Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଟରସାଇକେଲ ଦୁର୍ଘଟଣା: ଗଛରେ ପିଟିହୋଇ ଭାଇ ଭଉଣୀ ମୃତ
ଆଜିର ଖବର

ମଟରସାଇକେଲ ଦୁର୍ଘଟଣା: ଗଛରେ ପିଟିହୋଇ ଭାଇ ଭଉଣୀ ମୃତ

June 16, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୋଟରସାଇକେଲ ଧକ୍କା
ମଟରସାଇକେଲ ଦୁର୍ଘଟଣା: ଗଛରେ ପିଟିହୋଇ ଭାଇ ଭଉଣୀ ମୃତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗାଙ୍ଗପୁର ଥାନା ଅଧୀନ ଭଞ୍ଜନଗର-ସୋରଡ଼ା ରାସ୍ତାର ଦୁବୁଲୁଣ୍ଡା ନିକଟରେ ଗତ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ମଟରସାଇକେଲ ଗଛରେ ପିଟିହେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଭଞ୍ଜନଗର ଥାନା କଇଣ୍ଡି ଗ୍ରାମର ସନ୍ୟାସୀ ନାଇକଙ୍କ ପୁଅ ଶିଶିର ନାଇକ ଏବଂ ଝିଅ ଲିପି ନାଇକ ଏକ ଓଡି-୩୨ଏମ୍-୩୩୭୨ ନମ୍ବର ବିଶିଷ୍ଟ ମଟରସାଇକେଲରେ ନିଜ ମାମୁଁଘର ବଡବୋରସିଂ ପଞ୍ଚାୟତ ଡିମିରିପଲ୍ଲୀ ଗ୍ରାମକୁ ଯାଉଥିଲେ। ଅପରାହ୍ନ ସମୟରେ କଣ୍ଟେଇପଲ୍ଲୀ ନିକଟସ୍ଥ ଦୁବୁଲୁଣ୍ଡା ଘାଇ ପାଖ ବୁଲାଣିରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ, ଦୁଇଜଣ ଯାକ ରାସ୍ତା ଉପରକୁ ଛିଟିକି ପଡ଼ି ରକ୍ତାକ୍ତ ଓ ଗୁରୁତର ହୋଇପଡ଼ିଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ତୁରନ୍ତ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଶିଶିରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଓ ଲିପିଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଲିପିଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏପଟେ
ଏ ନେଇ ମୃତକଙ୍କ ପିତା ସନ୍ୟାସୀ ନାଇକ ଗାଙ୍ଗପୁର ଥାନାରେ ଏକ ଏତଲା ଦେଇଛନ୍ତି।

ଗାଙ୍ଗପୁର ଥାନା ଭଞ୍ଜନଗର-ସୋରଡ଼ା ରାସ୍ତା ଭାଇ ଭଉଣୀ ମୃତ ମଟରସାଇକେଲ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଭିତରେ ଜଳିଗଲେ ଦୁଇ ଡ୍ରାଇଭର

June 16, 2026

ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲ୍ଲିକଙ୍କୁ ଏନକାଉଣ୍ଟର

June 16, 2026

ଓଡିଶା ରିଅଲ ଇଷ୍ଟେଟ ଆପିଲେଟ ଟ୍ରିବୁନାଲ ଅଧ୍ୟକ୍ଷ ପ୍ରମଥ ପଟ୍ଟନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନ

June 16, 2026

ବ୍ୟସ୍ତବହୁଳ ଷ୍ଟେସନଗୁଡ଼ିକ ପାଇଁ ମାଷ୍ଟରପ୍ଲାନର ସମୀକ୍ଷା କଲେ କେନ୍ଦ୍ର ରେଳ ମନ୍ତ୍ରୀ

June 16, 2026
Latest News

ମଟରସାଇକେଲ ଦୁର୍ଘଟଣା: ଗଛରେ ପିଟିହୋଇ ଭାଇ ଭଉଣୀ ମୃତ

June 16, 2026

ହାଇୱା ଭିତରେ ଜଳିଗଲେ ଦୁଇ ଡ୍ରାଇଭର

June 16, 2026

ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲ୍ଲିକଙ୍କୁ ଏନକାଉଣ୍ଟର

June 16, 2026

ଓଡିଶା ରିଅଲ ଇଷ୍ଟେଟ ଆପିଲେଟ ଟ୍ରିବୁନାଲ ଅଧ୍ୟକ୍ଷ ପ୍ରମଥ ପଟ୍ଟନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନ

June 16, 2026

ବ୍ୟସ୍ତବହୁଳ ଷ୍ଟେସନଗୁଡ଼ିକ ପାଇଁ ମାଷ୍ଟରପ୍ଲାନର ସମୀକ୍ଷା କଲେ କେନ୍ଦ୍ର ରେଳ ମନ୍ତ୍ରୀ

June 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.