ଯାଜପୁର: ବନ୍ୟା ପାଣି ନେଲା ୧୨ ବର୍ଷୀୟ ବାଳକଙ୍କ ଜୀବନ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କୟାଁଗୋଲା ପଞ୍ଚାୟତ ଇଛାପୁର ଗାଁରେ ଘଟିଛି ଏହି ଅଘଟଣ। ଗାଁ ଦାଣ୍ଡରେ ପ୍ରାୟ ୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ପାଣିରେ ବୁଡ଼ି ବାଳକଙ୍କ ମୃତ୍ୟୁ ଘଟିଛି।
ବନ୍ୟା ପାଣି ଗାଁ ଭିତରକୁ ପଶିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଅନ୍ୟପକ୍ଷରେ, ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଆସନ୍ତାକାଲି ଯାଜପୁର ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ। ଏଥିସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ମଧ୍ୟ ବନ୍ଦ ରହିବ। ବନ୍ୟା ପରିସ୍ଥିତି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।


