Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆକ୍ସନ୍‌ ମୋଡ୍‌ରେ BMC-BDA : ମାଟିରେ ମିଶିବ ୩୩୦ରୁ ଅଧିକ ଘର
ଆଜିର ଖବର

ଆକ୍ସନ୍‌ ମୋଡ୍‌ରେ BMC-BDA : ମାଟିରେ ମିଶିବ ୩୩୦ରୁ ଅଧିକ ଘର

August 11, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜବରଦଖଲକାରୀଙ୍କ ବିରୋଧରେ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଏମ୍‌ସି ଓ ବିଡିଏ। ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଟ୍ରାଂଜିଟ୍‌ ହାଉସ୍‌ରୁ ଜବରଦଖଲ ଉଚ୍ଛେଦ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଏହି ଅଭିଯାନରେ ୩୩୦ରୁ ଅଧିକ ଘର ଭଙ୍ଗାଯିବାକୁ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ନୀଳାଦ୍ରି ବିହାର ଅଞ୍ଚଳର ଟ୍ରାଂଜିଟ୍‌ ହାଉସ୍‌ରେ ପ୍ରାୟ ୮୯୦ଟି ଘର ରହିଛି। ଦୀର୍ଘଦିନ ଧରି ଏଠାରେ ଅନେକ ପରିବାର ବସବାସ କରୁଥିଲେ। ତେବେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ସରକାରଙ୍କ ପକ୍ଷରୁ ନିକଟସ୍ଥ ବୁଧବିହାର ଅଞ୍ଚଳର ହାଉସିଂ ପ୍ରୋଜେକ୍ଟରେ ଥଇଥାନ କରାଯାଇଛି।

ଥଇଥାନ ପାଇଁ ନୂଆ ଘର ମିଳିବା ପରେ ମଧ୍ୟ କିଛି ଲୋକ ଟ୍ରାଂଜିଟ୍‌ ହାଉସ୍‌ ଖାଲି କରିନଥିବା ଅଭିଯୋଗ ହୋଇଛି। ଫଳରେ ଜବରଦଖଲ ଉଚ୍ଛେଦ ପାଇଁ ବିଏମ୍‌ସି ଓ ବିଡିଏ ପକ୍ଷରୁ ପଦକ୍ଷେପ ନିଆଯାଇଛି।

ଉଚ୍ଛେଦ ପ୍ରକ୍ରିୟା ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ଏଡ଼ାଇବା ପାଇଁ ଚନ୍ଦ୍ରଶେଖରପୁର ଥାନା ପୁଲିସ ମଧ୍ୟ ଉପସ୍ଥିତ ରହିବ। ପ୍ରଶାସନିକ ଟିମ୍‌ ଓ ପୁଲିସ ଉପସ୍ଥିତିରେ ୩୩୦ରୁ ଅଧିକ ଘର ଉଚ୍ଛେଦ କରାଯିବାକୁ ଥିବାରୁ ନୀଳାଦ୍ରି ବିହାର ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି।

ଅନ୍ୟପକ୍ଷରେ, ଥଇଥାନ ପରେ ମଧ୍ୟ ସରକାରୀ ଜମି କିମ୍ବା ଟ୍ରାଂଜିଟ୍‌ ହାଉସ୍‌ ଖାଲି ନକରିଥିବା ଲୋକଙ୍କ ବିରୋଧରେ ଆଗକୁ ମଧ୍ୟ କଡ଼ା ପଦକ୍ଷେପ ନିଆଯାଇପାରେ। ଏହି ଉଚ୍ଛେଦ ଅଭିଯାନ ପରେ ଅଞ୍ଚଳରେ ଜବରଦଖଲ ସମସ୍ୟାରେ କେତେଦୂର ରୋକ୍‌ ଲାଗିବ, ତାହା ଉପରେ ନଜର ରହିଛି।

BMC-BDA ଜବରଦଖଲକାରୀ ନୀଳାଦ୍ରି ବିହାର
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ଏବଂ ରୂପା ମୂଲ୍ୟରେ ବଡ଼ ବୃଦ୍ଧି: ଜାଣନ୍ତୁ ଆଜିର ଦର

August 11, 2026

ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ

August 11, 2026

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଧାୟକମାନଙ୍କ ବୈଠକ

August 11, 2026

ଖରିଫ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ

August 11, 2026
Latest News

ଆକ୍ସନ୍‌ ମୋଡ୍‌ରେ BMC-BDA : ମାଟିରେ ମିଶିବ ୩୩୦ରୁ ଅଧିକ ଘର

August 11, 2026

ସୁନା ଏବଂ ରୂପା ମୂଲ୍ୟରେ ବଡ଼ ବୃଦ୍ଧି: ଜାଣନ୍ତୁ ଆଜିର ଦର

August 11, 2026

ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ

August 11, 2026

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଧାୟକମାନଙ୍କ ବୈଠକ

August 11, 2026

ଖରିଫ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.