Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଟରସାଇକେଲ ଦୁର୍ଘଟଣାରେ ଯୁବକ ମୃତ: ଜଣେ ଆହତ
ଆଜିର ଖବର

ମୋଟରସାଇକେଲ ଦୁର୍ଘଟଣାରେ ଯୁବକ ମୃତ: ଜଣେ ଆହତ

July 16, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୋଟରସାଇକେଲ ଦୁର୍ଘଟଣାରେ ଯୁବକ ମୃତ: ଜଣେ ଆହତ
ମୋଟରସାଇକେଲ ଦୁର୍ଘଟଣାରେ ଯୁବକ ମୃତ: ଜଣେ ଆହତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ମାଆ ବୁଢ଼ାକେନ୍ଦୁ ମନ୍ଦିର ଏବଂ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଝି ରାସ୍ତାରେ ଏକ ଗଛକୁ ପିଟି ହୋଇ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଖବରରୁ ଜଣା ପଡ଼ିଛି ମୃତକ ଜଣଙ୍କ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ଶାସନ ଗ୍ରାମର ଶିବରାମ ବିଷୋୟୀଙ୍କ ଏକ ମାତ୍ର ପୁଅ ସାଗର ବିଷୋୟୀ (୨୨)। ସାଗର ଶିବରାମଙ୍କ ତିନି ଝିଅ ମଧ୍ୟରେ ଏକମାତ୍ର ପୁଅ ଥିଲେ।

ସାଗର ସୁରଟରେ ରହି ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଗତ ଦଶ ବାରଦିନ ତଳେ ସେ ଗ୍ରାମକୁ ଆସିଥିଲେ। ସାଗର ତାଙ୍କ ସାଙ୍ଗ ଅରୁଣ ବିଷୋୟୀଙ୍କ ସହ କୌଣସି କାମରେ କୁଲାଙ୍ଗୀ ଯାଇ ମୋଟରସାଇକେଲରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଲାଗିଥିବା ଏକ ଗଛକୁ ଧକ୍କା ଦେଇଥିଲେ। ଫଳରେ ଉଭୟ ତଳେ ପଡିଯାଇ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।

ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ସାଢେ଼ ତିନିଟା ବେଳକୁ ସାଗର ମୃତ୍ୟୁ ବରଣ କରିଥିବା ବେଳେ ଅରୁଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣା ପଡ଼ିଛି। ସାଗରଙ୍କ ଶବକୁ ଗାଙ୍ଗପୁର ପୋଲିସ୍ ଜବତ କରି ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ ସୂଚନା ଦେଇଛନ୍ତି।

ନିଜର ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ସାଗରଙ୍କ ବାପା ମାଆ ସଂପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ଭଉଣୀ ମାନେ ନିଜ ଭାଇକୁ ବାହୁନି କାନ୍ଦୁଛନ୍ତି। ସାଗରଙ୍କ ମୃତ୍ୟୁରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ମାଆ ବୁଢ଼ାକେନ୍ଦୁ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀ ଜିଉଙ୍କ ଅପେକ୍ଷାରେ ତିନି ରଥ

July 16, 2026

ଆଜି ଜୁଲାଇ ୧୬ ତାରିଖ ଗୁରୁବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

July 16, 2026

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026
Latest News

ମୋଟରସାଇକେଲ ଦୁର୍ଘଟଣାରେ ଯୁବକ ମୃତ: ଜଣେ ଆହତ

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀ ଜିଉଙ୍କ ଅପେକ୍ଷାରେ ତିନି ରଥ

July 16, 2026

ଆଜି ଜୁଲାଇ ୧୬ ତାରିଖ ଗୁରୁବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

July 16, 2026

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.