Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ
ଅପରାଧ

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

August 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
knife attack
ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ଥାନା ଅଞ୍ଚଳର ନାହାଡ଼ା ଗ୍ରାମରେ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଜଣେ ଯୁବତୀଙ୍କୁ ଛୁରାମାଡ଼ କରି ହତ୍ୟା କରାଯାଇଥିବା ଅଭିଯୋଗରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ଯୁବତୀ ହେଲେ ମିନତି ପ୍ରଧାନ (୨୭)। ଘଟଣାରେ ଅଭିଯୁକ୍ତ ପ୍ରେମିକ ସୁଜିତ୍ ବିଶ୍ୱାଳ (୩୭) ଗାଙ୍ଗପୁର ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନାନୁସାରେ, ପ୍ରାୟ ୧୧ ବର୍ଷ ତଳେ ସୁଜିତ୍ ଓ ମିନତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପ୍ରାୟ ୧୦ ବର୍ଷ ତଳେ ଉଭୟେ ଘର ଛାଡ଼ି ଚାଲିଯାଇଥିଲେ। ପରେ ପ୍ରାୟ ଦେଢ଼ ବର୍ଷ ପରେ ଘରକୁ ଫେରିଥିଲେ। ସେତେବେଳେ ମିନତିଙ୍କ ବିବାହ ବୟସ ହୋଇନଥିବାରୁ ସୁଜିତଙ୍କ ପରିବାର ପକ୍ଷରୁ ତାଙ୍କୁ ଗ୍ରହଣ କରାଯାଇନଥିଲା ଏବଂ ବିବାହ ବୟସ ପରେ ବିବାହ କରାଯିବ କୁହାଯାଇଥିବା ଜଣାପଡ଼ିଛି। ଏହାପରେ ସୁଜିତ୍ ସୁରତ ଚାଲିଯାଇଥିଲେ। ସେଠାରେ ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ସେ ଦଣ୍ଡ ଭୋଗିଥିବା ମଧ୍ୟ ସୂଚନା ମିଳିଛି। ନିକଟରେ ସେ ଗାଁକୁ ଫେରି ମିନତିଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ ମିନତି ତାଙ୍କୁ ହତ୍ୟା ମାମଲାରେ ଦଣ୍ଡିତ ବ୍ୟକ୍ତି ବୋଲି କହି ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି। ଏହାକୁ ନେଇ ସୁଜିତ୍ ଉତ୍‌କ୍ଷିପ୍ତ ହୋଇ ପ୍ରତିଶୋଧପରାୟଣ ହୋଇଥିଲା।

ମିନତିଙ୍କ ବାପା ଜମିକୁ ଯାଇଥିବା ବେଳେ ମିନତି ଗାଁରେ ଥିବା ତାଙ୍କ ମାମୁଁ ଘରେ ଅପରାହ୍ନ ପ୍ରାୟ ୩ଟା ପର୍ଯ୍ୟନ୍ତ ରହିଥିଲେ। ପରେ ନିଜ ଘରକୁ ଫେରିବା ପରେ ସୁଜିତ୍ ଘରେ ପଶି ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଏଥିରେ ମିନତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିନତିଙ୍କ ବାପା ଜମିରୁ ଘରକୁ ଫେରି ଝିଅର ମୃତଦେହ ଦେଖି ଗାଙ୍ଗପୁର ଥାନାକୁ ଖବର ଦେଇଥିଲେ। ଘଟଣା ପରେ ଅଭିଯୁକ୍ତ ସୁଜିତ୍ ଗାଙ୍ଗପୁର ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୋଲିସ୍ ତାଙ୍କୁ ଗିରଫ କରିଛି।

ଖବର ଲେଖାଯିବା ବେଳକୁ ମିନତିଙ୍କ ମୃତଦେହ ଘରେ ରହିଥିବା ବେଳେ ପୋଲିସ୍ ଘଟଣାସ୍ଥଳରେ ମୃତଦେହକୁ ଜଗି ରହିଛି। ଆସନ୍ତାକାଲି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଆସି ତଦନ୍ତ କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡ଼ିଛି। ଘଟଣାକୁ ନେଇ ଗାଙ୍ଗପୁର ପୋଲିସ୍ ତଦନ୍ତ ଜାରି ରଖିଛି।

ଆତ୍ମସମର୍ପଣ କଲେ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ନାହାଡ଼ା ଗ୍ରାମ ପ୍ରେମିକର ଛୁରାମାଡ଼ ପ୍ରେମିକା ମୃତ ବେଲଗୁଣ୍ଠା ବ୍ଲକ୍
Share. Facebook Twitter LinkedIn Email WhatsApp Copy Link

Related Posts

ଗୋପାଳପୁର ଓ ସୁନପୁର ବେଳାଭୂମିକୁ ୨୯ ଯାଏଁ ପର୍ଯ୍ୟଟକଙ୍କୁ ପ୍ରବେଶ ନିଷିଦ୍ଧ

October 27, 2026

FASTag Annual Pass: ସ୍ଥାନୀୟ ଲୋକଙ୍କୁ ବଡ଼ ଆଶ୍ୱସ୍ତି, କମିଲା ଟୋଲ ପାସ୍ ଦର

October 27, 2026

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଖୋରଧା ଜିଲ୍ଲାରେ ସ୍କୁଲ ବନ୍ଦ ଏବଂ କର୍ମଚାରୀଙ୍କ ଛୁଟି ବାତିଲ

October 27, 2026

ମୁଖ୍ୟମନ୍ତ୍ରୀ କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନା କ’ଣ?: କେମିତି ମିଳିବ ୫ ଲକ୍ଷର ସହାୟତା

October 27, 2026
Latest News

ଗୋପାଳପୁର ଓ ସୁନପୁର ବେଳାଭୂମିକୁ ୨୯ ଯାଏଁ ପର୍ଯ୍ୟଟକଙ୍କୁ ପ୍ରବେଶ ନିଷିଦ୍ଧ

October 27, 2026

FASTag Annual Pass: ସ୍ଥାନୀୟ ଲୋକଙ୍କୁ ବଡ଼ ଆଶ୍ୱସ୍ତି, କମିଲା ଟୋଲ ପାସ୍ ଦର

October 27, 2026

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଖୋରଧା ଜିଲ୍ଲାରେ ସ୍କୁଲ ବନ୍ଦ ଏବଂ କର୍ମଚାରୀଙ୍କ ଛୁଟି ବାତିଲ

October 27, 2026

ମୁଖ୍ୟମନ୍ତ୍ରୀ କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନା କ’ଣ?: କେମିତି ମିଳିବ ୫ ଲକ୍ଷର ସହାୟତା

October 27, 2026

ହେଲମେଟ୍ ପିନ୍ଧିଥିଲେ ବି କଟିବ ଚାଲାଣ! ଏହି ଭୁଲ୍ ପାଇଁ କଟିପାରେ ଆପଣଙ୍କ ଚାଲାଣ

October 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.