Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାୟଗଡ଼ାରେ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଗଣତି: ବାହାରିଲା କୋଟି କୋଟି ଟଙ୍କା
ଆଜିର ଖବର

ରାୟଗଡ଼ାରେ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଗଣତି: ବାହାରିଲା କୋଟି କୋଟି ଟଙ୍କା

August 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାୟଗଡ଼ାରେ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଗଣତି: ବାହାରିଲା କୋଟି କୋଟି ଟଙ୍କା
ରାୟଗଡ଼ାରେ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଗଣତି: ବାହାରିଲା କୋଟି କୋଟି ଟଙ୍କା

ଭୁବେନେଶ୍ବର: ମାଆଙ୍କ ହୁଣ୍ଡିରୁ ବାହାରିଲା କୋଟି କୋଟି ଟଙ୍କା। ତା’ ସାଙ୍ଗକୁ ମିଳିଛି ଭକ୍ତଙ୍କ ପକ୍ଷରୁ ଦିଆଯାଇଥିବା ବିପୁଳ ସୁନା, ରୁପା ସାଙ୍ଗକୁ ବିଦେଶୀ ମୁଦ୍ରା। ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ପୀଠ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରରେ ଆଜି ଦାନ ହୁଣ୍ଡି ଖୋଲାଯାଇ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ଦୀର୍ଘ ଦୁଇ ମାସ ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଏବଂ ସିସିଟିଭି ନଜର ମଧ୍ୟରେ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ଦାନ ହୁଣ୍ଡିଗୁଡ଼ିକୁ ଖୋଲାଯାଇଥିଲା। ହୁଣ୍ଡି ଖୋଲିବା ପରେ ସେଥିରୁ ବିପୁଳ ପରିମାଣର ନଗଦ ଟଙ୍କା ସମେତ ସୁନା ଓ ରୁପାର ଅଳଙ୍କାର ଏବଂ ବହୁ ପରିମାଣର ବିଦେଶୀ ମୁଦ୍ରା ବାହାରିଥିବା ଦେଖିବାକୁ ମିଳିଛି।

ମନ୍ଦିର ପରିସରରେ ଥିବା ସମୁଦାୟ ୯ଟି ଦାନ ହୁଣ୍ଡିରୁ ମିଳିଥିବା ଶ୍ରଦ୍ଧାଞ୍ଜଳି ରାଶି ଓ ସାମଗ୍ରୀର ଗଣତି କାର୍ଯ୍ୟ ବର୍ତ୍ତମାନ ପୂର୍ଣ୍ଣ ଆଞ୍ଚରେ ଜାରି ରହିଛି। ଗଣତି ପ୍ରକ୍ରିୟାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ଜିଲ୍ଲା ପ୍ରଶାସନର ପ୍ରତିନିଧି, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ବିଭିନ୍ନ ବ୍ୟାଙ୍କର କର୍ମଚାରୀମାନେ ନିୟୋଜିତ ଅଛନ୍ତି। ନଗଦ ଟଙ୍କା ଗଣିବା ପାଇଁ ବିଶେଷ ଭାବେ କ୍ୟାସ କାଉଣ୍ଟିଙ୍ଗ ମେସିନ୍ ବ୍ୟବହାର କରାଯାଉଛି। ସମ୍ପୂର୍ଣ୍ଣ ଗଣତି ଶେଷ ହେବା ପାଇଁ ଆଜି ସନ୍ଧ୍ୟା କିମ୍ବା ରାତି ୭ଟା କିମ୍ବା ତା’ଠାରୁ ଅଧିକ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ ଯେ, ଗତ ଜୁନ୍‌ ମାସରେ ମା’ଙ୍କ ଦାନ ହୁଣ୍ଡି ଖୋଲାଯାଇଥିଲା। ସେତେବେଳେ ହୁଣ୍ଡିରୁ ମୋଟ ୧ କୋଟି ୨୨ ଲକ୍ଷ ୨୯ ହଜାର ୬୨୩ ଟଙ୍କା ସମେତ ୨୨ ଗ୍ରାମ ସୁନା, ୧ କିଲୋ ୩୦୦ ଗ୍ରାମ ରୁପା ଏବଂ ୯ଟି ବିଦେଶୀ ମୁଦ୍ରା ମିଳିଥିଲା। ଚଳିତ ଥର ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଦାନ ପରିମାଣ ମଧ୍ୟ ଗତଥର ତୁଳନାରେ ଅଧିକ ହେବ ବୋଲି ଆଶା କରାଯାଉଛି। ମୋଟ କେତେ ପରିମାଣର ନଗଦ ଟଙ୍କା ଓ ସୁନା-ରୁପା ସାମଗ୍ରୀ ମିଳିଛି, ଗଣତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହେବା ପରେ ହିଁ ଆଧିକାରିକ ଭାବେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ। ମା’ ମଝିଘରିଆଣୀଙ୍କ ପୀଠ ପ୍ରତି କେବଳ ଓଡ଼ିଶା ନୁହେଁ, ବରଂ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ଅନ୍ୟାନ୍ୟ ପଡ଼ୋଶୀ ରାଜ୍ୟର ଲକ୍ଷ ଲକ୍ଷ ଭକ୍ତଙ୍କର ଗଭୀର ଆସ୍ଥା ଓ ବିଶ୍ବାସ ରହିଛି।

ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଆସି ନିଜର ମନସ୍କାମନା ପୂରଣ ପାଇଁ ଦାନ ହୁଣ୍ଡିରେ ଶ୍ରଦ୍ଧାର ସହ ନଗଦ ଟଙ୍କା, ସୁନା, ରୁପା ଓ ବୈଦେଶିକ ମୁଦ୍ରା ଅର୍ପଣ କରିଥାନ୍ତି। ହୁଣ୍ଡିରୁ ସଂଗୃହିତ ଏହି ଅର୍ଥକୁ ମନ୍ଦିରର ବିକାଶ, ଭକ୍ତଙ୍କ ସେବା-ସୁବିଧା, ପାକଶାଳା ପରିଚାଳନା ଏବଂ ବିଭିନ୍ନ ସାମାଜିକ ଓ କଲ୍ୟାଣକାରୀ କାର୍ଯ୍ୟରେ ବିନିଯୋଗ କରାଯାଇଥାଏ। ଆଜିର ଏହି ଗଣତି କାର୍ଯ୍ୟକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ବଳ ମୁତୟନ କରାଯାଇଛି।

ଦାନ ହୁଣ୍ଡି ଗଣତି ମା’ ମଝିଘରିଆଣୀ ରାୟଗଡା
Share. Facebook Twitter LinkedIn Email WhatsApp Copy Link

Related Posts

ଭୋଟର ତାଲିକା ସଂଶୋଧନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ପାଇଲଟ୍ ସର୍ଭେ

August 31, 2026

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ୭ ମୃତ, ୨୪ ଆହତ

August 31, 2026

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ବିକ୍ରମ ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

August 31, 2026

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ: ପଶ୍ଚିମ ଓଡ଼ିଶା ପାଇଁ ରେଡ୍‌ ଆଲର୍ଟ

August 31, 2026
Latest News

ରାୟଗଡ଼ାରେ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଗଣତି: ବାହାରିଲା କୋଟି କୋଟି ଟଙ୍କା

August 31, 2026

ଭୋଟର ତାଲିକା ସଂଶୋଧନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ପାଇଲଟ୍ ସର୍ଭେ

August 31, 2026

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ୭ ମୃତ, ୨୪ ଆହତ

August 31, 2026

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ବିକ୍ରମ ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

August 31, 2026

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ: ପଶ୍ଚିମ ଓଡ଼ିଶା ପାଇଁ ରେଡ୍‌ ଆଲର୍ଟ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.