ଭୁବନେଶ୍ୱର: ରାଜ୍ୟ ସରକାର ଜେଲ୍ ସଂଗଠନର ଅଧିକାରୀ ଓ କର୍ମଚାରୀମାନଙ୍କର ଭତ୍ତା ବୃଦ୍ଧି କରିଛନ୍ତି। ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଅନୁଯାୟୀ ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ବାର୍ଷିକ ପୋଷାକ ଭତ୍ତା ୨ ଗୁଣ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ DIG of Prisonsଙ୍କ ଠାରୁ ଆରମ୍ଭ କରି Assistant Matron ପର୍ଯ୍ୟନ୍ତ ୩୭୮ ଜଣ ଅଧିକାରୀଙ୍କ ପୋଷାକ ଭତ୍ତା ୩୦୦୦ ଟଙ୍କାରୁ ୬୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୨,୧୨୨ ଜଣ ଚିଫ୍ ୱାର୍ଡର୍, ୱାର୍ଡର୍ ଓ ମହିଳା ୱାର୍ଡରଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୪୦୦୦ ଟଙ୍କାରୁ ୮୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ସମୁଦାୟ ୨୫୦୦ ଜଣ ଜେଲ୍ କର୍ମଚାରୀ ଓ ଅଧିକାରୀ ଉପକୃତ ହେବେ। ଚଳିତ ଆର୍ଥିକ ବର୍ଷରୁ ଏହି ନୂତନ ପୋଷାକ ଭତ୍ତା ଲାଗୁ ହେବ।


