ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସରେ ଲାଲକିଲ୍ଲାର ପ୍ରାଚୀରରୁ “ମାନସିକ ନକ୍ସଲ” ପ୍ରସଙ୍ଗ ଉଠାଇବା ଏବଂ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ପାଲଟା ଆକ୍ରମଣ କରିବା ପରେ ବିବାଦ ବଢ଼ିବାରେ ଲାଗିଛି। ଏବେ ଜଣେ ସହିଦ ଯବାନଙ୍କ ପତ୍ନୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ବୟାନକୁ ବିରୋଧ ଏବଂ ନିନ୍ଦା କରିଛନ୍ତି।
ଛତିଶଗଡର ବସ୍ତର ଜିଲ୍ଲାର କାଙ୍କେର ବାସିନ୍ଦା ଆରତୀ ଏଏନଆଇକୁ କହିଛନ୍ତି ଯେ, “ଆମେ ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ସୋସିଆଲ ମିଡିଆରେ ଦେଇଥିବା ବୟାନକୁ ନିନ୍ଦା କରୁଛୁ, ଯେଉଁଥିରେ ସେ କହିଥିଲେ ଯେ ସେ “ମାନସିକ ନକ୍ସଲ”ଙ୍କୁ ସମର୍ଥନ କରନ୍ତି ଏବଂ “ମାନସିକ ନକ୍ସଲ” ବୋଲି ଗର୍ବିତ।
ସେ କହିଛନ୍ତି ଯେ, “ମୋ ସ୍ୱାମୀ ସୁରକ୍ଷା ବାହିନୀରେ ନିଯୁକ୍ତ ଥିଲେ। ସେ ସ୍ପେଶାଲ୍ ଟାସ୍କ ଫୋର୍ସ (STF)ରେ ଜଣେ ସୈନିକ ଥିଲେ। ସୁକମାରେ ନକ୍ସଲମାନଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ସେ ସହିଦ ହୋଇଥିଲେ।” ବସ୍ତରରେ ମୋ ପରି ଅନେକ ମହିଳା ଅଛନ୍ତି ଯେଉଁମାନେ ନକ୍ସଲ ଆକ୍ରମଣରେ ସବୁଦିନ ପାଇଁ ସେମାନଙ୍କ ସ୍ୱାମୀଙ୍କୁ ହରାଇଛନ୍ତି।
ଶହୀଦ ସୈନିକଙ୍କ ପତ୍ନୀ କହିଛନ୍ତି ଯେ, “ବସ୍ତର ଏବେ ନକ୍ସଲମୁକ୍ତ। କିନ୍ତୁ ଦିଲ୍ଲୀର କିଛି ରାଜନେତା ଏଠାକୁ ଆସି କହୁଛନ୍ତି ଯେ, ସେମାନେ ନକ୍ସଲବାଦୀଙ୍କୁ ସମର୍ଥନ କରନ୍ତି। ତେଣୁ ଆମେ ଏଠାକୁ (ଦିଲ୍ଲୀ) ଆସିଛୁ। ମୁଁ ଚାହୁଁନାହିଁ ଯେ, ପୂର୍ବରୁ ଯାହା ଘଟିଥିଲା ତାହା ପୁନରାବୃତ୍ତି ହେଉ।”


