ଖଲ୍ଲିକୋଟ: ଖଲ୍ଲିକୋଟ ନାରାୟଣୀ ଛକରେ ଘଟିଛି ଏକ ଗୁରୁତର ସଡ଼କ ଦୁର୍ଘଟଣା। ପୋଲିସ ଗାଡ଼ି ଓ ଏକ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବୁଲେଟରେ ଥିବା ୩ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ନାରାୟଣୀ ଛକ ନିକଟରେ ଏକ ପୋଲିସ ଗାଡ଼ି ଓ ବୁଲେଟ ମଧ୍ୟରେ ହଠାତ୍ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବୁଲେଟରେ ଯାଉଥିବା ୩ ଯୁବକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ତେବେ ୩ ଯୁବକଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବରହମପୁରକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଜଣେ ଆହତଙ୍କ ମଧ୍ୟ ଚିକିତ୍ସା ଜାରି ରହିଛି। ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି।


