ଟାଙ୍ଗୀ/ଖୋର୍ଦ୍ଧା: ଆଜି ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର NCC ଓ YRC ପକ୍ଷରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅବସରରେ ଏକ ବିରାଟ ଦେଶପ୍ରେମମୟ ଶୋଭାଯାତ୍ରା ଆୟୋଜିତ ହୋଇଛି।
ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅଧ୍ୟାପକ ଭବାନୀ ଶଙ୍କର ପଟ୍ଟନାୟକଙ୍କ ଉପସ୍ଥିତିରେ ଏହା ଅନୁଷ୍ଠିତ ହୋଇଥିଲା। YRC ପରାମର୍ଶଦାତା ତଥା NCC ପ୍ରଶିକ୍ଷକ ରଞ୍ଜନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ୮୦ ଜଣ YRC ସ୍ୱେଚ୍ଛାସେବୀ ଓ ୨୫ ଜଣ NCC ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ।
ବିଦ୍ୟାଳୟରୁ ବାହାରି ଶୋଭାଯାତ୍ରା ଟାଙ୍ଗୀ ଗ୍ରାମାଞ୍ଚଳ ପରିକ୍ରମା କରି ପୁନର୍ବାର ବିଦ୍ୟାଳୟରେ ପହଞ୍ଚିଥିଲା। ତିରଙ୍ଗା ହାତରେ ଧରି ଛାତ୍ରଛାତ୍ରୀମାନେ ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ଦେଇଥିଲେ।
ଅଧ୍ୟାପକ ଶ୍ରୀକାନ୍ତ ଦାସ, ଚଣ୍ଡୀ ପ୍ରସାଦ ପଟ୍ଟନାୟକ, ବିଶ୍ୱ ରଞ୍ଜନ ଦାସ, ଦିଲ୍ଲୀପ ଦାସଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
“ତିରଙ୍ଗା କେବଳ ଏକ ପତାକା ନୁହେଁ, ଏହା ଆମ ଗର୍ବ, ଆମ ଏକତା ଓ ଆମ ଦେଶପ୍ରେମର ପ୍ରତୀକ।” ଏହି ପ୍ରେରଣାଦାୟୀ ବାର୍ତ୍ତା ସହ ‘ହର ଘର ତ୍ରିରଙ୍ଗା’ର ଗୌରବମୟ ଅଭିଯାନକୁ ସମସ୍ତେ ଉତ୍ସାହର ସହ ପାଳନ କରିଥିଲେ।


