Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଜାତୀୟ ଖବର

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଟକରେ ଜଗଦଗୁରୁ କୃପାଳୁ
କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି କଟକର ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦଘାଟନ କରିଛନ୍ତି।କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ଓଡ଼ିଶା ଜ୍ଞାନ, ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ସେବାର ସମୃଦ୍ଧ ପରମ୍ପରା ଥିବା ଏକ ମାଟି । ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଏହି ପବିତ୍ର ମାଟି ଶହ ଶହ ବର୍ଷ ଧରି ସମାବେଶୀ ଭାବନା, କରୁଣା ଏବଂ ମାନବ କଲ୍ୟାଣର ବାର୍ତ୍ତା ପ୍ରଚାର କରିଆସିଛି।

କଟକର ଏହି ଅଞ୍ଚଳ ‘ଉତ୍କଳ ଗୌରବ’ ମଧୁସୂଦନ ଦାସ, ‘କର୍ମବୀର’ ଗୌରୀଶଙ୍କର ରାୟ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବିଜୁ ପଟ୍ଟନାୟକଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ଜନ୍ମଭୂମି ମଧ୍ୟ। ଏହା ‘ଉତ୍କଳମଣି’ ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ‘ଉତ୍କଳ କେଶରୀ’ ଡକ୍ଟର ହରେକୃଷ୍ଣ ମହତାବଙ୍କ କର୍ମଭୂମି। ଜନସେବା, ସାହିତ୍ୟ ଓ ସଂସ୍କୃତିରେ କଟକର ଅବଦାନ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରେରଣାଦାୟକ।

ଏପରି ଏକ ଗୌରବଶାଳୀ ଅଞ୍ଚଳରେ ପ୍ରତିଷ୍ଠିତ ହୋଇଥିବା ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଭାରତର ପ୍ରାଚୀନ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାକୁ ଆଧୁନିକ ଶିକ୍ଷା ସହିତ ସଂଯୋଜିତ କରିବା ସହିତ ସମାଜ ଓ ରାଷ୍ଟ୍ର ସେବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ହେବ ବୋଲି ଆଶା କରାଯାଉଛି।

ରାଷ୍ଟ୍ରପତି କହିଛନ୍ତି, ଭାରତରେ ଏକ ବୃହତ ଯୁବଶକ୍ତି ରହିଛନ୍ତି । ଏହା ଆମର ସର୍ବଶ୍ରେଷ୍ଠ ସମ୍ପତ୍ତି। ଏହି ସମ୍ପତ୍ତିର ସଠିକ୍ ବ୍ୟବହାର ପାଇଁ ଆମର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ପଡିବ ଯେଉଁଠାରେ ଯୁବପିଢ଼ି ସେମାନଙ୍କର ପ୍ରତିଭାକୁ ସମ୍ପୂର୍ଣ୍ଣ ଭାବରେ ବିକଶିତ କରିପାରିବେ ଏବଂ ସେମାନଙ୍କର ସ୍ୱପ୍ନ ଓ ଆକାଂକ୍ଷାକୁ ସାକାର କରିପାରିବେ।

ସେମାନଙ୍କୁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରିବାକୁ ପଡିବ। ବିଶ୍ୱବିଦ୍ୟାଳୟଗୁଡ଼ିକର ଦାୟିତ୍ୱ ହେଉଛି ଯେ ସେମାନେ ସଚ୍ଚୋଟତା, ଶୃଙ୍ଖଳା, ସମ୍ବେଦନଶୀଳତା ଏବଂ ଜାତୀୟ ସ୍ୱାର୍ଥ ଭାବନାରେ ପରିପୂର୍ଣ୍ଣ ନାଗରିକମାନଙ୍କୁ ପ୍ରସ୍ତୁତ କରନ୍ତୁ । ଯୁବପିଢ଼ିଙ୍କ ଜ୍ଞାନ ସେତିକିବେଳେ ଅର୍ଥପୂର୍ଣ୍ଣ ହୋଇଥାଏ, ଯେତେବେଳେ ଏହା ମାନବତା, ସମାଜର କଲ୍ୟାଣ ଏବଂ ରାଷ୍ଟ୍ର ପ୍ରଗତିରେ ଉତ୍ସର୍ଗୀକୃତ ହୋଇଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି ।

ରାଷ୍ଟ୍ରପତି କହିଛନ୍ତି, ଆମେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ ପାଇଁ ଲକ୍ଷ୍ୟ ରଖିଛୁ। ଏହି ଲକ୍ଷ୍ୟ ହାସଲ କରିବାରେ ଆମର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଜ୍ଞାନ କେନ୍ଦ୍ର ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ ଯେଉଁଠାରେ ବିକଶିତ ଚିନ୍ତାଧାରା ଓ ପ୍ରଯୁକ୍ତିବିଦ୍ୟା ସମାଜର ଆବଶ୍ୟକତାକୁ ପୂରଣ କରେ। ସେ ଗୁରୁତ୍ୱାରୋପ କରି କହିଛନ୍ତି, ଆଧୁନିକ ଜ୍ଞାନକୁ ଗ୍ରହଣ କରିବା ସହିତ ସେମାନଙ୍କୁ ନୈତିକ ମୂଲ୍ୟବୋଧକୁ ମଧ୍ୟ ବଜାୟ ରଖିବାକୁ ପଡିବ।

ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଗବେଷଣା, ନୂତନ ଉଦ୍ଭାବନ ଏବଂ ଉଦ୍ୟୋଗ ବିକାଶକୁ ପ୍ରୋତ୍ସାହିତ କରିବା ସହିତ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେବ ବୋଲି ଜାଣି ସେ ଖୁସି ହୋଇଥିଲେ । ଏହି ବିଶ୍ୱବିଦ୍ୟାଳୟ ଦକ୍ଷ ମାନବଶକ୍ତି, ଗବେଷକ ଏବଂ ଉଦ୍ୟୋଗୀମାନଙ୍କୁ ପ୍ରସ୍ତୁତ କରିବ ଯେଉଁମାନେ ଏକ ବିକଶିତ ଓଡ଼ିଶା ଏବଂ ଏକ ବିକଶିତ ଭାରତର ଲକ୍ଷ୍ୟରେ ଯୋଗଦାନ ଦେବେ ବୋଲି ସେ   ବିଶ୍ୱାସ ପ୍ରକଟ କରିଥିଲେ।

ରାଷ୍ଟ୍ରପତି ଆସନ୍ତାକାଲି ମଙ୍ଗଳବାର ଦିନ ବ୍ରହ୍ମପୁର ଯିବେ। ପାଗ ଖରାପ ଯୋଗୁଁ ରାଷ୍ଟ୍ରପତି ଟ୍ରେନରେ ଯିବା ପାଇଁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଦଶ ବଗି ବିଶିଷ୍ଠ ଏକ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତି ବ୍ରହ୍ମପୁରର ତପ୍ତପାଣିଠାରେ ଥିବା ମା କନ୍ଧୁଣୀ ଦେବୀଙ୍କ ପୀଠରେ ପୂଜା ଅର୍ଚ୍ଚନା କରିବେ। ରାଷ୍ଟ୍ରପତି ବ୍ରହ୍ମପୁରରେ ରାତ୍ରୀଯାପନ କରିବାର ବ୍ୟବସ୍ଥା କରାଯାଇଛି।

ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ରାଷ୍ଟ୍ରପତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026
Latest News

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.