Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ଚମ୍ପିୟାନସିପ: ବ୍ରହ୍ମପୁର କରାଟେ ଏକାଡେମୀର ଅଭୁତପୂର୍ବ ସଫଳତା
ଆଜିର ଖବର

ଜାତୀୟ ଚମ୍ପିୟାନସିପ: ବ୍ରହ୍ମପୁର କରାଟେ ଏକାଡେମୀର ଅଭୁତପୂର୍ବ ସଫଳତା

August 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜାତୀୟ ଚମ୍ପିୟାନସିପ: ବ୍ରହ୍ମପୁର କରାଟେ ଏକାଡେମୀର ଅଭୁତପୂର୍ବ ସଫଳତା
ଜାତୀୟ ଚମ୍ପିୟାନସିପ: ବ୍ରହ୍ମପୁର କରାଟେ ଏକାଡେମୀର ଅଭୁତପୂର୍ବ ସଫଳତା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଶାଖପାଟଣାରେ ଏକ ଦୁଇଦିନିଆ କରାଟେ ପ୍ରତିଯୋଗିତାରେ ବ୍ରହ୍ମପୁର କରାଟେ ଏକାଡେମୀର ଆଠଜଣ କରାଟେ ଖେଳାଳି ଅଂଶ୍ରହଣ କରି କୃତିତ୍ୱ ଅର୍ଜନ କରିଛନ୍ତି। ପ୍ରଶିକ୍ଷକ ସିହାନ ତ୍ରିଲୋଚନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତିଯୋଗିତାର ବିଭିନ୍ନ ବୟସ ବର୍ଗର କାଟା ଓ କୁମିତେ ବିଭାଗରେ ଭାଗ ନେଇ ସ୍ୱର୍ଣ୍ଣ ରୌପ୍ୟ ଓ କାଂସ୍ୟ ପଦକକୁ ମିଶାଇ ମୋଟ ୧୨ଟି ପଦକ ହାସଲ କରିଛନ୍ତି।

କାଟା ବିଭାଗରେ ସାନଭି ବ୍ରହ୍ମା, ସମ୍ଭବ ତ୍ରିପାଠୀ, ଅନନ୍ୟା ସରଫ , ବି ଆୟୁଷ କୁମାର ପାତ୍ର ଏବଂ ସିଦ୍ଧାର୍ଥ କୁମାର ପାଢ଼ୀ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ କାବ୍ୟାଂଶ ତ୍ରିପାଠୀ ଓ ପ୍ରଶିଧ ତ୍ରିପାଠୀ ଙ୍କୁ ରୌପ୍ୟ ପଦକ ମିଳିଛି। ସେହିପରି କୁମିତେ ବିଭାଗରେ ସିଦ୍ଧାର୍ଥ କୁମାର ପାଢ଼ୀଙ୍କୁ ସ୍ୱର୍ଣ୍ଣ ପଦକ, ପାୟଲ ଦେଓରା ଓ ଅନ୍ୟାନ୍ୟ ସରଫ ଙ୍କୁ ରୌପ୍ୟ ପଦକ ମିଳିଥିବାବେଳେ ପ୍ରସିଧ ତ୍ରିପାଠୀ ଓ ବି ଆୟୁଷ କୁମାର ପାତ୍ରଙ୍କୁ କାଂସ୍ୟ ପଦକ ମିଳିଛି।ଦୁଇଦିନିଆ ଏହି କରାଟେ ପ୍ରତିଯୋଗିତା ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ,ଶୃଙ୍ଖଳା ଓ ଆତ୍ମରକ୍ଷା ଭାବନା ବିକାଶରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ପରିଗଣିତ ହୋଇଛି।

ଏକାଡେମୀ ର ଏହି ସଫଳତା ରେ ସଂଘର ଉପସଭାପତି ଶ୍ରୀଯୁକ୍ତ ବିମଳେନ୍ଦୁ ସାହୁ ଏବଂ ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ ମନୋଜ କୁମାର ସାହୁ ସମେତ ସମସ୍ତ ସଦସ୍ୟ କୃତି ପ୍ରତିଯୋଗୀ ଓ ପ୍ରଶିକ୍ଷକ ଶ୍ରୀଯୁକ୍ତ ବେହେରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅଭୁତପୂର୍ବ ସଫଳତା ଜାତୀୟ ଚମ୍ପିୟାନସିପ ବିଶାଖପାଟଣା ବ୍ରହ୍ମପୁର କରାଟେ ଏକାଡେମୀ
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ଲୋବାଲ୍ ସ୍ୱୀକୃତି ପାଇଲା ୟୁପିଆଇ: କାରବାର ସଂଖ୍ୟାରେ ୧୩ ହଜାର ଗୁଣ ବୃଦ୍ଧି

August 25, 2026

ଚାଷୀଙ୍କ ସ୍ୱପ୍ନ ପୂରଣ ସରକାରଙ୍କ ଲକ୍ଷ୍ୟ: ଉପମୁଖ୍ୟମନ୍ତ୍ରୀ

August 25, 2026

ଗାନ୍ଧିମାର୍ଗରେ ଲଘୁଚାପ ବର୍ଷା ଓ ଚାଇଁ ଚାଇଁ ଖରାରେ ଶିକ୍ଷକ ସମାଜ: ସମନ୍ୱୟ ସମିତି

August 25, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2026
Latest News

ଜାତୀୟ ଚମ୍ପିୟାନସିପ: ବ୍ରହ୍ମପୁର କରାଟେ ଏକାଡେମୀର ଅଭୁତପୂର୍ବ ସଫଳତା

August 25, 2026

ଏଚ୍‌-୧ବି ଭିସା ଫି’: ନୂଆ ନିୟମ ଆଣିବା ଯୋଜନାରେ ଡିଏଚ୍‌ଏସ୍‌

August 25, 2026

ଗ୍ଲୋବାଲ୍ ସ୍ୱୀକୃତି ପାଇଲା ୟୁପିଆଇ: କାରବାର ସଂଖ୍ୟାରେ ୧୩ ହଜାର ଗୁଣ ବୃଦ୍ଧି

August 25, 2026

ଚାଷୀଙ୍କ ସ୍ୱପ୍ନ ପୂରଣ ସରକାରଙ୍କ ଲକ୍ଷ୍ୟ: ଉପମୁଖ୍ୟମନ୍ତ୍ରୀ

August 25, 2026

ଗାନ୍ଧିମାର୍ଗରେ ଲଘୁଚାପ ବର୍ଷା ଓ ଚାଇଁ ଚାଇଁ ଖରାରେ ଶିକ୍ଷକ ସମାଜ: ସମନ୍ୱୟ ସମିତି

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.