Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶକ୍ତି ବିଭାଗର ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ଶକ୍ତି ବିଭାଗର ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
CM Reviews Proposed Power Department Projects
CM Reviews Proposed Power Department Projects

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଲୋକସେବା ଭବନରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ ଦିନରେ ହେବାକୁ ଥିବା ଶକ୍ତି ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରୁ ଜଣାଯାଇଛି ଯେ, ବର୍ତ୍ତମାନ ରାଜ୍ୟରେ ୨୧୦ଟି ଗ୍ରୀଡ୍ ସବ୍ଷ୍ଟେସନ୍ କାର୍ଯ୍ୟକ୍ଷମ ଅଛି। ସେଥିମଧ୍ୟରୁ ଗତ ୨ ବର୍ଷ ମଧ୍ୟରେ ୧୫ଟି ନୂଆ ଗ୍ରୀଡ୍ ସବ୍ଷ୍ଟେସନ୍ ସ୍ଥାପନ କରାଯାଇଛି। ସେହିଭଳି ୨ ବର୍ଷ ମଧ୍ୟରେ ୭୮୮.୯୯ ସର୍କିଟ୍ କିଲୋମିଟର ଟ୍ରାନ୍ସମିସନ୍ ଲାଇନ୍ ମଧ୍ୟ ବିଛାଯାଇଛି।

ବୈଠକରେ ୨୦୩୦ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ରାଜ୍ୟବାସୀଙ୍କ ପାଇଁ ନିରବଛିନ୍ନ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ତଥା ଦ୍ରୁତ ଶିଳ୍ପାୟନକୁ ଦୃଷ୍ଟିରେ ରଖି ୭୬୫ କେଭି ଗ୍ରୀଡ୍ର ଏକ ରିଙ୍ଗ୍ ସିଷ୍ଟମ୍ ସ୍ଥାପନ କରାଯାଉଛି ବୋଲି ବୈଠକରୁ ଜଣାଯାଇଛି।ଏହି ସିଷ୍ଟମ ପାଇଁ ଅନୁଗୋଳ ଓ ସୁନ୍ଦରଗଡ଼ରେ ୨ଟି ୭୬୫/୪୦୦ କେଭି ଗ୍ରୀଡ୍ କାର୍ଯ୍ୟକ୍ଷମ ଥିବା ବେଳେ ଗୋପାଳପୁର ଓ ପାରାଦୀପରେ ୨ଟି ୭୬୫/୪୦୦ କେଭି ବିଶିଷ୍ଟ ଗ୍ରୀଡ଼୍ ଷ୍ଟେସନ୍ ନିର୍ମାଣ କରାଯାଉଛି। ଏହା ସହିତ କୋଲାବିରା, ଡୁବୁରି ଓ ଆଠଗଡ଼ ନିକଟସ୍ଥ ବେତଖୋଲି ଠାରେ ଆଉ ୩ଟି ୭୬୫/୪୦୦ କେଭି ସବ୍ଷ୍ଟେସନ୍ ନିର୍ମାଣ କରିବା ପାଇଁ ଯୋଜନା କରାଯାଇଛି।

ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ୪୦୦ କେଭି ବିଶିଷ୍ଟ ୫ଟି ଗ୍ରୀଡ୍ ସବ୍ଷ୍ଟେସନ୍ ଥିବା ବେଳେ ଆଉ ୪ଟି ୪୦୦ କେଭି ଗ୍ରୀଡ୍ ସବ୍ଷ୍ଟେସନ୍ ନିର୍ମାଣାଧୀନ ରହିଛି ଏବଂ ୨ଟି ଟେଣ୍ଡର ଷ୍ଟେଜ୍ରେ ଅଛି । ଆଗକୁ ଆହୁରି ୯ଟି ୪୦୦ କେଭି ଗ୍ରୀଡ୍ ସବ୍ଷ୍ଟେସନ୍ ନିର୍ମାଣ କରିବାର ଯୋଜନା ରହିଛି। ଏସବୁ ସବ୍ଷ୍ଟେସନ୍ ଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାରେ ବିଦ୍ୟୁତ୍ ସମସ୍ୟା ରହିବ ନାହିଁ ବୋଲି। ସେହିଭଳି, ବିଭିନ୍ନ ଗ୍ରୀଡ୍ ଗୁଡ଼ିକର ଆଧୁନିକୀକରଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଛି। ୨୦୩୦-୩୧ ସୁଦ୍ଧା ରାଜ୍ୟରେ ପ୍ରାୟ ୫୯୦ଟି ଶିଳ୍ପ ପ୍ରକଳ୍ପ ସ୍ଥାପନ ହେବାକୁ ଯାଉଛି। ଏହି ଶିଳ୍ପ ସଂସ୍ଥା ତଥା ଉପଭୋକ୍ତା ମାନଙ୍କ ପାଇଁ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୬ ହଜାର କୋଟି ଟଙ୍କାର ଶକ୍ତି ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ବୈଠକରୁ ଜଣାପଡ଼ିଛି।

ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଉନ୍ନୟନ କମିଶନର ଡି.କେ ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ ଦେବ, OPTCLର CMD ଭାସ୍କର ଜ୍ୟୋତି ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Power Department Projects ଶକ୍ତି ବିଭାଗ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ମୁକ୍ତି ପରେ ବି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP ନେତା

October 22, 2026

ଇଣ୍ଡିଆ କେମ୍ ୨୦୨୬ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

October 22, 2026

ପୂର୍ବ ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼, ଅଭିଯୁକ୍ତ ଫେରାର

October 21, 2026

ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ନଭେମ୍ବର ୩୦ ସୁଦ୍ଧା ସିସିଟିଭି ସଂଯୋଗ ବାଧ୍ୟତାମୂଳକ

October 21, 2026
Latest News

୨୩ରୁ ଅହମଦାବାଦରେ ରାଜ୍ୟଗୋଷ୍ଠୀ କବାଡ଼ି ଚାମ୍ପିଅନ୍‌ଶିପ୍‌

October 22, 2026

ଆଇସିସି ଦିନିକିଆ ରାଙ୍କିଙ୍ଗ୍ : ଦିନିକିଆ ବୋଲର୍‌ଙ୍କ ଟପ୍‌-୫ରେ ସ୍ଥାନ ପାଇଲେ କୁଲଦୀପ୍

October 22, 2026

ମୁକ୍ତି ପରେ ବି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP ନେତା

October 22, 2026

ଦିଲ୍ଲୀ କ୍ୟାପିଟାଲ୍ସର ସ୍ପିନ୍ ବୋଲିଂ କୋଚ୍ ହେଲେ ଅମିତ ମିଶ୍ରା

October 22, 2026

ସରକାରଙ୍କୁ ଖର୍ଗେଙ୍କ ପ୍ରଶ୍ନ : ମହିଳା ସଂରକ୍ଷଣ ପାଇଁ ସୀମା ନିର୍ଦ୍ଧାରଣ ଅପେକ୍ଷା କାହିଁକି?

October 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.