Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ପକ୍ଷରୁ ନୂଆ ସୁବିଧା ଓ ଅଫର ସହ ସ୍ୱାଧୀନତାର ୭୫ତମ ବର୍ଷ ପାଳନ

ଭୁବନେଶ୍ୱର: ଦେଶ ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରିବା ପାଇଁ ତିନି ସ୍ୱତନ୍ତ୍ର ଅଭିଯାନ ସହ ଜିଓ ପକ୍ଷରୁ ଜିଓ ସ୍ୱାଧୀନତା ଦିବସ ଅଫର ଘୋଷଣା କରାଯାଇଛି ଯାହା ଭାରତୀୟଙ୍କୁ ଜିଓ ଡିଜିଟାଲ୍ ଜୀବନର ନୂତନ ଲାଭ ପ୍ରଦାନ କରିବ। ଏହି ଅଭିଯାନଗୁଡ଼ିକରେ ସାମିଲ ରହିଛି ଏକ “ହର ଘର ତ୍ରିରଙ୍ଗା, ହର ଘର ଜିଓଫାଇବର’ ଅଭିଯାନ ଯାହା ସହ ପୋଷ୍ଟପେଡ୍ ମନୋରଂଜନ ବୋନାଞ୍ଜା ପ୍ଲାନ୍‌ରେ ମାଗଣାରେ ୧୫ ଦିନର ଅତିରିକ୍ତ ଲାଭ, ୨୯୯୯ ଟଙ୍କା ରିଚାର୍ଜ ପ୍ଲାନ୍‌ରେ ୩୦୦୦ ଟଙ୍କା ମୂଲ୍ୟର ଲାଭ ସହ ଜିଓ ସ୍ୱାଧୀନତା ଦିବସ ଅଫର ଏବଂ ୭୫୦ ଟଙ୍କାରେ ଏକ ସ୍ୱତନ୍ତ୍ର ୯୦ ଦିନିଆ ଅସୀମିତ ପ୍ଲାନ୍ ମଧ୍ୟ ସାମିଲ ରହିଛି।

୨୦୨୨ ଅଗଷ୍ଟ ୧୨ରୁ ୧୬ ତାରିଖ ମଧ୍ୟରେ ଜିଓଫାଇବର୍ ପୋଷ୍ଟପେଡ୍ ମନୋରଂଜନ ବୋନାଞ୍ଜା ପ୍ଲାନ୍ ସହ ଯେଉଁମାନେ ଏକ ନୂଆ ଜିଓଫାଇବର ସଂଯୋଗ କିଣିବେ ସେହି ସମସ୍ତ ନୂଆ ଗ୍ରାହକଙ୍କ ପାଇଁ ଜିଓଫାଇବର ସ୍ୱାଧୀନତା ଦିବସ ଅଫର “ହର ଘର ତ୍ରିରଙ୍ଗା, ହର ଘର ଜିଓ ଫାଇବର’ ଉପଲବ୍ଧ ହେବ। ନୂତନ ସଂଯୋଗକୁ ସକ୍ରିୟ କରିବା ସମୟରେ ଯେଉଁ ପ୍ଲାନ୍ ଚୟନ କରାଯାଇଥିବ ଅତିରିକ୍ତ ୧୫ ଦିନ ପାଇଁ ନୂଆ ଗ୍ରାହକଙ୍କ ପାଇଁ ସେହି ଲାଭ ମାଗଣାରେ ଉପଲବ୍ଧ ହେବ। ୪୯୯ ଟଙ୍କା, ୫୯୯ ଟଙ୍କା, ୭୯୯ ଟଙ୍କା ଓ ୮୯୯ ଟଙ୍କାର ପ୍ଲାନ୍ ସହ ୬ ମାସ କିମ୍ବା ୧୨ ମାସ ଅବଧିର ପ୍ଲାନ୍‌ର ପୋଷ୍ଟପେଡ୍ ମନୋରଂଜନ ବୋନାଞ୍ଜା ଅଫର ଚୟନ କରୁଥିବା ନୂଆ ଜିଓଫାଇବର ଗ୍ରାହକଙ୍କ ପାଇଁ ଏହି ଅଫର ପ୍ରଯୁଜ୍ୟ ଅଟେ।

ମୋବାଇଲ୍ ବ୍ୟବହାରକାରୀମାନଙ୍କ ଲାଗି ଜିଓ ପକ୍ଷରୁ ୨୯୯୯ ଟଙ୍କାର ବାର୍ଷିକ ରିଚାର୍ଜ ପ୍ଲାନ୍‌ରେ “ଜିଓ ସ୍ୱାଧୀନତା ଦିବସ ଅଫର’ ଘୋଷଣା କରାଯାଇଛି ଯାହା ସହିତ ରହିଛି ଅତିରିକ୍ତ ୭୫ ଜିବିର ହାଇ ସ୍ପିଡ୍ ଡାଟା, ଆଇକ୍ସିଗୋ, ନେଟ୍‌ମେଡ୍‌ସ ଓ ଆଜିଓର ରିହାତି କୁପନ୍ ଭାବେ ୩୦୦୦ ଟଙ୍କା ମୂଲ୍ୟର ଅତିରିକ୍ତ ଲାଭ। ୨୯୯୯ ଟଙ୍କିଆ ପ୍ଲାନ୍‌ରେ ମିଳୁଥିବା ଦୈନିକ ୨.୫ ଜିବି ହାଇ ସ୍ପିଡ୍ ଡାଟା, ଡିଜ୍‌ନି+ହଟ୍‌ଷ୍ଟାର୍‌ର ମାଗଣା ଏକ ବର୍ଷିଆ ମୋବାଇଲ୍ ସବ୍‌ସ୍କ୍ରିପ୍‌ସନ୍‌, ମାଗଣା ଅସୀମିତ ଭଏସ୍ କଲ୍‌, ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ଓ ଜିଓ ଆପ୍‌ର ମାଗଣା ସବ୍‌ସ୍କ୍ରିପନ୍ ବାଦ ଏହି ଲାଭ ମିଳିବ।

ସେହିପରି, ନୂଆ “୭୫୦ ଟଙ୍କିଆ ଅସୀମିତ’ ପ୍ଲାନ୍‌ରେ ୯୦ ଦିନର ବୈଧତା ରହିଛି ଓ ଅସୀମିତ ଡାଟା-ଦୈନିକ ୨ ଜିବିର ହାଇସ୍ପିଡ୍ ଡାଟା ପରେ ୬୪ କେବିପିଏସ୍‌ର ଅସୀମିତ ଡାଟା, ଅସୀମିତ ଭଏସ୍ କଲ୍‌, ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌, ଜିଓ ଆପ୍‌ର ମାଗଣା ସବ୍‌ସ୍କ୍ରିପ୍‌ସନ୍ ଏବଂ ଅତିରିକ୍ତ ୧୦୦ ଏମ୍‌ବି ହାଇସ୍ପିଡ୍ ଡାଟା ସମେତ ଏକ ସାମଗ୍ରିକ ଲାଭର ପ୍ୟାକେଜ୍ ଏହା ପ୍ରଦାନ କରୁଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ହର ଘର ତ୍ରିରଙ୍ଗା ଅଭିଯାନ: ଅନ୍‌ଲାଇନରେ କିଣିପାରିବେ ଜାତୀୟ ପତାକା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଡାକଘର ପକ୍ଷରୁ ଜାତୀୟ ପତାକା ଗୋଟିକୁ ୨୫ଟଙ୍କା ହିସାବରେ ବିକ୍ରି କରାଯାଉଛି। ଏହି ପତାକାଗୁଡିକୁ କୌଣସି ଦେୟ ବିନା ଘରେ ପହଞ୍ଚାଯାଉଛି।

ଇ-ଡାକଘର ପୋର୍ଟାଲ ଜରିଆରେ ମଧ୍ୟ ନାଗରିକମାନେ ଜାତୀୟ ପତାକା ଅନ୍‌ଲାଇନରେ କିଣିପାରିବେ।

ଠିକ୍ ସମୟରେ ପତାକା ପହଞ୍ଚାଇବା ଦୃଷ୍ଟିରୁ ନାଗରିକମାନେ ଅଗଷ୍ଟ ୧୨, ୨୦୨୨ ପୂର୍ବରୁ ଜାତୀୟ ପତାକା ପାଇଁ ଅନ୍‌ଲାଇନ ଅର୍ଡର କରିବାକୁ ଡାକବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

ଦେଶର ଗର୍ବିତ ନାଗରିକମାନଙ୍କ ନିକଟରେ  ଜାତୀୟ ପତାକା ପହଞ୍ଚାଇବା ସୁନିଶ୍ଚିତ କରିବା ନିମନ୍ତେ ଦେଶବ୍ୟାପୀ ଡାକ ବିଭାଗ ପକ୍ଷର ପତାକା ପିଛା ୨୫ଟଙ୍କା ହିସାବରେ ବିକ୍ରୟ ପାଇଁ ବ୍ୟବସ୍ଥା ହୋଇଛି। ବିପୁଳ   ଜନସାଧାରଣ ମଧ୍ୟ ଇ-ଡାକଘର ପୋର୍ଟାଲ (https://www. epostoffice.gov.in/Product Details/Guest_productDetailsProdid=ca6wTEVyMuWlqlgDBTtyTw== ) ଜରିଆରେ ଏଥିପାଇଁ ଅନ୍‌ଲାଇନରେ ଅର୍ଡର କରୁଛନ୍ତି।

ଡାକବିଭାଗ ପହଞ୍ଚାଇବା ବାବଦ  ଦେୟ ନ ନେଇ ଦେଶର ଯେ କୌଣସି ସ୍ଥାନରେ ଜାତୀୟ ପତାକା ପହଞ୍ଚାଇବାରେ ବ୍ୟବସ୍ଥା ମଧ୍ୟ କରିଛି। ସମୟୋଚିତ ପତାକା ପାଇବା ସୁନିଶ୍ଚିତ କରିବା ପାଇଁ ନାଗରିକଗଣ ଅଗଷ୍ଟ ୧୨, ୨୦୨୨ ମଧ୍ୟରାତ୍ରୀ ପୂର୍ବରୁ ଅନଲାଇନରେ ଅର୍ଡର କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରତ୍ୟେକ କର୍ମଚାରୀଙ୍କୁ ଜାତୀୟ ପତାକା ଦେବ ରେଳବାଇ, ଦରମାରୁ କଟିବ ୩୮ ଟଙ୍କା

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ହର ଘର ତ୍ରିରଙ୍ଗା ଯୋଜନା ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଏବଂ ପ୍ରତ୍ୟେକ ରେଳ କର୍ମଚାରୀ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବେ। ଏଥିପାଇଁ ରେଳବାଇ ତାର କର୍ମଚାରୀମାନଙ୍କୁ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଦେବ ଏବଂ ଏହାର ପ୍ରତିବଦଳରେ ସେମାନେ ବେତନରୁ ପତାକା ପିଛା ୩୮ ଟଙ୍କା ଦେବେ। ୟୁନିଅନର ନେତାମାନେ ରେଳବାଇର ଏହି ଆଦେଶକୁ ପସନ୍ଦ କରୁନାହାଁନ୍ତି ଏବଂ ସେମାନେ ଏହାକୁ ଦୃଢ ବିରୋଧ କରିଛନ୍ତି।

ଉତ୍ତର କେନ୍ଦ୍ରୀୟ ରେଳ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସଂଘର ମନ୍ତ୍ରୀ ଚନ୍ଦନ ସିଂ କହିଛନ୍ତି ଯେ, ରେଳ କର୍ମଚାରୀମାନେ ନିଜେ ଦେଶପ୍ରେମୀ ଏବଂ ସେମାନେ ନିଜ ଟଙ୍କା ଦେଇ ତିରଙ୍ଗା କିଣିବେ। ଏହି ନିୟମ ସେମାନଙ୍କ ଉପରେ ଲାଗୁ କରାଯିବା ଉଚିତ୍ ନୁହେଁ। ଏଥି ସହିତ ଜୋନାଲ ଜେନେରାଲ ସେକ୍ରେଟାରୀ ଆରପି ସିଂ ଏହା ମଧ୍ୟ କହିଛନ୍ତି ଯେ ଷ୍ଟାଫ୍ ବେନିଫିଟ୍ ପାଣ୍ଠିରୁ ପତାକା କିଣାଯିବା ଉଚିତ। କିନ୍ତୁ ଏଥିପାଇଁ ଆମ ଦରମାଠାରୁ ଟଙ୍କା କଟାଯିବା ଉଚିତ ନୁହେଁ। ସୂଚନାନୁସାରେ, ରେଳ କର୍ମଚାରୀଙ୍କୁ ବଣ୍ଟନ କରାଯିବାକୁ ଥିବା ତିରଙ୍ଗା ଏକ ଘରୋଇ ସଂସ୍ଥା ଦ୍ୱାରା ଉପଲବ୍ଧ ହେବ।

ଆଜାଦିର ଅମୃତ ମହୋତ୍ସବର ଏକ ଅଂଶ ଭାବରେ ରେଳ ବୋର୍ଡ ଅଗଷ୍ଟ ୧୫ ତାରିଖରେ ସମସ୍ତ ଜୋନାଲ ଜେନେରାଲ ମ୍ୟାନେଜର୍, ଫ୍ୟାକ୍ଟ୍ରି, ଆରପିଏଫ ଏବଂ ହସ୍ପିଟାଲ ମ୍ୟାନେଜମେଣ୍ଟକୁ ଏକ ଚିଠି ପଠାଇ ସମସ୍ତଙ୍କୁ ନିଜ ଘରେ ତିରଙ୍ଗା ପତାକା ଉତ୍ତୋଳନ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ତିରଙ୍ଗାର କ୍ରୟ ଷ୍ଟାଫ୍ ବେନିଫିଟ୍ ପାଣ୍ଠି (କର୍ମଚାରୀ ବେନିଫିଟ୍ ଫଣ୍ଡ) ରୁ କରାଯିବ ଏବଂ ପରେ ରେଳ କର୍ମଚାରୀଙ୍କ ଆକାଉଣ୍ଟରୁ କଟାଯାଇ କର୍ମଚାରୀ ବେନିଫିଟ୍ ଫଣ୍ଡକୁ ପଠାଯିବ, କିନ୍ତୁ କର୍ମଚାରୀମାନେ ଏହାକୁ ବିରୋଧ କରୁଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ରେଳ କର୍ମଚାରୀଙ୍କୁ ବଣ୍ଟାଯାଇଥିବା ପତାକା ମୂଲ୍ୟ ବିଜେପି କାର୍ଯ୍ୟାଳୟରେ ୨୦ ଟଙ୍କା ଥିବାବେଳେ ଏହାକୁ ମୁଖ୍ୟ ଡାକଘରେ ୨୫ ଟଙ୍କାରେ କିଣାଯାଇପାରିବ। ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟ ଲୋକଙ୍କୁ ଏହି ପତାକା ୨୦ ଟଙ୍କା ପ୍ରଦାନ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସେମାନେ ଦୀର୍ଘ ୫୨ ବର୍ଷ ଧରି ତ୍ରିରଙ୍ଗା ଉଡାଇ ନାହିଁନ୍ତି, ଆଜି କହୁଛନ୍ତି ହର ଘର ତ୍ରିରଙ୍ଗା; ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ: ସେମାନେ ଦୀର୍ଘ ୫୨ ବର୍ଷ ଧରି ତ୍ରିରଙ୍ଗା ଉଡାଇ ନାହାଁନ୍ତି। ହେଲେ ଏବେ ସେମାନେ ହର ଘର ତ୍ରିରଙ୍ଗା ସ୍ଲୋଗାନ ଦେଉଛନ୍ତି। ଏପରି ଏକ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। କର୍ଣ୍ଣାଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଏହି ପତାକା ଉଡାଇବାକି ଲକ୍ଷଲକ୍ଷ ଲୋକ ବଳିଦାନ ଦେଇଛନ୍ତି। ହେଲେ ଗୋଟିଏ ସଂଗଠନ ଏହାକୁ ବିରୋଧ କରିଆସୁଛି।

ସେ ପ୍ରରୋକ୍ଷରେ ଆରଏସଏସ କୁ ଟ୍ୟାର୍ଗେଟ କରି କହିଛନ୍ତି ଯେ, ନାଗପୁର କାର୍ଯ୍ୟଳୟରେ ୫୨ ବର୍ଷ ଧରି ତ୍ରିରଙ୍ଗା ଉଡିପାରିଲା ନାହିଁ। ଏ ପର୍ଯ୍ୟନ୍ତେ ସେହି ସଂଗଠନର କର୍ମି ସେମାନଙ୍କର ସାମାଜିକ ଗଣମାଧ୍ୟମରେ ତ୍ରିରଙ୍ଗାକୁ ସ୍ଥାନିତ କରି ନାହାଁନ୍ତି। ତେଣୁ ସେହିପରି ସଂଗଠନରୁ ଆସିଥିବା ନେତା ଏବେ କହୁଛନ୍ତି ହରଘର ତ୍ରିରଙ୍ଗା।