Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିବାହିତା ମହିଳାଙ୍କ ଆତ୍ମହତ୍ୟା, ପ୍ରେମିକ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମର ନିଖିତା ଖଣ୍ଡୁଆଳ ନାମ୍ନୀ ଜଣେ ମହିଳା ଗତ ଅକ୍ଟୋବର ୧୬ ତାରିଖରେ ଶ୍ଵଶୁର ଘରେ ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଥିଲେ। ଖବର ପାଇ ପୋଲିସ ୧୭/୩୩ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। କିନ୍ତୁ ନିଖିତାର ଅଜା ବୁଗୁଡ଼ା ଥାନା ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମର କାଶୀନାଥ ପ୍ରଧାନ ତାଙ୍କ ନାତୁଣୀକୁ ସ୍ବାମୀ ଓ ଶ୍ବଶୁର ଘର ଲୋକେ ହତ୍ୟା କରିଛନ୍ତି ବୋଲି ଥାନାରେ ଅଭିଯୋଗ କରିଥିଲେ।

ଘଟଣାର ତଦନ୍ତ ଚଳାଇ ପୋଲିସ ଜାଣିବାକୁ ପାଇଲେ ଯେ ସ୍ବାମୀ ସୁରଟ୍ ରେ କାମ କରିବାକୁ ଯାଇଛନ୍ତି ଓ ଘଟଣା ଦିନ ସେ ଗାଁ ରେ ନାହିଁ। ଅନ୍ୟ ପକ୍ଷରେ ଶ୍ଵଶୁର ଓ ଶାଶୂ ତାର ତିନି ବର୍ଷର ପୁଅକୁ ଧରି ମାଛ ଧରିବା ପାଇଁ ଗାଁ ପୋଖରୀ କୁ ଯାଇଛନ୍ତି ଓ ନିଖୀତା ଦୁଇ ଦେଢ଼ ଶାଶୁ କେନ୍ଦୁପଦର ଗ୍ରାମରେ ରହୁଛନ୍ତି। ଏହି ସବୁ ଘଟଣାକୁ ନେଇ ପୋଲିସ ଗଭୀର ତଦନ୍ତ ଚଳାଇ ଜାଣିବାକୁ ପାଇଲେ ଯେ, ମୃତ ନିଖିତା ର ବାପ ଓ ମାଁ ସୁରଟ୍ ରେ କାମ କରିବାକୁ ଯାଇଥିବା ବେଳେ ସେ ତାର ଅଜା ଘର ବିଷ୍ଣୁଚକ୍ର ଗ୍ରାମରେ ରହୁଥିଲା ଓ ଏହା ମଧ୍ୟରେ ଉକ୍ତ ଗ୍ରାମର ବସନ୍ତ ପାତ୍ର ନାମରେ ଜଣେ ଯୁବକକୁ ଭଲ ପାଉଥିଲା।

କିନ୍ତୁ ଏହା ମଧ୍ୟରେ ସେ ଖୁକୁଣ୍ଡିଆ ଗ୍ରାମରେ ବାହା ହେବା ପରେ ମଧ୍ୟ ବସନ୍ତ ନିଖିତାକୁ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ସହ ସ୍ବାମୀ ଦୀପକକୁ ଛାଡ଼ପତ୍ର ଦେବା ପାଇଁ ବାଧ୍ୟ କରିବାରୁ ସେ ନିଜକୁ ଅସୁରକ୍ଷିତ ମନେ କରି ଏହି ଭଳି ଆତ୍ମହତ୍ୟା ପଦକ୍ଷେପ ଗ୍ରହଣ କରିଥିଲା।

ଏହି ସବୁ ଘଟଣା ର ବଳିଷ୍ଠ ପ୍ରମାଣ ପାଇ ପୋଲିସ ପ୍ରେମିକ ବସନ୍ତକୁ ଥାନାରେ ଅଟକ ରଖି ଜେରା କରିବା ପରେ ଜାଣିବାକୁ ପାଇଲେ ଯେ, ବସନ୍ତ ଯୋଗୁଁ ଉକ୍ତ ମହିଳା ଆତ୍ମହତ୍ୟା କରିଛି।

ପୋଲିସ ୮୦୩/୨୩ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତ ବସନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଆଞ୍ଚଳିକ

ଯୁବକକୁ ଆକ୍ରମଣ ଅଭିଯୋଗରେ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗାଙ୍ଗପୁର ଥାନା ଅନ୍ତର୍ଗତ ଝରପାରି ଗ୍ରାମର ତୋଫାନ ଗୌଡ଼ ନାମକ ଜଣେ ଯୁବକକୁ ଛୁରୀରେ ଆକ୍ରମଣ ଅଭିଯୋଗରେ ନିକଟସ୍ଥ କେଶପୁର ଗ୍ରାମ ର ପ୍ରଦୀପ ସ୍ୱାଇଁକୁ ଗିରଫ କରି ଗାଙ୍ଗପୁର ପୋଲିସ କୋର୍ଟ ଚାଲାଣ କରିଛି। ଗୁରୁତର ଆହତ ତୋଫାନ ଗୌଡ଼ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ ଆହତ ତୋଫାନ ବାରମ୍ବାର କେଶପୁର ଗ୍ରାମକୁ ଯାଉଥିବାରୁ ପ୍ରଦୀପ ଆପତ୍ତି କରି ଆସୁଥିଲା। ଯାହା ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ପ୍ରଦୀପ କ୍ରୋଧରେ ଜର୍ଜରିତ ହୋଇ ତୋଫାନକୁ ଛୁରୀରେ ପେଟକୁ ଭୁଷି ଦେବାରୁ ତାଙ୍କର ପେଟରେ ଗଭୀର ଆଘାତ ଲାଗିଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଦୀପକୁ କାବୁ କରି କେଶ୍ ନଂ ୮୬୨/୨୩ ଅନୁଯାୟୀ ଏକ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୋଲିସକୁ ଆକ୍ରମଣ ଅଭିଯୋଗରେ ତିନି ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ମଙ୍ଗଳବାର ରାତିରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗାଙ୍ଗପୁର ଥାନା ଏ ଏସ୍ ଆଇ ଯୁଧିଷ୍ଠିର ବେହେରା ଓ କିଛି କର୍ମଚାରୀ ପାଳକଷଣ୍ଡା ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ। ଏହି ସମୟରେ ସେଠାରେ ସେମାନେ ଆକ୍ରମଣର ଶିକାର ହୋଇଥିଲେ’। ଯ’ଦ୍ଵାରା ଏ ଏସ୍ ଆଇ ବେହେରା, କୃଷ୍ଣ ଚନ୍ଦ୍ର ମଣ୍ଡଳ ଓ ଅରୁଣ ନାହାକ ଗୁରୁତର ଆହତ ହୋଇଥିଲେ।

ତଥାପି ପୋଲିସ ଘଟଣାସ୍ଥଳରୁ ସୁଶାନ୍ତ ସ୍ବାଇଁ, ଭଗବାନ ସ୍ବାଇଁ ଓ ପ୍ରସାଦ ବେହେରା ନାମକ ତିନି ଜଣ ଜୁଆଡିକୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା ଜେରା କରିବା ପରେ କେଶ୍ ନଂ ୮୦୧/୨୩ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗାଙ୍ଗପୁର ଥାନା ଅଞ୍ଚଳର ମଙ୍ଗୁଳୁ ନାୟକ ନାମକ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜୋରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୭ ମାସ କାରାଦଣ୍ଡ ଆଦେଶ ଦେଇଛନ୍ତି।

ସୁଚନା ଅନୁଯାୟୀ ଜଣାପଡିଛି ଯେ, ଗାଙ୍ଗପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକା ନାବାଳିକା ଏକଲା ଘରେ ଥିବା ବେଳେ ଅଭିଯୁକ୍ତ ମଙ୍ଗଳୁ କୌଶଳ କ୍ରମେ ନାବାଳିକାକୁ ଏକ ନିଚ୍ଛାଟିଆ ସ୍ଥାନରେ ଦୁଷ୍କର୍ମ କରି ଘରେ ଆଣି ଛାଡ଼ି ଦେଇଥିଲା ଓ ଘଟଣା ପ୍ରଘଟ ହେଲେ ହତ୍ୟାର ଧମକ ଦେଇଥିଲା। ଯ’ଦ୍ଵାରା ନାବାଳିକା ଜଣକ କାହାକୁ ନକହି କିଛି ଦିନ ଚୁପ୍ ହେଇଗଲା।

ପରବର୍ତ୍ତୀ ସମୟରେ ନାବାଳିକାର ଲକ୍ଷଣ ଦେଖି ପରିବାର ଲୋକେ ତାକୁ ପଚାରିବାରୁ ସେ ସବୁ କଥା କହିଥିଲା। ତା ପରେ ପରିବାର ଲୋକେ ଗାଙ୍ଗପୁର ଥାନାରେ ଏହି ଘଟଣା ବିଷୟରେ ଅଭିଯୋଗ କରିଥିଲେ ଓ ପୋଲିସ ଏତଲା ନଂ ୧୩୯/୧୯ ଓ ପୋକ୍ସ ଆଇନ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଏହି ମାମଲାରେ ୧୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ମାନ୍ୟବର ପୋକ୍ସ ଅଦାଲତ ଜଜ୍ ଗଣେଶ୍ଵର ପତି ଉକ୍ତ ରାୟ ଶୁଣାଇଛନ୍ତି ଓ ରାଜ୍ୟ ସରକାରଙ୍କୁ ପୀଡିତା କ୍ଷତିଭରଣ ନିୟମ ଅନୁଯାୟୀ ପୀଡିତାକୁ ୫ ଲକ୍ଷ ଟଙ୍କା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜରିଆରେ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସନ୍ଦିଗ୍ଧ ବ୍ୟକ୍ତିଙ୍କ ଠାରୁ ୫ ଟି ମୁଲ୍ୟବାନ ମୋବାଇଲ ଫୋନ ଜବତ କଲା ଗାଙ୍ଗପୁର ପୋଲିସ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଠାରୁ ଗାଙ୍ଗପୁର ପୋଲିସ ୫ ଟି ମୁଲ୍ୟବାନ ମୋବାଇଲ ଫୋନ ଜବତ କରିଛି। ଘଟଣାରୁ ପ୍ରକାଶ ଯେ, ଗାଙ୍ଗପୁର ଥାନା ପୋଲିସ୍ ପାଟ୍ରୋଲିଂ କରୁଥିବା ସମୟରେ ମୁଖ୍ୟ ରାସ୍ତାରେ ପୋଲିସ୍ କୁ ଦେଖି ଜଣେ ବ୍ୟକ୍ତି ବିଚଳିତ ହୋଇ ଯାଇଥିଲା। ଯ’ଦ୍ଵାରା ପୋଲିସ ସନ୍ଦେହ ପ୍ରକଟ କରି ଭଞ୍ଜନଗର ତୋଟା ସାହିର ମାଧବ ରାଇ ନାମକ ଉକ୍ତ ବ୍ୟକ୍ତିଙ୍କୁ ଧରି ଥାନାରେ ଆଣି ଜେରା କରିବା ବେଳେ ତାଠାରୁ ୫ ମୁଲ୍ୟବାନ ମୋବାଇଲ ଫୋନ ଜବତ କରିଥିଲେ ଓ କେଶ୍ ନଂ ୨୦୧/୨୩ ପ୍ରକାରେ ତାକୁ ଆସ୍କା କୋର୍ଟକୁ ଚାଲାଣ କରିଛନ୍ତି।