟ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସମ୍ପୃକ୍ତ କମ୍ପାନୀ ପ୍ରଳୟଙ୍କୁ ଭାରତ ଫେରିବାକୁ ଅନୁମତି ଦେଉନଥିଲେ। ପ୍ରଳୟଙ୍କ ମାଆ ପ୍ରତିମା ସେଠୀ ଏନେଇ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁଙ୍କୁ ଜଣାଇବା ସହ ପୁଅକୁ ଫେରାଇ ଆଣିବା ପାଇଁ ନିବେଦନ କରିଥିଲେ। ଏହାପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ ମନ୍ତ୍ରୀ।

ପୁଅ ସାଉଦି ଆରବରେ ଫସି ରହିଥିବାରୁ ପ୍ରଳୟଙ୍କ ପୂରା ପରିବାର ମାନସିକ ଚିନ୍ତାରେ ଥିଲେ। ବାପା ସାଧୁ ଚରଣ ସେଠୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ବେଳେ ମାନସିକ ଦୁଶ୍ଚିନ୍ତା ବଢି ଯାଇଥିଲା। ତେବେ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଆସନ୍ତା ରବିବାର ଭାରତ ଫେରୁଛନ୍ତି ପ୍ରଳୟ। ଏହାପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଳୟଙ୍କ ପରିବାର ଲୋକେ।

Minister's Intervention Odia Youth Returns Saudi ଓଡ଼ିଆ ଯୁବକ ଶିଳ୍ପ ମନ୍ତ୍ରୀଙ୍କ ହସ୍ତକ୍ଷେପ
Share. Facebook Twitter LinkedIn Email WhatsApp Copy Link

Related Posts

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.