Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ଭାବେ ଏକ ବର୍ଷ ପୁରଣ କଲେ ଦ୍ରୌପଦୀ ମୁର୍ମୁ, ପ୍ରଶଂସା କରୁଛି ସାରା ବିଶ୍ବ

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟଭାର ଗ୍ରହଣ କରିବାର ବର୍ଷେ ପୁରିଲା। ଗତବର୍ଷ ଜୁଲାଇ ୨୫ ତାରିଖରେ ସେ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ମୟୁରଭଂଜ ପରି ଏକ ଆଦିବାସୀ ବହୁଳ ଜିଲ୍ଲାରୁ ଜଣେ ମହିଳା ରାଜ୍ୟପାଳ ହେବା ଏବଂ ପରବର୍ତ୍ତି ସମୟରେ ଦେଶର ସର୍ବୋଚ୍ଚ ଆସନରେ ବସିବା କିଛି ସାମାନ୍ୟ କଥା ନୁହେଁ।

ସେ ଜଣେ ସାଧାରଣ ମହିଳା ଭାବେ ଏହି ପଦରେ ଅଧିଷ୍ଠିତ ହେବା ନେଇ ସେତେବେଳେ ଦେଶବିଦେଶର ନେତାମାନେ ବେଶ ପ୍ରଶଂସା କରିଥିଲେ। ଆଉ ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ। ସେତେବେଳର ସେହି ପ୍ରଶଂସା ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କ ପାଖକୁ ଛୁଟି ଆସୁଛି। କେବଳ ଭାରତ କାହିଁକି ସେ ଯେ କୌଣସି ରାଷ୍ଟ୍ର ଗସ୍ତରେ ଯାଉଛନ୍ତି ସେଠାରେ ତାଙ୍କୁ ଦିଆଯାଉଛି ବିପୁଳ ସମ୍ବର୍ଦ୍ଧନା। ତାଙ୍କୁ ଦେଖିବା ପାଇଁ ଲୋକ ଗହଳି ହିଁ ତାଙ୍କର କାର୍ଯ୍ୟ ଦକ୍ଷତାକୁ ପ୍ରମାଣିତ କରିଦେଇଛି। ଏହି ବର୍ଷେ ମଧ୍ୟରେ ସେ ନିଜକୁ ଜଣେ ଜନପ୍ରିୟ ରାଷ୍ଟ୍ରପତି ଭାବେ ପ୍ରତିଷ୍ଠିତ କରାଇପାରିଛନ୍ତି।

ସେ ବିଭିନ୍ନ ସ୍ଥାନରେ ଦେଉଥିବା ଭାଷଣ ମଧ୍ୟ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ମଧ୍ୟ ପାଲଟିଛି। ସେଥିରୁ ତାଙ୍କର ଲୋକଙ୍କ ପ୍ରତି କିପରି ଭଲ ପାଇବା ରହିଛି ତାହା ପ୍ରମାଣିତ କରିଛି। ଏକଦା ସୁପ୍ରିମକୋର୍ଟ ତରଫରୁ ଆୟୋଜିତ ସମ୍ବିଧାନ ଦିବସରେ ଦେଇଥିବା ବକ୍ତବ୍ୟ ସମସ୍ତଙ୍କୁ ଭାବପ୍ରବଣ କରିଦେଇଥିଲା। ସେ ସୁପ୍ରିମକୋର୍ଟ ବିଚାରପତିମାନଙ୍କୁ କହିଥିଲେ ଯେ, ବର୍ତ୍ତମାନ ଭାରତର ବିଭିନ୍ନ ଜେଲରେ ବିନା ଦୋଷରେ ଲୋକେ ଜେଲଦଣ୍ଡ ଭୋଗୁଛନ୍ତି। ସେମାନଙ୍କ କଥା ବିଚାରପତିମାନେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ପରବର୍ତ୍ତି ସମୟରେ ଏହା ଉପରେ ଆରମ୍ଭ ହୋଇଥିଲା ତନାଘନା।

ଏହି ବର୍ଷେ ମଧ୍ୟରେ ତାଙ୍କୁ ବିଭିନ୍ନ ରାଜ୍ୟର ବିଧାନସଭା ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରିବା ଏବଂ ବିଧାୟକଙ୍କୁ ଅଭିଭାଷଣ ପ୍ରଦାନ କରିବା କାର୍ଯ୍ୟ ତାଙ୍କର ଲୋକପ୍ରିୟତାର ନିଦର୍ଶନ। ସେହିପରି ରାଷ୍ଟ୍ରପତି ଭବନ ଯାହା ମାଛି ପଡିଲେ ନବ ଖଣ୍ଡ ହୁଏ ସେହିପରି ଉଚ୍ଚ ସୁରକ୍ଷା ଐତିହାସିକ ଅଟ୍ଟଳିକା ଭିତରକୁ ସାଧାରଣ ଲୋକଙ୍କ ପ୍ରବେଶ ସେ ହିଁ ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ଭବନ ଭିତରକୁ ଲୋପପାଇଯାଉଥିବା ଆଦିବାସୀଙ୍କଠାରୁ ଆରମ୍ଭ କରି ଜଣେ ସାଧାରଣ ଲୋକ ତାଙ୍କୁ ଦେଖିବା ପାଇଁ ଆଜି କଷ୍ଟକର ବ୍ୟାପାର ହୋଇ ନାହିଁ।

ସେହିପରି ଓଡିଶା ଲୋକଙ୍କ ପାଇଁ ରାଷ୍ଟ୍ରପତି ଭବନ ଦ୍ବାର ଖୋଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସେ ଓଡିଶା ମାଟିର ଆଉ ଓଡିଶା ଲୋକଙ୍କୁ ଭଲ ପାଇବାର ଏହା ହେଉଛି ଅନ୍ୟତମ ପ୍ରମାଣ। ଏହି ବର୍ଷେ ମଧ୍ୟରେ ଓଡିଶାର ଶତାଧିକ ଲୋକ ତାଙ୍କୁ ସାକ୍ଷାତ କରିବାରେ ସକ୍ଷମ ହୋଇପାରିଛନ୍ତି। ଯାହା ପୂର୍ବରୁ କେବେ ସେହି ସୁଯୋଗ ଓଡିଶାବାସୀଙ୍କ ମିଳି ନ ଥିଲା। କେବଳ ସାକ୍ଷାତ ନୁହେଁ ସେମାନଙ୍କୁ ନିକଟରେ ବସାଇ ଦୁଃଖସୁଖ ହେବା କୌଣସି ଓଡିଆଙ୍କ ଭାଗ୍ୟରେ ଜୁଟି ନ ଥିଲା।

ରାଷ୍ଟ୍ରପତି ଭାବେ ସେ ଦାୟିତ୍ବ ନେବା ପରେ ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାରରେ ଭାରତ ତରଫରୁ ଯୋଗଦେବା ପାଇଁ ତାଙ୍କୁ ମିଳିଥିଲା ନିମନ୍ତ୍ରଣ। ସେହିପରି ସୁରିନାମ ଏବଂ ସର୍ବିୟା ରାଷ୍ଟ୍ର ଗସ୍ତରେ ତାଙ୍କୁ ସେହି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି। ଯାହା ଭାରତ ପାଇଁ ଆଣିଦେଇଛି ଗର୍ବ ଓ ଗୌରବ। ତାଙ୍କର ଏହି ବର୍ଷେ କାର୍ଯ୍ୟକାଳ ମଧ୍ୟରେ ସେ ଏ ପର୍ଯ୍ୟନ୍ତ ୨୬ ଟି ରାଷ୍ଟ୍ର ଗସ୍ତ କରିସାରିଛନ୍ତି।

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ଯେତିକି ଐତିହାସିକ, ସେ ସୁଖୋଇ-୩୦ ଯୁଦ୍ଧ ବିମାନରେ ଉଡିବା ମଧ୍ୟ ସେହିପରି ଏକ ଐତିହାସିକ ଯାତ୍ରା ବୋଲି କୁହାଯିବ। କାରଣ ଏହି ବିମାନରେ ଉଡିବା ଏକ ସାହସିକତାର ପ୍ରତୀକ। ଯାହା ରାଷ୍ଟ୍ରପତି ମୁର୍ମୁ କରି ଦେଖାଇଛନ୍ତି। ସେତେକି ନୁହେଁ ତାଙ୍କର ଆହୁରି ଦୀର୍ଘକାଳ କାର୍ଯ୍ୟକାଳ ମଧ୍ୟରେ ଏହି ଦେଶ ତଥା ବିଦେଶ ଦେଖିବ ତାଙ୍କର ଅନେକ କିଛି ଐତିହାସିକ ନିଷ୍ପତି ଓ ପଦକ୍ଷେପ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

୬ ଦିନିଆ ବିଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁରିନାମ ଗସ୍ତରେ ଯାଇଛନ୍ତି। ରାଷ୍ଟ୍ରପତି ଚଳିତ ମାସ ୪ ରୁ ୯ ତାରିଖ ପର୍ଯ୍ୟନ୍ତ ସୁରିନାମ ଏବଂ ସର୍ବିୟା ଗସ୍ତ କରିବେ। ତାଙ୍କ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀମତୀ ମୁର୍ମୁ ଜୁନ୍ ୪ ରୁ ୬ ତାରିଖ ପର୍ଯ୍ୟନ୍ତ ସୁରିନାମ ଗସ୍ତରେ ରହିବେ।  ସୁରିନାମ ଗଣତନ୍ତ୍ରର ରାଷ୍ଟ୍ରପତି ଚନ୍ଦ୍ରିକାପର୍ସଦ ସାଣ୍ଟୋଖୀଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ଗସ୍ତ କରିଛନ୍ତି।

ଏହି ପରିଦର୍ଶନ ଐତିହାସିକ ମହତ୍ତ୍ବ ଗ୍ରହଣ କରିଛି। କାରଣ ଜୁନ୍ ୫ ତାରିଖ ଦିନ ସୁରିନାମରେ ଭାରତୀୟଙ୍କ ଆଗମନର ୧୫୦ ତମ ବାର୍ଷିକ ଉତ୍ସବରେ ଶ୍ରୀମତୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଭାରତ ଏବଂ ସୁରିନାମ ମଧ୍ୟରେ ବେଶ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ସେଠାରେ ଥିବା ପ୍ରବାସୀ ଭାରତୀୟମାନେ ଏହି ଉତ୍ସବକୁ ବେଶ୍ ଉତ୍ସାହର ସହ ପାଳନ କରିବାକୁ ନିଷ୍ପତି କରିଛନ୍ତି।

ରାଷ୍ଟ୍ରପତି ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସର୍ବିୟା ଯିବେ। ସର୍ବିୟାର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଭୁସିଙ୍କ ନିମନ୍ତ୍ରଣ କ୍ରମେ ୭ ରୁ ୯ ଜୁନ୍ ପର‌୍ୟ୍ୟନ୍ତ ସର୍ବିୟାରେ ରହିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନିଜ ଜନ୍ମମାଟିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗାଁକୁ ଭିତରକୁ ଗଲେ ଚାଲିଚାଲି

ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜ ଜନ୍ମ ମାଟି ପାହାଡପୁରରେ ପହଞ୍ଚିଛନ୍ତି। ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ଆଜି ପୂର୍ବାହ୍ନ ୧୦ଟା ୧୬ ମିନିଟରେ ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ସ୍ୱାଗତ କରିଥିଲେ।

ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ମୟୂରଭଞ୍ଜ ଗସ୍ତ ହୋଇଥିବାରୁ ସେଠାରେ ଲୋକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ସେଥିପାଇଁ ରାଷ୍ଟ୍ରପତି ଚାଲିଚାଲି ସ୍ଥାନୀୟ ଲୋକଙ୍କୁ ନମସ୍କାର କରିବା ସହ ହାତ ହଲାଇ ସମସ୍ତଙ୍କର ଅଭିବାଦନ ଗ୍ରହଣ କରିଛନ୍ତି।

ସେଠାରେ ସେ ନିଜ ସ୍ବାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗାଁ ଭିତରକୁ ପ୍ରବେଶ କରି ସମସ୍ତଙ୍କୁ ହାତହଲାଇ ଅଭିନନ୍ଦନ ଜଣାଇଥିଲେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ସେଠାରେ ଥିବା ନୂଆ ସର୍କିଟ ହାଉସରେ ଅବସ୍ଥାନ କରିବେ।

ମେ ୫ ତାରିଖରେ ରାଷ୍ଟ୍ରପତି ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହାପରେ ସେ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ। ମେ ୬ ତାରିଖରେ ରାଷ୍ଟ୍ରପତି ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବେ।

Categories
MahaShivratri 2023 ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ପ୍ରଭୃ ଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଲୋକେ କାହିଁକି ହେଲେ ଆଶ୍ଚର୍ଯ୍ୟ

ଭୁବନେଶ୍ବର: ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରିବାର ସହିତ ପ୍ରଭୃ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି। ସେ ପ୍ରାୟ ୪୦ ମିନଟ ଧରି ମନ୍ଦିରରେ ରହି ପୂଜା ଅର୍ଚ୍ଚନା କରିଥିଲେ। ସେ ମନ୍ଦିରରେ ଉଭୟ ଜଳାଭିଷେକ ଏବଂ ଖିର ଅଭିଷେକ ମଧ୍ୟ କରିଥିଲେ। ସେତିକି ନୁହେଁ ସେ ମନ୍ଦିର ବେଢା ଭ୍ରମଣ କରି ସମସ୍ତ ମନ୍ଦିରରେ ମୁଣ୍ଡିଆ ମାରିଥିଲେ।

ରାଷ୍ଟ୍ରପତିଙ୍କ ପାଇଁ ମନ୍ଦିରର ଐତିହ୍ୟ ସଂପର୍କରେ ଅବଗତ କରାଇବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ଜଣଙ୍କୁ ନିଯୁକ୍ତ କରାଯାଇଥିଲା। ଏହି ସମୟରେ ତାଙ୍କ ପାଖରେ ଖୋର୍ଦ୍ଧା ଜିଲ୍ଲାପାଳ, ମନ୍ଦିର ପ୍ରଶାସନ ମୁଖ୍ୟଙ୍କ ସହିତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ମନ୍ଦିର ଚତୁପାର୍ଶରେ ସମସ୍ତେ ପରିଦର୍ଶନ କରିଥିଲେ।

ଏହାପରେ ରାଷ୍ଟ୍ରପତିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଭୃ ଲିଙ୍ଗରାଜଙ୍କ ଶୁଖୁଲା ପ୍ରସାଦ ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ ରାଷ୍ଟ୍ରପତି ସେଠାରେ ଥିବା ସେବକମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ।

ରାଷ୍ଟ୍ରପତି ପ୍ରଥମେ ରଥ ରୋଡ ଦେଇ ମନ୍ଦିରକୁ ଯାଇଥିଲେ। ମନ୍ଦିର ସମ୍ମୁଖରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସେଠାରେ ଆଦିବାସୀ ନୃତ୍ୟ ଓ ବାଜା ବଜାଇ ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯାଇଥିଲା। ମନ୍ଦିର ପାଖରେ ରାଷ୍ଟ୍ରପତି ପହଞ୍ଚିବା ପରେ ସେ ପ୍ରଥମେ ପାଦହରା ପୁଷ୍କରଣୀକୁ ଯାଇ ପାଦ ଧୋଇ ମନ୍ଦିର ଭିତରେ ପ୍ରବେଶ କରିଥିଲେ।

ରାଷ୍ଟ୍ରପତିଙ୍କ କୌଣସି କାର୍ଯ୍ୟକ୍ରମରେ ସାମିଲ ନ ଥିଲା ବେଳେ ସେ ହଠାତ ଖାଲିପାଦରେ ଚାଲିଚାଲି ବିନ୍ଦୁ ସାଗରକୁ ଯାଇଥିଲେ। ଏହି ସମୟରେ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇ ନ ଥିବାରେ ସମସ୍ତେ ହଡବଡେଇ ଯାଇଥିଲେ। ରାଷ୍ଟ୍ରପତି ଖାଲିପାଦରେ ମନ୍ଦିରରୁ ବିନ୍ଦୁ ସାଗରକୁ ଚାଲିଚାଲି ଯିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କଟକ ଧାନ ଗବେଷଣା କେନ୍ଦ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ: ଭୁବନେଶ୍ବରରେ ପ୍ରଭୃ ଲିଙ୍ଗରାଜଙ୍କ ଦର୍ଶନ ପରେ କଟକରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ବିଦ୍ୟାଧରପୁରଠାରେ ଅବସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରେ ଆୟୋଜିତ ଧାନ ସମ୍ମିଳନୀରେ ଯୋଗ ଦେଇଛନ୍ତି।

ଏହି ସଭାରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ବହୁ ବୈଜ୍ଞାନିକ ମଧ୍ୟ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ ରାଷ୍ଟ୍ରପତି ଦୀକ୍ଷାନ୍ତ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଭୃ ଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଆଜି ରାଷ୍ଟ୍ରପତିଙ୍କୁ ଓଡିଶା ଗସ୍ତର ଦ୍ବିତୀୟ ଦିନ। ଆଜି ରାଷ୍ଟ୍ରପତି ରାଜଭବନରୁ ବାହାରି ଲିଙ୍ଗରାଜ ମନ୍ଦିରରେ ପ୍ରବେଶ କରିଛନ୍ତି। ସେ ସେଠାରେ ପ୍ରଭୃଙ୍କ ଦର୍ଶନ କରିବା ସହିତ ବେଢା ପରିକ୍ରମା କରିବେ। ତାଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମଧ୍ୟ ଅଛନ୍ତି। ରାଷ୍ଟ୍ରପତି ପ୍ରାୟ 30 ମିନଟ ମନ୍ଦିର ପରିଦର୍ଶନ କରିବେ। ସେଥିପାଇଁ ଆଜି କିଛି ସମୟ ପାଇଁ ସାଧାରଣ ଦର୍ଶନ ବନ୍ଦ କରାଯାଇଛି।

ଏହାପରେ ରାଷ୍ଟ୍ରପତି ବିମାନ ବନ୍ଦର ଯାଇ ସେଠାରୁ କଟକ ଅଭିମୁଖେ ଯାତ୍ରା କରିବେ। ସେଠାରେ ସେ ବିଦ୍ୟାଧରପୁରରେ ଅବସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର ପରିଦର୍ଶନ କରିବେ। ସେଠାରେ ଜାତୀୟ ଧାନ ସମ୍ମିଳନୀକୁ ମଧ୍ୟ ରାଷ୍ଟ୍ରପତି ଉଦବୋଧନ ଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ଯୋଗଦେବେ।

Categories
ବିଶେଷ ଖବର ରାଜ୍ୟ ଖବର

ଜୀବନକୁ ବଡ ପରିବର୍ତ୍ତନ କରେ ଯୋଗ, ଏବେ ବି ମୁଁ ତାହା କରୁଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର:  ଆଜି ଉତ୍କଳ ମଣ୍ଡପରେ ଆୟୋଜିତ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ସିଧା ବିମାନ ବନ୍ଦରରୁ ଆସି ଏହି ସଭାରେ ଯୋଗଦେଇ ଥିଲେ। ସେ ପ୍ରଥମେ ଜୟ ଜଗନ୍ନାଥ କହି ରାଷ୍ଟ୍ରପତି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ।

ସେ ଭାଷଣରେ ତାଙ୍କର ନିଜର ଅନୁଭୂତି କଥା ଉପସ୍ଥିତ ଜନତାଙ୍କ ନିକଟରେ ବାଣ୍ଟିଥିଲେ। ସେ କହିଥିଲେ ଯେ, ବାପା, ମାଆଙ୍କ ଫଟୋକୁ ପୂଜା କରିବା ନୁହେଁ ବରଂ ତାଙ୍କର ଯତ୍ନ ନେବା ହିଁ ଶ୍ରେଷ୍ଠ ଧର୍ମ । ବାପା, ମାଆ ସବୁବେଳେ ତ୍ୟାଗ, ବଳିଦାନ, ସାହସ, ସ୍ନେହ, ଶ୍ରଦ୍ଧା, ମମତାର ପ୍ରତୀକ।  ମାତୃଶକ୍ତି ଉତ୍ଥାନ ସଂସ୍ଥାରେ ପହଞ୍ଚି ମାଆଙ୍କୁ ମନେ ପକାଇ ଭାବବିହ୍ବଳ ହୋଇଥିଲେ ରାଷ୍ଟ୍ରପତି।

ସେ କହିଥିଲେ ଯେ, ନାରୀ ହେଉଛି ନାରାୟଣୀ, କଲ୍ୟାଣକାରୀ, ଚିର ନମସ୍ୟା। ମାତୃଶକ୍ତି ଅନ୍ତର୍ଜ୍ୟୋତି ଜାଗ୍ରତ କରି ସୁସ୍ଥ ମାନବ ସମାଜ ଗଠନ ଲକ୍ଷ୍ୟରେ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି। ଜଣେ ଆଦର୍ଶ ଜନନୀ ପରମହଂସ ଜଗାନନ୍ଦଙ୍କ ମାଆ ଜ୍ଞାନପ୍ରଭାଙ୍କ ନାଁରେ ଅନୁଷ୍ଠାନ ନାମିତ ହେବା, ଆଧ୍ୟାତ୍ମିକ ଜଗତରେ ନାରୀ ସଂଗଠନ ପ୍ରତିଷ୍ଠା ହେବା ଗୌରବର କଥା। ମାତୃ କରୁଣା ଓ ପ୍ରେରଣା ମଣିଷକୁ ଅସାଧାରଣ ବ୍ୟକ୍ତିତ୍ବରେ ପରିଣତ କରେ।

ଏହି ଅବସରରେ ନିଜ ଜୀବନର ଅଭିଜ୍ଞତା ବାଣ୍ଟିଥିଲେ ରାଷ୍ଟ୍ରପତି। ସେ କହିଥିଲେ ଯେ, ‘ଜୀବନର ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ ମୁଁ ଅତ୍ୟନ୍ତ ଦୁଃଖଦ ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିଲି। ଯୋଗ ସହିତ ଯୁକ୍ତ ହେବା ପରେ ଧୀରେ ଧୀରେ ମୁଁ ଶାରୀରିକ ଓ ମାନସିକ ଦୁର୍ବଳତାରୁ ମୁକ୍ତ ହେଲି । ମୋ ଭିତରେ ପୁନର୍ବାର ଜୀବନ ପ୍ରତି ଆସ୍ଥା ଓ ଆଶା ସଞ୍ଚରିତ ହେଲା।’

ସେହିପରି ସେ କହିଥିଲେ ଯେ, ଏବେ ବିଶ୍ବ ପାଇଁ ପ୍ରକୃତିର ଅସ୍ବାଭାବିକ ଆଚରଣ ବଡ଼ ବିପଦ । ନିଜେ ବଞ୍ଚ ଓ ଅନ୍ୟକୁ ବଞ୍ଚିବାକୁ ଦିଅ । ତେଣୁ ପ୍ରକୃତି ଅନୁକୂଳ ଜୀବନଶୈଳୀ ଆପଣାଇବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । ଜ୍ଞାନପ୍ରଭା ମିଶନ ବତିଖୁଣ୍ଟ ପରି ମାନବ ସମାଜକୁ ଦିଗଦର୍ଶନ ଦେବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।

ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଭୁବନେଶ୍ବର ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି, ନିଜ କଲେଜ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ

ଭୁବନେଶ୍ବର: ଆସନ୍ତାକାଲି ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଦିନ ୧୧ ଟା ୪୫ ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବେ ବୋଲି ଜଣାପଡିଛି। ଆସନ୍ତାକାଲି ସେ ପୂର୍ବହ୍ନରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗଦେବେ। ଏହି ଉତ୍ସବ ଭୁବନେଶ୍ବରର ଉତ୍କଳ ମଣ୍ଡପରେ ଆୟୋଜନ କରାଯାଇଛି।

ଏହାପରେ ସେ ରାଜଭବନ ଯିବେ। ସେଠାରୁ ଅପରାହ୍ନରେ ସେ ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେ ଏହି ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେବା ସହିତ ଚାରି ଓଡିଆ ମହିଳାଙ୍କୁ ଡିଲିଟ ପ୍ରଦାନ କରିବେ। ଏଥିପାଇଁ ବିଶ୍ବବିଦ୍ୟାଳୟ ତରଫରୁ ବ୍ୟାପବକ ବନ୍ଦୋବସ୍ତ କରାଯାଇଛି।

ଏହି ଉତ୍ସବରେ ବିଶ୍ବବିଦ୍ୟାଳୟର କୁଳାଧୀପତି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ରୋହିତ ପୂଜାରୀ, ଉଚ୍ଚଶିକ୍ଷା ସଚିବ ବିଷ୍ଣପଦ ସେଠୀ ପ୍ରମୁଖ ଯୋଗଦେବେ। ତେବେ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଉ ନ ଥିବାର ଜଣାପଡିଛି।

ପ୍ରଥମ ଥର ପାଇଁ ନିଜ କଲେଜକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଏହି କଲେଜରେ ୧୯୭୫ ମସିହାରୁ ୧୯୭୯ ପର‌୍ୟ୍ୟନ୍ତ ଛାତ୍ରୀଥିଲେ। ସେ ସମୟରେ ଯେଉଁମାନେ ତାଙ୍କର କ୍ଲାସମେଟ ଥିଲେ ସେମାନଙ୍କୁ ଏହି ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ରାଷ୍ଟ୍ରପତି ଏହି କଲେଜ ବୁଲି ନିଜର ଅନୁଭୂତିକୁ ସ୍ମୃତି ଚାରଣ କରିବେ ବୋଲି ଜଣାପଡିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ୨୦୧୯ ମସିହାରେ ରମାଦେବୀ ବିଶ୍ବବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ଡକ୍ଟରେଟ ସମ୍ମାନ ପ୍ରଦାନ କରାଯାଇଥିଲା। ସେତେବେଳେ ସେ ଝାଡଖଣ୍ଡର ରାଜ୍ୟପାଳ ଥିଲେ। ରାଷ୍ଟ୍ରପତି ଭାବେ ନିଜ କଲେଜକୁ ଆସୁଥିବାରୁ ଛାତ୍ରଛାତ୍ରୀ ତଥା ଅଧ୍ୟାପକଅଧ୍ୟାପିକାମାନେ ବେଶ ଉତ୍ସାହିତ ହୋଇପଡିଛନ୍ତି।

ସେହିପରି ରାଷ୍ଟ୍ରପତି ୧୧ ତାରିଖ ଦିନ ସକାଳେ ଲିଙ୍ଗରାଜ ମନ୍ଦିର ଦର୍ଶନରେ ଯିବେ। ସେଠାରେ ସେ ପ୍ରଭୃଙ୍କ ଦର୍ଶନ କରି ବେଢା ପରିକ୍ରମା କରିବେ। ସେଥିପାଇଁ ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହାପରେ ସେ କଟକ କେନ୍ଦ୍ର ଧାନଗବେଷଣ କେନ୍ଦ୍ରର କାର‌୍ୟ୍ୟକ୍ରମରେ ଯୋଗଦେବେ। ଅପରାହ୍ନରେ ସେ ଦିଲ୍ଲୀ ଫେରିଯିବେ ବୋଲି ଜଣାପଡିଛି। ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କର ଦ୍ବିତୀୟ ଓଡିଶା ଗସ୍ତ।

Categories
ଆଜିର ଖବର ଜାତୀୟ ଖବର

ଦୁଇଦିନିଆ ରାଜସ୍ଥାନ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ରାଜସ୍ଥାନ ଗସ୍ତରେ ଯାଉଛନ୍ତି। ସେ ଜାନୁୟାରୀ 3 ତାରିଖରେ ଜୟପୁରର ରାଜଭବନରେ ସମ୍ବିଧାନ ଉଦ୍ୟାନ ଉଦଘାଟନ କରିବେ।

ଏହି ଅବସରରେ ସେ ରାଜସ୍ଥାନରେ ସୌର ଶକ୍ତି ଜୋନ୍ ପାଇଁ ଟ୍ରାନ୍ସମିସନ ସିଷ୍ଟମକୁ ମଧ୍ୟ ଉଦଘାଟନ କରିବେ। ସେଠାରେ 1000 ମେଗାୱାଟ ବିକାନେର ସୌର ଶକ୍ତି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ଏହାପରେ ସେ ଜୟପୁରର ରାଜ ଭବନରେ ରାଜସ୍ଥାନର ଆଦିବାସୀ ସମ୍ପ୍ରଦାୟଙ୍କୁ ଭେଟିବେ। ସେହି ଦିନ ସନ୍ଧ୍ୟାରେ ସେ ମାଉଣ୍ଟ ଆବୁରେ ରାଷ୍ଟ୍ରପତି ବ୍ରହ୍ମା କୁମାରୀଙ୍କ ଦ୍ବାରା ଆୟୋଜିତ ‘ଆଧ୍ୟାତ୍ମିକ ସଶକ୍ତିକରଣ ମାଧ୍ୟମରେ ରାଇଜିଂ ଇଣ୍ଡିଆ’ ଉପରେ ଏକ ଜାତୀୟ ଅଭିଯାନର ଶୁଭାରମ୍ଭ କରିବେ।

ସେହିଠାରୁ ରାଷ୍ଟ୍ରପତି ଭିଡିଓ କନଫ୍ରେସିଂ ମାଧ୍ୟମରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମେ ସେ ତେଲେଙ୍ଗାନାର ବ୍ରହ୍ମା କୁମାରିସ୍ ସାଇଲେନ୍ସ ରିଟ୍ରେଟ କେନ୍ଦ୍ରର ଉଦଘାଟନ କରିବେ। ଏହାପରେ ସେ ମଧ୍ୟପ୍ରଦେଶର ଇନ୍ଦୋରରେ ବ୍ରହ୍ମା କୁମାରୀଙ୍କ ଅଡିଟୋରିୟମ୍ ଏବଂ ଆଧ୍ୟାତ୍ମିକ କଳା ଗ୍ୟାଲେରୀର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ଜାନୁୟାରୀ 4 ତାରିଖରେ ରାଷ୍ଟ୍ରପତି ରାଜସ୍ଥାନର ପାଲିରେ ଭାରତ ସ୍କାଉଟ୍ସ ଏବଂ ଗାଇଡର 18 ତମ ଜାତୀୟ ଜାମ୍ବୋରିର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ସେ ପ୍ରଣବଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଏହି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏଥିସହିତ ରାଷ୍ଟ୍ରପତି ପ୍ରଣବଙ୍କ କୃତିତ୍ବକୁ ମଧ୍ୟ ଆଜିର ଦିନରେ ସ୍ମରଣ କରିଛନ୍ତି।

ଆଜି ହେଉଛି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଜନ୍ମଦିନ। ସେ 1935 ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ସେ ସାଧାରଣ ପରିବାରରୁ ଆସି ଜାତୀୟ ରାଜନୀତିର ସର୍ବୋଚ୍ଚ ସ୍ତରରେ ପହଁଚିପାରିଥିଲେ। ଶେଷରେ ସେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ପଦରେ ବସିଥିଲେ। ସେ 2020 ମସିହା ଅଗଷ୍ଟ 31 ତାରିଖରେ ପରଲୋକ ଗମନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ହସପିଟାଲରେ ଭର୍ତ୍ତି ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହସପିଟାଲରେ ଭର୍ତ୍ତି ହୋଇଥିଲେ। କାରଣ ଥିଲା ତାଙ୍କର ଡାହାଣ ଆଖିର ମୋତିଆ ବନ୍ଦୁ ଅପରେସନ କରାଯାଇଥିଲା। ସେଥିପାଇଁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଆର୍ମି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଆଜି ସକାଳେ ହସପିଟାଲ ଯାଇଥିଲେ, ଅପରେସନ ପରେ ତାଙ୍କୁ ଡିସଚାର୍ଯ୍ୟ କରାଯାଇଛି।

ରାଷ୍ଟ୍ରପତିଙ୍କର ଗତ ଅକ୍ଟୋବର16 ତାରିଖରେ ବାମ ଆଖିରେ ଅପରେସନ କରାଯାଇଥିଲା। ଏହାପରେ ଆଜି ଡାହାଣ ଆଖିର ମୋତିଆ ବିନ୍ଦୁ ଅପରେସନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମ ବଂଗର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମ ବଂଗର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି। ସେ ହେଉଛନ୍ତି ଅବସରପ୍ରାପ୍ତ ଆଇଏଏସ ଅଫିସର ଡ. ସି.ଭି ଆନନ୍ଦ ବୋଷ। ସେ ବର୍ତ୍ତମାନ ମେଘାଳୟ ସରକାରଙ୍କ ଉପଦେଷ୍ଠା ଅଛନ୍ତି। କେରଳରେ ଜନ୍ମିତ ବୋଷ କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଛନ୍ତି।

ପଶ୍ଚିମ ବଂଗର ରାଜ୍ୟପାଳ ଥିବା ଜଗଦୀପ ଧାନକର ଉପରାଷ୍ଟ୍ରପତି ହେବାରୁ ସେ ଏହି ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ମଣିପୁର ରାଜ୍ୟପାଳ ଲା ଗଣେଶନଙ୍କୁ ପଶ୍ଚିମବଂଗ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଶିକ୍ଷା ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ବରର ଜୟଦେବ ଭବନ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଓଡ଼ିଆ ଭାଷାରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ବାରା ପ୍ରକାଶିତ ଇଞ୍ଜିନିୟରିଂ ପୁସ୍ତକ କୁ ରାଷ୍ଟ୍ରପତି ଉନ୍ମୋଚନ କରିଥିଲେ। ଏହାଛଡ଼ା ବୈଜ୍ଞାନିକ ଏବଂ ବୈଷୟିକ ଶବ୍ଦାବଳୀ ଆୟୋଗଙ୍କ ଦ୍ବାରା ବିକଶିତ ଓଡ଼ିଆ ଭାଷାରେ ବୈଷୟିକ ଶବ୍ଦକୋଷ ଏବଂ ଇ-କୁମ୍ଭ (ବିଭିନ୍ନ ଭାରତୀୟ ଭାଷାରେ ପ୍ରକାଶିତ ଜ୍ଞାନ) ପୋର୍ଟାଲକୁ ମଧ୍ୟ ରାଷ୍ଟ୍ରପତି ଉନ୍ମୋଚନ କରିଥିଲେ।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏସବୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପକୁ ଉନ୍ମୋଚନ କରି ସେ ଆନନ୍ଦିତ। ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ଦିଗରେ ଭାରତ ସରକାରଙ୍କ ଏହି ପଦକ୍ଷେପ ପ୍ରଶଂସନୀୟ। ଇଂରାଜୀ ଭାଷାରେ ବୈଷୟିକ ଶିକ୍ଷାକୁ ବୁଝିବା କ୍ଷେତ୍ରରେ ଅନେକ ଛାତ୍ରଛାତ୍ରୀ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି। ଏହି କାରଣରୁ ଜାତୀୟ ଶିକ୍ଷା ନୀତି -୨୦୨୦ରେ ସରକାର ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷା ଯୋଗାଇ ଦେବା ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ମାତୃଭାଷା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୌଦ୍ଧିକ ଜ୍ଞାନ ବିକଶିତ କରିଥାଏ, ଏଥିରେ କୌଣସି ସନ୍ଦେହ ନାହିଁ। ମାତୃଭାଷାରେ ଶିକ୍ଷା ଦାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳ ବିଚାରଧାରା ଏବଂ ବିଶ୍ଳେଷଣ ଦକ୍ଷତା ବିକଶିତ କରିବ ବୋଲି ସେ ବିଶ୍ବାସ ପ୍ରକଟ କରିଥିଲେ। ରାଷ୍ଟ୍ରପତି କହିଥିଲେ ଯେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଏହାଦ୍ବାରା ସମାନ ସୁଯୋଗ ମିଳିପାରିବ। ଆଞ୍ଚଳିକ ଭାଷାରେ ପାଠ୍ୟପୁସ୍ତକ ଉପଲବ୍ଧ ହେଉନଥିବାରୁ ପୂର୍ବରୁ ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷାଦାନ କରିବା କ୍ଷେତ୍ରରେ ବାଧା ଉତ୍ପନ୍ନ ହେଉଥିଲା। ଏହି ବାଧା ଦୂର କରିବା କ୍ଷେତ୍ରରେ ଏଆଇସିଟିଇର ପ୍ରୟାସକୁ ସେ ପ୍ରଶଂସା କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ଶିକ୍ଷା ହେଉଛି ସଶକ୍ତିକରଣର ଏକ ମାଧ୍ୟମ। ଆମ ଦେଶର ପ୍ରତ୍ୟେକ ଶିଶୁ ପ୍ରତ୍ୟେକ ସ୍ତରରେ ଯେପରି ଶିକ୍ଷାର ଲାଭ ପାଇପାରିବ ଆମେ ତାହା ସୁନିଶ୍ଚିତ କରିବା ଉଚିତ୍। ବିନା କୌଣସି ବାଛବିଚାରରେ ସମସ୍ତଙ୍କ ପାଖରେ ଶିକ୍ଷା ଉପଲବ୍ଧ କରାଇବା ପାଇଁ ଆମେ ଯଥାସମ୍ଭବ ପ୍ରୟାସ କରିବା ଉଚିତ୍‌। ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା କ୍ଷେତ୍ରରେ ଭାଷା ବାଧକ ନୁହେଁ ବରଂ ସହାୟକ ହେବା ଉଚିତ୍‌। ଆଞ୍ଚଳିକ ଏବଂ ସ୍ଥାନୀୟ ଭାଷାରେ ଶିକ୍ଷାଦାନ ଆରମ୍ଭ କରାଯିବା ଫଳରେ ଦୀର୍ଘସ୍ଥାୟୀ ଭିତ୍ତିରେ ଏକ ଶିକ୍ଷିତ, ସଚେତନ ଏବଂ ସକ୍ରିୟ ସମାଜ ଗଠନରେ ସହାୟତା ମିଳିପାରିବ।

ରାଷ୍ଟ୍ରପତି କହିଥିଲେ ଯେ, ଓଡ଼ିଆ ଏକ ପ୍ରାଚୀନ ଏବଂ ସମୃଦ୍ଧ ଭାଷା। ଏହାର ଏକ ଅଭିନବ ସାହିତ୍ୟ ପରମ୍ପରା ଏବଂ ସମୃଦ୍ଧ ଶବ୍ଦ ଭଣ୍ଡାର ରହିଛି। ତେଣୁ ଓଡ଼ିଆ ଭାଷାରେ ବୈଷୟିକ ଶିକ୍ଷା ପାଇବା କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ। ସେ କହିଥିଲେ ଯେ, ସବୁ ଭାରତୀୟ ଭାଷାରେ ଅଳ୍ପବହୁତ ଏଭଳି ସମ୍ଭାବନା ରହିଛି। ଜାତୀୟ ଶିକ୍ଷା ନୀତି -୨୦୨୦ରେ ସବୁ ଭାରତୀୟ ଭାଷାକୁ ସମାନ ଗୁରୁତ୍ବ ଦିଆଯାଇଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ଭାରତୀୟ ଭାଷା କ୍ଷେତ୍ରରେ ଏହା ଏକ ନୂତନ ଯୁଗର ଆରମ୍ଭ କରିଛି।

ଏଥିପୂର୍ବରୁ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତପୋବନ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହାପରେ, ସେ ପିଲାଦିନେ ପାଠ ପଢ଼ୁଥିବା ୟୁନିଟ୍‌-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସ୍କୁଲରେ ପଢ଼ିବା ବେଳେ ରହୁଥିବା ୟୁନିଟ୍‌-୨ କୁନ୍ତଳା କୁମାର ସାବତ ଆଦିବାସୀ ବାଳିକା ଛାତ୍ରୀନିବାସକୁ ଯାଇଥିଲେ। ରାଷ୍ଟ୍ରପତି ସେଠାରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରୀନିବାସ ଅନ୍ତେବାସୀଙ୍କ ସହ ମତବିନିମୟ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ଆଜି ଗୁରୁ ନାନକଙ୍କ ଜୟନ୍ତିରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା। ଏହି ଦିନ ଶିଖ୍ ଗୁରୁ ଗୁରୁ ନାନକଙ୍କ ଜନ୍ମ ଦିନ। ଏହି ପବିତ୍ର ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁ ନାନକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।

ଆଜି ସକାଳେ ରାଷ୍ଟ୍ରପତି, ରାଷ୍ଟ୍ରପତି ଭବନ ଭିତରେ ଥିବା ବର୍ଡିଗାର୍ଡ ରେଜିମେଣ୍ଟଲ ଗୁରୁଦ୍ବାରରେ ସେ ଏହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଏଥିସହିତ ସେ ଭକ୍ତମାନଙ୍କ ସହିତ ସେଠାରେ ଆୟୋଜିତ ଲଙ୍ଗରରେ ମଧ୍ୟ ଯୋଗଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

President’s Dance Video: ନୃତ୍ୟଶିଳ୍ପୀଙ୍କ ସହିତ ଧୂମ ନାଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

President Droupadi Murmu‘s Dance Video: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ସିକିମ ଗସ୍ତରେ ଅଛନ୍ତି। ସେ ସେଠାରେ ସିକିମ ସରକାରଙ୍କଠାରୁ ନାଗରିକ ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି। ଏଥିସହିତ ସେ ବିଭିନ୍ନ ପ୍ରକଳ୍ପର ମଧ୍ୟ ଉଦଘାଟନ କରିଛନ୍ତି। ଗାଂଗଟକରେ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ସେଠାରେ ଏକ ନୃତ୍ୟ ଉତ୍ସବର ମଧ୍ୟ ଆୟୋଜନ କରାଯାଇଥିଲା।

 

 

ରାଷ୍ଟ୍ରପତି ଏହି ନୃତ୍ୟ ଉତ୍ସବ ଦେଖିବା ପାଇଁ ରାଜ୍ୟ ପ୍ରମୁଖ ନୃତ୍ୟଶିଳ୍ପୀଙ୍କୁ ଡକାଯାଇଥିଲା। ତେବେ ଏହି ନୃତ୍ୟ ମଧ୍ୟରେ ସିକିମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କ୍ରିଷ୍ଣା ରାୟ ରାଷ୍ଟ୍ରପତିଙ୍କୁ ନୃତ୍ୟ କରିବା ପାଇଁ ଅନୁରୋଧ କରିଥିଲେ। ଫଳରେ ନୃତ୍ୟଶିଳ୍ପୀଙ୍କ ଗହଣରେ ରାଷ୍ଟ୍ରପତି ଏବଂ ରାୟ ଉଭୟ ତାଳରେ ତାଳ ମିଶାଇ ନୃତ୍ୟ କରିଥିଲେ। ଯାହା ସେଠାରେ ଉପସ୍ଥିତ ଦର୍ଶକଙ୍କୁ ବେଶ ଆମୋଦିତ କରିଥିଲା। ଏହି ନୃତ୍ୟଟି ସିକିମ ରାଜ୍ୟର ସଂସ୍କୃତି, ସୌନ୍ଦର୍ଯ୍ୟ, ଏକତା ଉପରେ ଆଧାରିତ ଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆସିଲା ପୁରା ଗସ୍ତ ସୂଚୀ

ଭୁବନେଶ୍ବର: ଚଳିତ ମାସ ୧୦ ଏବଂ ୧୧ ତାରିଖ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଓଡିଶା ଗସ୍ତ କାର୍ଯ୍ୟକ୍ରମ। ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରପତି ୧୦ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରିବେ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ସିଂହଦ୍ୱାର ନିକଟସ୍ଥ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିବେ। ତାପରେ ପୁରୀ ରାଜଭବନକୁ ଯିବେ। ଅପରାହ୍ନରେ ଭୁବନେଶ୍ୱର ଆସି ସହରର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ଉତ୍କଳର ବରପୁତ୍ରମାନଙ୍କ ପ୍ରତିମୁର୍ତ୍ତିମାନଙ୍କରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧାସୁମନ ଅର୍ପଣ କରିବେ।

ପରେ ପରେ ରାଷ୍ଟ୍ରପତି ରାଜଭବନ ଗସ୍ତ କରିବେ ଓ ସେଠାରେ ସିଭିକ୍ ରିସେପନ୍ କାର୍ଯ୍ୟକ୍ରମ ହେବାର ପ୍ରସ୍ତାବ ଅଛି। ୧୦ ତାରିଖ କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଜଭବନରେ ବିଶ୍ରାମ ନେବେ।

ଗସ୍ତର ଦ୍ୱିତୀୟ ଦିନରେ ୧୧ ନଭେମ୍ବର ରାଷ୍ଟ୍ରପତି ଖଣ୍ଡଗିରିସ୍ଥିତ ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବାର ସମ୍ଭାବନା ଅଛି।

ପରେ ପରେ ରାଷ୍ଟ୍ରପତି ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଭାଷାରେ ଇଞ୍ଜିନିଅରିଂ ପୁସ୍ତକ ସମୂହ, ବିଜ୍ଞାନ ଓ ବୈଷୟିକ ଜ୍ଞାନ ଭାଷାକୋଷ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ବୈଷୟିକ ଭାଷାକୋଷ, ଏବଂ ବିବିଧ ଭାରତୀୟ ଭାଷାରେ ଜ୍ଞାନ ପୋର୍ଟାଲ୍ “ଇ-କୁମ୍ଭ” ଉନ୍ମୋଚନ କରିବେ। ଦ୍ୱିତୀୟ ଦିନ ଅପରାହ୍ନରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ପାଲାମ ବିମାନ ବନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବୈଠକ, ଦେଲେ ଏହି ନିର୍ଦ୍ଦେଶ

ଭୁବନେଶ୍ୱର: ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କର ଓଡ଼ିଶା ଆଗମନ ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ପାଇଁ ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ସନ୍ତୋଷ ବାଳା ରାଷ୍ଟ୍ରପତିଙ୍କ ଗସ୍ତ ସମ୍ୱନ୍ଧିତ ପ୍ରାଥମିକ ସୂଚନା ଉପସ୍ଥାପନ କରିଥିଲେ।

ରାଷ୍ଟ୍ରପତି ଭବନରୁ ପ୍ରାପ୍ତ ପ୍ରାରମ୍ଭିକ ସୂଚନା ଭିତ୍ତିରେ ଗସ୍ତ କରିବାକୁ ଥିବା ସମସ୍ତ ସ୍ଥାନରେ ନିର୍ଦ୍ଧାରିତ ପ୍ରୋଟୋକଲ୍ ଏବଂ କାର୍ଯ୍ୟକ୍ରମ ନିମନ୍ତେ ଆବଶ୍ୟକ ସମସ୍ତ ବ୍ୟବସ୍ଥା ତୃଟି-ଶୂନ୍ୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପୋଲିସ ବିଭାଗ, ପୁରୀ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ମୁଖ୍ୟତଃ ରାଷ୍ଟ୍ରପତିଙ୍କ ଗସ୍ତ, ରହଣୀ ଓ ସଭା ଆଦି ସମୟରେ ଗାର୍ଡ ଅଫ୍ ଅନର, ଜାତୀୟ ସଂଗୀତ ବାଦନ, ବାରିକେଡ୍, ନିରାପତ୍ତା, ସ୍ୱାସ୍ଥ୍ୟ ସେବା, ଅଗ୍ନିଶ୍ରମ ସେବା, ଇଣ୍ଟରନେଟ୍ ଓ ଟେଲି ଯୋଗାଯୋଗ, ବୈଷୟିକ ଉପକରଣ, ଟ୍ରାଫିକ୍ ପରିଚାଳନା, ସାଧାରଣ ଆଇନ୍ ଶୃଙ୍ଖଳା, ଗଣମାଧ୍ୟମ ପାଇଁ ଅନୁମତି ଆଦି ବିଷୟରେ ଆଲୋଚନା ହୋଇଥିଲା। ରାଷ୍ଟ୍ରପତି ଗସ୍ତ କରିବାକୁ ଥିବା ପ୍ରତି ସ୍ଥାନରେ ପୋଲିସ୍ ଏବଂ ସଂପୃକ୍ତ ବିଭାଗର ନୋଡାଲ୍ ଅଫିସର ନିୟୋଜିତ କରି ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ କଡ଼ା ନିର୍ଦ୍ଦେଶ ଦେଇଥିଲେ।

ରାଷ୍ଟ୍ରପତିଙ୍କ ନିକଟକୁ ଯିବାକୁ ଥିବା ଏବଂ ତାଙ୍କ ସହ ସିଧାସଳଖ ଯୋଗାଯୋଗ କରୁଥିବା ସମସ୍ତ ବ୍ୟକ୍ତିଙ୍କର ଆର୍.ଟି.ପି.ସି.ଆର୍. ପଦ୍ଧତିରେ କୋଭିଡ଼୍ ପରୀକ୍ଷା ଏବଂ N-5 ମାସ୍କ ପରିଧାନ ନିଶ୍ଚିତ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ପ୍ରାପ୍ତ ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି ଯେ ଚଳିତ ମାସ ୧୦ ଏବଂ ୧୧ ତାରିଖ ଦୁଇଦିନ ଧରି ରାଷ୍ଟ୍ରପତି ଓଡ଼ିଶାରେ ରହିବେ। ୧୦ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରିବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ସିଂହଦ୍ୱାର ନିକଟସ୍ଥ ଉତ୍କଳମଣି ପଣ୍ଡିତ୍ ଗୋପବନ୍ଧୁ ଦାସଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିବେ। ତାପରେ ପୁରୀ ରାଜଭବନକୁ ଯିବେ। ଅପରାହ୍ନରେ ଭୁବନେଶ୍ୱର ଆସି ସହରର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ଉତ୍କଳର ବରପୁତ୍ରମାନଙ୍କ ପ୍ରତିମୁର୍ତ୍ତିମାନଙ୍କରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧାସୁମନ ଅର୍ପଣ କରିବେ।

ପରେ ପରେ ରାଷ୍ଟ୍ରପତି ରାଜଭବନ ଗସ୍ତ କରିବେ ଓ ସେଠାରେ ସିଭିକ୍ ରିସେପନ୍ କାର୍ଯ୍ୟକ୍ରମ ହେବାର ପ୍ରସ୍ତାବ ଅଛି। ୧୦ ତାରିଖ କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଜଭବନରେ ବିଶ୍ରାମ ନେବେ।

ଗସ୍ତର ଦ୍ୱିତୀୟ ଦିନରେ ୧୧ ନଭେମ୍ବର ରାଷ୍ଟ୍ରପତି ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବାର ସମ୍ଭାବନା ଅଛି।

ପରେ ପରେ ରାଷ୍ଟ୍ରପତି ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଭାଷାରେ ଇଞ୍ଜିନିଅରିଂ ପୁସ୍ତକ ସମୂହ, ବିଜ୍ଞାନ ଓ ବୈଷୟିକ ଜ୍ଞାନ ଭାଷାକୋଷ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ବୈଷୟିକ ଭାଷାକୋଷ, ଏବଂ ବିବିଧ ଭାରତୀୟ ଭାଷାରେ ଜ୍ଞାନ ପୋର୍ଟାଲ୍ “ଇ-କୁମ୍ଭ” ଉନ୍ମୋଚନ କରିବେ। ଦ୍ୱିତୀୟ ଦିନ ଅପରାହ୍ନରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ପାଲାମ ବିମାନ ବନ୍ଦର ଅଭିମୁଖେ ପତ୍ୟାବର୍ତ୍ତନ ଯାତ୍ରା କରିବେ।

ଏହି ବୈଠକରେ ପୋଲିସ୍ ମହା ନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂଶଲଙ୍କ ସମେତ ସଂପୃକ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ପୁରୀ ଏବଂ ଖୋର୍ଦ୍ଧାର ଜିଲ୍ଲାପାଳ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଭାଗ ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ମୁଲାୟମ ସିଂ ଯାଦବଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୋକ

ନୂଆଦିଲ୍ଲୀ: ଆଜି ସକାଳେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକବ୍ୟକ୍ତ କରିଛନ୍ତି।

ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ, ‘ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ସାଧାରଣ ପରିବେଶରୁ ଆସିଥିବା ମୁଲାୟମ ସିଂ ଯାଦବ ଜୀଙ୍କର ସଫଳତା ଅସାଧାରଣ ଥିଲା। ‘ଧରିତ୍ରୀ ପୁତ୍ର’ ମୁଲାୟମ ଜୀ ଏହି ମାଟି ସହିତ ଜଡିତ ଜଣେ ପ୍ରତିଷ୍ଠିତ ନେତା ଥିଲେ। ତାଙ୍କୁ ସବୁ ଦଳର ଲୋକ ସମ୍ମାନ କରୁଥିଲେ। ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ଗଭୀର ସମବେଦନା!’

Categories
ଆଜିର ଖବର ଜାତୀୟ ଖବର

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ଗୁଜୁରାଟ ଗସ୍ତ

ନୂଆଦିଲ୍ଲୀ:  ଆଜି ଠାରୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯିବେ। ଭାରତର ରାଷ୍ଟ୍ରପତି ଭାବରେ ଦାୟିତ୍ବ ନେବା ପରେ ଏହା ହେଉଛି ପ୍ରଥମ ଗୁଜୁରାଟ ଗସ୍ତ। ଆଜି ରାଷ୍ଟ୍ରପତି ଅହମ୍ମଦାବାଦରେ ସାବରମତି ଆଶ୍ରମ ପରିଦର୍ଶନ କରି ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିବେ। ସେ ଗାନ୍ଧିନଗରର ଜିଏମଆରଏସରେ ସ୍ୱାସ୍ଥ୍ୟ, ଜଳସେଚନ, ଜଳ ଯୋଗାଣ ଏବଂ ବନ୍ଦର ବିକାଶ ସହ ଜଡିତ ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ତଥା ଉଦଘାଟନ କରିବେ।

ସେହିଦିନ ସନ୍ଧ୍ୟାରେ ସେ ଗାନ୍ଧିନଗରରେ ତାଙ୍କ ସମ୍ମାନାର୍ଥେ ଗୁଜରାଟ ସରକାରଙ୍କ ଦ୍ୱାରା ଆୟୋଜିତ ଏକ ନାଗରିକ ସମ୍ବର୍ଦ୍ଧନାରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି ‘HerStart’ ଆରମ୍ଭ କରିବେ। ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଗୁଜୁରାଟ ବିଶ୍ୱବିଦ୍ୟାଳୟର ଏକ ଷ୍ଟାର୍ଟ ଅପ୍ ପ୍ଲାଟଫର୍ମ ଏବଂ ଗୁଜୁରାଟ ବିଶ୍ୱବିଦ୍ୟାଳୟ, ଅହମ୍ମଦାବାଦରେ ଶିକ୍ଷା ତଥା ଆଦିବାସୀ ବିକାଶ ସହ ଜଡିତ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ପକାଇବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଆଜି ରାଷ୍ଟ୍ରପତିଙ୍କ ଗାଁରୁ ଆରମ୍ଭ ହେବ ଓଡିଶାରେ ୫ଜି ସେବା, ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

ଭୁବନେଶ୍ବର: ଆଜି ଓଡିଶାରେ ବହୁ ପ୍ରତୀକ୍ଷିତ ୫ଜି ସେବାର ଶୁଭାରମ୍ଭ ହେବ। ଏହି ସେବା ପ୍ରଥମେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଗାଁ ସ୍କୁଲରୁ ଆରମ୍ଭ କରାଯିବ। ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରର ପାହଡପୁର ଗାଁରେ ଥିବା ଏସଏଲଏସ ମେମୋରିୟାଲ ଆବାସିକ ସ୍କୁଲରେ ଏହା ଆରମ୍ଭ ହେବ। ଏଥିପାଇଁ ରିଲାଏନ୍ସ ଜିଓ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସ୍କୁଲକୁ ୨୦୧୬ ମସିହାରେ ପ୍ରତିଷ୍ଠା କରିଥିଲେ। ପରଲୋକଗତ ତାଙ୍କ ସ୍ବାମୀ ଏବଂ ପୁତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଷ୍ଟ୍ରପତି ମୁର୍ମୁ ଏହାକୁ ପ୍ରତିଷ୍ଠା କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ପ୍ରତିବର୍ଷ ତାଙ୍କ ସ୍ବାମୀ ଏବଂ ପୁତ୍ରଙ୍କ ଜନ୍ମ ଏବଂ ମୃତ୍ୟୁ ବାର୍ଷିକୀରେ ଏହି ସ୍କୁଲ ଯାଆନ୍ତି। ଏହିପରି ଏକ ବିରଳ ସ୍ମୃତି ଜଡିତ ଥିବା ସ୍କୁଲରେ ଏହି ୫ଜି ସେବା ଆରମ୍ଭ କରିବା ପାଇଁ ଭାରତ ସରକାର ନିଷ୍ପତି କରିଛନ୍ତି।

ଆଜି ଦିନ ଦଶଟାରେ ଏହି ୫ଜି ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବେ।  ଏହି ୫ଜି ସେବା ମାଧ୍ୟମରେ ଏହି ସ୍କୁଲ ପିଲାଙ୍କ ସହିତ ସେ କଥା ହେବେ। ଏଥିପାଇଁ ରିଲାଏନ୍ସ ଜିଓ ତରଫରୁ ସ୍କୁଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ସ୍କୁଲ ତରଫରୁ ଛାତ୍ରଛାତ୍ରୀଙ୍କୁ ଏକାଠି କରି ପ୍ରଧାନମନ୍ତ୍ରୀଙ୍କ ସହିତ କିପରି କଥାବାର୍ତ୍ତା ହେବେ ସେ ନେଇ ମଧ୍ୟ ପ୍ରସ୍ତୁତି କରାଯାଇଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ହେବାକୁ ଥିବା ଭାରତୀୟ ମୋବାଇଲ କଂଗ୍ରେସରେ ଯୋଗ ଦେଇ ୫ଜି ସେବାର ଘୋଷଣା କରିବେ। ଏହି ନୂଆ ସେବା ମାଧ୍ୟମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ଲୋକଙ୍କ ସହିତ ମଧ୍ୟ କଥା ହେବେ। ସେଥିପାଇଁ ବିଭିନ୍ନ ୫ଜି ସେବା ପ୍ରଦାନକାରୀ କଂପାନୀ ତରଫରୁ ବିଭିନ୍ନ ରାଜ୍ୟରେ ବନ୍ଦୋବସ୍ତ କରାଯାଇଛି।

ତେବେ ଓଡିଶାରେ ଏହି ୫ଜି ସେବା ବର୍ତ୍ତମାନ ପାଇଁ କେବଳ ସେହି ସ୍କୁଲ ମଧ୍ୟରେ ସୀମିତ ରଖାଯାଇଛି। ସାଧାରଣ ଲୋକେ ବର୍ତ୍ତମାନ ଏହି ସେବା ପାଇପାରିବେ ନାହିଁ। ଆସନ୍ତା ଦୀପାବଳିରେ ରାଜ୍ୟର ବିଭିନ୍ନ ସହରରେ ଏହି ସେବା ସାଧାରଣ ଲୋକଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ଏଲିଜାବେଥ-୨ଙ୍କ ଅନ୍ତିମ ସଂସ୍କାରରେ ଦେବେ ଯୋଗ

ନୂଆଦିଲ୍ଲୀ: ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନରେ ପହଞ୍ଚିଛନ୍ତି। ସେ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବିଦେଶ ଗସ୍ତ କରିଛନ୍ତି।   ବ୍ରିଟେନର ପୂର୍ବତନ ମୁଖ୍ୟ ତଥା କମନୱେଲଥ୍ ଅଫ୍ ନେସନ୍ସର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ଏହି ମାସ 8 ତାରିଖରେ ପରଲୋକ ହୋଇଯାଇଛି।

ଭାରତ ତରଫରୁ ତାଙ୍କ ପରିବାର ତଥା ଦେଶକୁ ସମବେଦନା ଜଣାଇବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ବିଦେଶ ଗସ୍ତରେ ଆଛନ୍ତି। ରାଣୀଙ୍କ ଅନ୍ତିମ ସଂସ୍କାର ଆସନ୍ତାକାଲି ୧୯ ସେପ୍ଟେମ୍ବରରେ ୱେଷ୍ଟମିନିଷ୍ଟର ଆବେରେ କରାଯିବ। ସେଠାରେ ବିଶ୍ବର ପ୍ରାୟ ୨୦୦୦ ଭିଆଇପି ଅନ୍ତିମ ସଂସ୍କାରରେ ଯୋଗଦେବେ।