Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋଦୀଙ୍କ ଭାଷଣ ରେ ଭୀଷଣ ଥଣ୍ଡା, ଓଡିଶା ବିଜେପି ଲାଗି ଗୋଟେ ନିରୁତ୍ସାହଜନକ ଦିନ
ବିଶେଷ ଖବର

ମୋଦୀଙ୍କ ଭାଷଣ ରେ ଭୀଷଣ ଥଣ୍ଡା, ଓଡିଶା ବିଜେପି ଲାଗି ଗୋଟେ ନିରୁତ୍ସାହଜନକ ଦିନ

December 24, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ମୋଦୀ ଆସୁଛନ୍ତି ର  ସ୍ଲୋଗାନ ମୋଦୀଙ୍କ ଥଣ୍ଡା ଭାଷଣରେ ସମାପ୍ତ ହୋଇଛି। ୨୪ ଡିସେମ୍ବର ଦିନ ଗୋଟାଏ ବେଳେ ମୋଦୀ ଭୁବନେଶ୍ବରରେ ପହଞ୍ଚି ଦୁଇଟି ସଭାରେ ଉଦବୋଧନ ଦେଲେ। ପ୍ରଥମଟି ଭୁବନେଶ୍ୱର ଆଇଆଇଟି ରେ ସରକାରୀ କାର୍ୟକ୍ରମ ଓ ଦ୍ଵିତୀୟ ଟି ଖୁର୍ଦ୍ଧା ବରୁଣେଇ ଠାରେ ଦଳୀୟ ସଭା। ପ୍ରଥମ ସଭାରେ ପ୍ରଧାନମନ୍ତ୍ରୀ କେବଳ ଘୋଷାପାଠ କିଛି ପଢିଲେ। ତିନିଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମହେଶ ଶର୍ମା ଯାହା କହିଥିଲେ, ମୋଦୀ ତାର ପୁନରାବୃତ୍ତି କଲେ। ୧୪,୫୦୦ କୋଟି ଟଙ୍କାର ଯେଉଁ ପ୍ରକଳ୍ପ ସବୁ ବିଷୟରେ ସେ କହିଲେ ସେ ଗୁଡିକ ସେମିତି କିଛି ଲୋକଙ୍କ ଜୀବନ ଜୀବିକା ସହ ଜଡିତ ନୁହନ୍ତି। ତେଣୁ ତାକୁ ନେଇ ଉତ୍ସାହ ନଆସିବା ସ୍ଵାଭାବିକ। ତେବେ ଆଇଆଇଟି ସଭାରେ ମୋଦୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାର୍ତ୍ତାଳାପ ଦେଖିବାକୁ ମିଳିଥିଲା। ଉଭୟ ନେତା ପରସ୍ପର ସହ ବେଶ ସହଜ ଭାବରେ କଥାବାର୍ତ୍ତା କରିଥିଲେ।

ଖୁର୍ଦ୍ଧା ସଭାରେ ପ୍ରଧାନମନ୍ତ୍ରୀ ଆଇଆଇଟି ସଭାରେ କହିଥିବା କଥା ଗୁଡିକର ପୁନରାବୃତ୍ତି କରିଥିଲେ। ତା ସହିତ ପରୋକ୍ଷରେ ରାଜ୍ୟ ସରକାରଙ୍କୁ କିଛିଟା ସମାଲୋଚନା ମଧ୍ୟ କରିଥିଲେ। ସ୍ବଚ୍ଛ ଭାରତ ଅଭିଯାନରେ ଓଡିଶା ପଛୁଆ ରହିଛି ଓ ଆୟୁଷ୍ମାନ ଯୋଜନାରେ ଓଡିଶା ସାମିଲ ହେଉନି ବୋଲି ମୋଦୀ କହିଥିଲେ। ସବୁଠୁ ଆଶ୍ଚର୍ୟର କଥା ହେଉଛି ଚିଟ ଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ମୋଦୀଙ୍କ ବକ୍ତବ୍ୟ। ଗତ ୬ ବର୍ଷ ଧରି ସିବିଆଇ ଚିଟ ଫଣ୍ଡ ଦୁର୍ନୀଟି ର ତଦନ୍ତ କରୁଥିଲେ ହେଁ ଏହାର ଗତି ସ୍ଥିର ରହିଛି। ମୋଦୀ ନିଜର ପ୍ରିୟ ଯୋଜନା ଯଥା- ଜନଧନ, ମୁଦ୍ରା ଋଣ, ବିମୁଦ୍ରାକରଣ ଇତ୍ୟାଦି ବିଷୟରେ ଧାଡିଟିଏ ମଧ୍ୟ କହିନଥିଲେ।

ପ୍ରଧାନମନ୍ତ୍ରୀ ଓଡିଶା ସରକାରଙ୍କୁ କରିଥିବା ସମାଲୋଚନାରେ କୌଣସି ଧାର ନଥିଲା। ପ୍ରଥମଥର ଲାଗି ସେ ନିଜ ଭାଷଣରେ କଂଗ୍ରେସକୁ ସମାଲୋଚନା କରିନଥିଲେ। କେବଳ ସତୁରୀ ବର୍ଷର ଶାସନ କଥା କହି ସେ ନିଜର ପ୍ରକଳ୍ପ ପ୍ରସଙ୍ଗ ଉଠାଇଥିଲେ। ବରୁଣେଇ ସଭାରେ ଅପରାଜିତା ଷଡଙ୍ଗୀଙ୍କୁ ଏକ ପ୍ରମୁଖ ଭୂମିକା ମିଳିବ ବୋଲି ଯାହା କଳ୍ପନା ଜଳ୍ପନା ଚାଲିଥିଲା, ତାର ଅନ୍ତ ଘଟିଛି। ମଞ୍ଚରେ ମାତ୍ରକେଇ ସେକେଣ୍ଡ ଲାଗି ଅପରାଜିତା ଅନ୍ୟ ନେତାଙ୍କ ସହ ଆସି ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ କରି ଫେରି ଯାଇଥିଲେ। ବରଂ ପୁରୁଣା ନେତା ପ୍ରତାପ ଷଡଙ୍ଗୀ ଙ୍କ ସହିତ ମୋଦୀ ବେଶ ଅନ୍ତରଙ୍ଗତାର ସହ ମିଶିଥିଲେ।

ଏଥର ମୋଦୀଙ୍କ ଗସ୍ତ ସମୟରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଭିତରୁ ଜୁଏଲଙ୍କୁ ଟିକେ ଅଧିକ ଗୁରୁତ୍ଵ ମିଳିଥିଲା। ବିମାନରୁ ଓହ୍ଲାଇବା ପରେ ମୋଦୀ ଜୁଏଲଙ୍କ ସହ ବେଶ ଭଲ ଭାବରେ କଥାବାର୍ତ୍ତା କରିଥିବା ବେଳେ ଧର୍ମେନ୍ଦ୍ରଙ୍କୁ ଏକପ୍ରକାର ଅଣଦେଖା କରିଥିଲେ। ଆଇଆଇଟି ସଭାରେ ଧର୍ମେନ୍ଦ୍ର ସ୍ଵାଗତ ଭାଷଣ ଦେଇଥିବା ବେଳେ ଦଳୀୟ ସଭାରେ ଜୁଏଲଙ୍କୁ ସେ ସୁଯୋଗ ମିଳିଥିଲା। ମୋଦୀ ତାଙ୍କ ଭାଷଣ ର ଆରମ୍ଭରେ ଓଡିଆ କହିବା ଆରମ୍ଭ କରିଥିବା ବେଳେ ତାଙ୍କୁ ଆମନ୍ତ୍ରଣ କରୁଥିବା ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ହିନ୍ଦୀ ଭାଷଣ ଲୋକଙ୍କୁ ଚକିତ କରିଥିଲା।

ମୋଟାମୋଟି କହିବାକୁ ଗଲେ ମୋଦୀଙ୍କ ଭାଷଣ ଏତେ ଥଣ୍ଡା ଓ ନିରୁତ୍ସାହଜନକ ଥିଲା ଯେ ତାକୁ ନେଇ ବିଜେପିର ଆକ୍ରାମକ ଅଭିଯାନ ବେଶୀ ଦୂର ଆଗେଇ ପାରିବ ନାହିଁ। ପାଞ୍ଚଟି ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ମୋଦୀଙ୍କୁ ଥଣ୍ଡା କରିଦେଇଛି। ଆବଶ୍ୟକ ପଡିଲେ ବିଜୁ ଜନତା ଦଳର ସମର୍ଥନ ୨୦୧୯ ନିର୍ବାଚନରେ ବିଜେପି ଲାଗି ସଞ୍ଜୀବନୀ ହେବାର ସମ୍ଭାବନା ରହିଛି। ସେହି ଆଶାରେ ମୋଦୀ ହୁଏତ ନିଜର ଆକ୍ରାମକ ଶୈଳୀ କୁ କିଛି ଟା ଶିଥିଳ କରିଥାଇ ପାରନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026

ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

July 30, 2026

ବାଙ୍କିପୁର ଉପନିର୍ବାଚନ: ବିଜେପି ନା ପ୍ରଶାନ୍ତ କିଶୋର?, ଆଶ୍ଚର୍ଯ୍ୟ କଲା ସର୍ଭେ

July 30, 2026
Latest News

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026

ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରଣପୁରର ସମୀକ୍ଷାଙ୍କ ସଫଳତା

July 30, 2026

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.