Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଟାଙ୍ଗି ଅଞ୍ଚଳ ପାଇଁ ଗୌରବ ଆଣିଲେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା
ଆଜିର ଖବର

ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଟାଙ୍ଗି ଅଞ୍ଚଳ ପାଇଁ ଗୌରବ ଆଣିଲେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା

August 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଟାଙ୍ଗି ଅଞ୍ଚଳ ପାଇଁ ଗୌରବ ଆଣିଲେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା
ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଟାଙ୍ଗି ଅଞ୍ଚଳ ପାଇଁ ଗୌରବ ଆଣିଲେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା

ଖୋରଧା/ଟାଙ୍ଗି: ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ନିଷ୍ଠା ଓ ସମର୍ପିତ ସେବା ପାଇଁ ଖୋରଧା ଜିଲ୍ଲା ଟାଙ୍ଗି ବ୍ଲକର କୃତୀ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁଙ୍କୁ ଏକ ବଡ଼ ସମ୍ମାନ ମିଳିଛି।

ସ୍ଵାଧୀନତା ଦିବସ ଅବସରରେ ଭୁବନେଶ୍ବର ସ୍ଥିତ ଲୋକ ଭବନଠାରେ ରାଜ୍ୟପାଳଙ୍କ ସମ୍ମାନଜନକ ‘ଆଟ୍ ହୋମ୍’ କାର୍ଯ୍ୟକ୍ରମରେ ସେ ଯୋଗଦେଇ ସମଗ୍ର ଖୋରଧା ଜିଲ୍ଲା ତଥା ଟାଙ୍ଗି ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି। ଚଳିତ ବର୍ଷ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମଗ୍ର ଓଡ଼ିଶାରୁ ମାତ୍ର ୧୫ ଜଣ କୃତୀ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସମ୍ମାନଜନକ କାର୍ଯ୍ୟକ୍ରମ ପାଇଁ ମନୋନୀତ କରାଯାଇଥିଲା।

ଅଗଷ୍ଟ ୧୫ ତାରିଖ ସଂନ୍ଧ୍ୟାରେ ଲୋକ ଭବନ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ଲକ୍ଷ୍ମୀପ୍ରିୟା ସାହୁ ମହାମହିମ ରାଜ୍ୟପାଳଙ୍କ ଆତିଥ୍ୟ ଗ୍ରହଣ କରିଥିଲେ। ଏଥି ସହ ରାଜ୍ୟର ବିଭିନ୍ନ କ୍ଷେତ୍ରରୁ ଆସିଥିବା ବରିଷ୍ଠ ପ୍ରଶାସକ, ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ପାଇଥିଲେ।

ପ୍ରକାଶ ଥାଉକି, ପୂର୍ବରୁ ମଧ୍ୟ ଶ୍ରେଷ୍ଠ ଶିକ୍ଷାଦାନ ପାଇଁ ସେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ରେ ସମ୍ମାନିତ ହୋଇସାରିଛନ୍ତି। ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଏବଂ ସୃଜନଶୀଳ ଶିକ୍ଷଣ ପଦ୍ଧତି ପ୍ରୟୋଗ କରିବାରେ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଛି। ତାଙ୍କର ଏହି ବିଶେଷ ଉପଲବ୍ଧି ଖବର ପ୍ରଚାରିତ ହେବା ପରେ ଟାଙ୍ଗି ବ୍ଳକ ତଥା ଖୋରଧା ଜିଲ୍ଲାର ବହୁ ଶିକ୍ଷାବିତ, ବୁଦ୍ଧିଜୀବୀ, ସହକର୍ମୀ ଓ ସ୍ଥାନୀୟ ବାସିନ୍ଦା ତାଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଶୁଭେଚ୍ଛାର ସୁଅ ଛୁଟାଇଛନ୍ତି। ସେ ତାଙ୍କ ପୈତୃକ ମାଟି ବାଣପୁର ଅଞ୍ଚଳ ପାଇଁ ମଧ୍ୟ ଗର୍ବ ଓ ଗୌରବ ଆଣିପାରିଛନ୍ତି।

‘ଆଟ୍ ହୋମ୍’ କାର୍ଯ୍ୟକ୍ରମ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମ ଲକ୍ଷ୍ମୀପ୍ରିୟା ସାହୁ ଶିକ୍ଷା କ୍ଷେତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି ଏହି ‘ବିଶ୍ୱ ରେକର୍ଡ’: ୧୦୦ ବର୍ଷ ପରେ ମଧ୍ୟ ଭାଙ୍ଗିବା କଷ୍ଟ

August 18, 2026

ମହିଳାଙ୍କ ମାଗଣା ବସ୍‌ ଯାତ୍ରା: ଅଗଷ୍ଟ ୩୧ ପରେ ବଦଳିବ ସମ୍ପୂର୍ଣ୍ଣ ବ୍ୟବସ୍ଥା

August 18, 2026

ଟ୍ରମ୍ପଙ୍କ ଲୋକପ୍ରିୟତା ରେକର୍ଡ ନିମ୍ନରେ, ଇରାନ ଯୁଦ୍ଧକୁ ନେଇ ବଢ଼ିଲା ଅସନ୍ତୋଷ

August 18, 2026

ବର୍ଷା ନେଇ ରେଡ୍ ଆଲର୍ଟ, ସୁନ୍ଦରଗଡ଼ରେ ସବୁ ସ୍କୁଲ୍‌ ଛୁଟି

August 18, 2026
Latest News

ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଟାଙ୍ଗି ଅଞ୍ଚଳ ପାଇଁ ଗୌରବ ଆଣିଲେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା

August 18, 2026

ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି ଏହି ‘ବିଶ୍ୱ ରେକର୍ଡ’: ୧୦୦ ବର୍ଷ ପରେ ମଧ୍ୟ ଭାଙ୍ଗିବା କଷ୍ଟ

August 18, 2026

ପୁଣି ଚର୍ଚ୍ଚାରେ କଂଗ୍ରେସ: ଗୋଆ ବୈଠକରେ ଗାନ କଲେ ଅସମ୍ପୂର୍ଣ୍ଣ ବନ୍ଦେ ମାତରମ୍

August 18, 2026

ମହିଳାଙ୍କ ମାଗଣା ବସ୍‌ ଯାତ୍ରା: ଅଗଷ୍ଟ ୩୧ ପରେ ବଦଳିବ ସମ୍ପୂର୍ଣ୍ଣ ବ୍ୟବସ୍ଥା

August 18, 2026

ଟ୍ରମ୍ପଙ୍କ ଲୋକପ୍ରିୟତା ରେକର୍ଡ ନିମ୍ନରେ, ଇରାନ ଯୁଦ୍ଧକୁ ନେଇ ବଢ଼ିଲା ଅସନ୍ତୋଷ

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.