Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀ ଆୟୋଜିତ
ଆଜିର ଖବର

ଓଡ଼ିଶା ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀ ଆୟୋଜିତ

August 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
National Young Writers’ Conclave Held in Odisha
National Young Writers’ Conclave Held in Odisha

ଭୁବନେଶ୍ଵର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମିଳିତ ସହଯୋଗରେ ଆଜି ପୁରୀ ଜିଲ୍ଲା ସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ପରିସରରେ “ଓଡ଼ିଶା ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀ-୨୦୨୬” ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ଓଡ଼ିଆ ଭାଷା ହେଉଛି ଆମ ପରିଚୟ। ଓଡ଼ିଆ ସାହିତ୍ୟର ଇତିହାସ ସମୃଦ୍ଧ ଏବଂ ଭବିଷ୍ୟତ ଉଜ୍ଜ୍ୱଳ। ବହୁ ସାରସ୍ୱତ ସାଧକମାନଙ୍କର ଲେଖନୀ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି। ଅତୀତରୁ ନେଇ ବର୍ତ୍ତମାନର କୃତ୍ରିମ ବୁଦ୍ଧିମତାର ଯୁଗରେ ମଧ୍ୟ ଓଡ଼ିଆ ସାହିତ୍ୟ ସଦା ସର୍ବଦା ସମାଜର ବାସ୍ତବତାକୁ ପ୍ରତିଫଳିତ କରିଛି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଆଗେଇ ନେବାରେ ଓଡ଼ିଶା ସାହିତ୍ୟ ମହୋତ୍ସବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଆଗାମୀ ଦିନରେ ଓଡ଼ିଶାର ଯୁବ ସାହିତ୍ୟିକମାନେ ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାର ଓ ପ୍ରସାର ପାଇଁ ନିଜର ନିରନ୍ତର ପ୍ରୟାସ ଜାରି ରଖନ୍ତୁ ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

କାର୍ଯ୍ୟକ୍ରମରେ “ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ବୈଚିତ୍ର୍ୟ”, “ଜଗନ୍ନାଥ ଦାସଙ୍କ ଭାଗବତର ଅନୁବାଦ ବୈଶିଷ୍ଟ୍ୟ”, “ଏକବିଂଶ ଶତାବ୍ଦୀର ସାହିତ୍ୟରେ ରାଷ୍ଟ୍ରବୋଧ” ଆଦି ବିଷୟ ବସ୍ତୁକୁ ନେଇ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର, ଓଡ଼ିଆ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟ ନାରାୟଣ ଆଚାର୍ଯ୍ୟ, ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସଭାପତି ଡ଼. ଅଭୟ କୁମାର ନାୟକ, ସାଧାରଣ ସମ୍ପାଦକ ଡ଼. ସନ୍ତୋଷ କୁମାର ମହାପାତ୍ର, ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ଼. ଦିଲୀପ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସମ୍ପାଦକ ରାମକୃଷ୍ଣ ତ୍ରିପାଠୀ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

National Young Writers’ Conclave Odisha ଓଡ଼ିଶା ସାହିତ୍ୟ ମହୋତ୍ସବ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ନୋଏଡ଼ା ସ୍ଥିତ ହାୟର କମ୍ପାନୀ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

August 8, 2026

ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିୟନସିପ୍ ୨୦୨୬: ଚାମ୍ପିଅନ ହେଲା ଓଡ଼ିଶା

August 8, 2026

ଚାକିରି ପ୍ରଶ୍ନରେ ରାହୁଲଙ୍କୁ ରିଜିଜୁଙ୍କ ଟାର୍ଗେଟ୍‌: ‘ପ୍ରୟାଗରାଜ ନୁହେଁ, ରାଞ୍ଚି ଯାଇଥାନ୍ତେ ଭଲ ହୋଇଥାନ୍ତା’

August 8, 2026

ଅଗଷ୍ଟ ୯ରୁ ୧୭ ଯାଏଁ ଓଡ଼ିଶାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ

August 8, 2026
Latest News

ନୋଏଡ଼ା ସ୍ଥିତ ହାୟର କମ୍ପାନୀ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

August 8, 2026

ଓଡ଼ିଶା ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀ ଆୟୋଜିତ

August 8, 2026

ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିୟନସିପ୍ ୨୦୨୬: ଚାମ୍ପିଅନ ହେଲା ଓଡ଼ିଶା

August 8, 2026

ଚାକିରି ପ୍ରଶ୍ନରେ ରାହୁଲଙ୍କୁ ରିଜିଜୁଙ୍କ ଟାର୍ଗେଟ୍‌: ‘ପ୍ରୟାଗରାଜ ନୁହେଁ, ରାଞ୍ଚି ଯାଇଥାନ୍ତେ ଭଲ ହୋଇଥାନ୍ତା’

August 8, 2026

ଅଗଷ୍ଟ ୯ରୁ ୧୭ ଯାଏଁ ଓଡ଼ିଶାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ

August 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.