ଭଦ୍ରକ: ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି ଓ ଚାନ୍ଦବାଲି ବ୍ଲକର ୩୩ଟି ପଞ୍ଚାୟତ, ୪ଟି ୱାର୍ଡ ଓ ୧୩୪ଟି ଗାଁ ବନ୍ୟା ପ୍ରଭାବିତ ହୋଇଛି। ମୋଟ ୧,୯୬,୨୪୦ ଜଣ ପ୍ରଭାବିତ ହୋଇଥିବା ବେଳେ ୧,୦୭,୭୭୩ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ବନ୍ୟା ପୀଡ଼ିତଙ୍କ ପାଇଁ ୯୦ଟି ରନ୍ଧନଶାଳା ଖୋଲାଯାଇଛି। ୩୫,୧୯୧ ଜଣଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଇଛି। ସ୍ୱାସ୍ଥ୍ୟସେବା ପାଇଁ ୨୬ଟି ମେଡିକାଲ ଟିମ୍ ଓ ୪ଟି ଭେଟେରିନାରୀ ଟିମ୍ ନିୟୋଜିତ ହୋଇଛନ୍ତି।
ବନ୍ୟାରେ ୯୫,୩୮୧ଟି ପଶୁସମ୍ପଦ ପ୍ରଭାବିତ ହୋଇଛି। ଉଦ୍ଧାର କାର୍ଯ୍ୟ ପାଇଁ ୩ଟି ODRAF, ଗୋଟିଏ NDRF ଓ ୨ଟି ଅତିରିକ୍ତ ଅଗ୍ନିଶମ ଟିମ୍ ମୁତୟନ ହୋଇଛି। ପରିସ୍ଥିତି ଉପରେ ପ୍ରଶାସନ ନିରନ୍ତର ନଜର ରଖିଛି।


