Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୧୦ ମାସ ପରେ ଜେଲରୁ ବାହାରିଲେ ବିକ୍ରମ ପଣ୍ଡା: ବିଜେଡି କର୍ମୀଙ୍କ ବିଶାଳ ଶୋଭାଯାତ୍ରା
ବିଶେଷ ଖବର

୧୦ ମାସ ପରେ ଜେଲରୁ ବାହାରିଲେ ବିକ୍ରମ ପଣ୍ଡା: ବିଜେଡି କର୍ମୀଙ୍କ ବିଶାଳ ଶୋଭାଯାତ୍ରା

September 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
୧୦ ମାସ ପରେ ଜେଲରୁ ବାହାରିଲେ ବିକ୍ରମ ପଣ୍ଡା: ବିଜେଡି କର୍ମୀଙ୍କ ବିଶାଳ ଶୋଭାଯାତ୍ରା
୧୦ ମାସ ପରେ ଜେଲରୁ ବାହାରିଲେ ବିକ୍ରମ ପଣ୍ଡା: ବିଜେଡି କର୍ମୀଙ୍କ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର/ଭୁବନେଶ୍ୱର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଦୀର୍ଘ ୧୦ ମାସ ଜେଲରେ ରହିବା ପରେ ସର୍ତ୍ତମୂଳକ ଜାମିନରେ ମୁକୁଳିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡା। ଓଡ଼ିଶା ଉଚ୍ଚ ନ୍ୟାୟାଳୟରୁ ଜାମିନ ମିଳିବା ପରେ ଆଜି ସେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରକୁ ଆସିଛନ୍ତି। ଜେଲରୁ ବାହାରିବା ପରେ ସେ “ଧର୍ମର ବିଜୟ ହୋଇଛି” ବୋଲି ପ୍ରତିକ୍ରିୟା ଦେଇଛନ୍ତି।

ସୋମବାର ହାଇକୋର୍ଟଙ୍କ ପକ୍ଷରୁ ବିକ୍ରମଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରାଯାଇଥିଲା। ଆଜି ଜାମିନ ସମ୍ପର୍କିତ ଆବଶ୍ୟକୀୟ କାଗଜପତ୍ର ବ୍ରହ୍ମପୁରର ତୃତୀୟ ଏଡିଜେ କୋର୍ଟରେ ଦାଖଲ କରାଯିବା ପରେ ତାଙ୍କର ମୁକ୍ତି ପ୍ରକ୍ରିୟା ଶେଷ ହୋଇଥିଲା। କୋର୍ଟଙ୍କ ସର୍ତ୍ତ ଅନୁସାରେ ୧୦ ଦିନରୁ ଅଧିକ ସମୟ ଜିଲ୍ଲା ବାହାରକୁ ଗଲେ କୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ, ବିନା ଅନୁମତିରେ ସେ ରାଜ୍ୟ କିମ୍ବା ଦେଶ ବାହାରକୁ ଯାଇପାରିବେ ନାହିଁ, କୌଣସି ସାକ୍ଷୀଙ୍କୁ ଧମକ କିମ୍ବା ଚମକ ଦେଇପାରିବେ ନାହିଁ, କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ ସମୟରେ ଉପସ୍ଥିତ ରହିବେ ଏବଂ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଏହି ଜାମିନ ପ୍ରଦାନ କରାଯାଇଛି।

ବିକ୍ରମ ପଣ୍ଡା ଜେଲରୁ ବାହାରିବା ସମୟରେ କାରାଗାର ଫାଟକ ସମ୍ମୁଖରେ ବିଜେଡିର ବହୁ ବରିଷ୍ଠ ନେତା, ଶୁଭେଚ୍ଛୁ, କର୍ମୀ ଓ ପରିବାର ଲୋକେ ଉପସ୍ଥିତ ଥିଲେ। ସେଠାରେ ଦଳୀୟ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା ଓ ଚିନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ। ଜେଲରୁ ବାହାରିବା ପରେ ଶତାଧିକ ସମର୍ଥକ ଓ କର୍ମୀ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ବାସଭବନକୁ ନେଇଥିଲେ।

ପୀତବାସ ପଣ୍ଡା ହତ୍ୟା ମାମଲା ବିକ୍ରମ ପଣ୍ଡା ବିଜେଡି କର୍ମୀ ବିଶାଳ ଶୋଭାଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣା ରୋକିବା ପାଇଁ ବଡ଼ ନିଷ୍ପତ୍ତି: ସେପ୍ଟେମ୍ବରରୁ ମାର୍ଚ୍ଚ ଯାଏଁ ‘ଶୂନ୍ୟ ମୃତ୍ୟୁ ସପ୍ତାହ’

September 1, 2026

ଘରେ ପଶି ନାବାଳିକାକୁ ଆକ୍ରମଣ: ୨ ନାବାଳକ ସମେତ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

September 1, 2026

ପ୍ରଥମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ବାରଣାସୀ ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ

September 1, 2026

ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ନିର୍ମାଣ ଲାଗି ନିଲାମ କ୍ରେତା ମଧ୍ୟରେ ପ୍ରବଳ ଆଗ୍ରହ

September 1, 2026
Latest News

ଆଇଆଇଏମ୍‌ସି ଇତିହାସରେ ପ୍ରଥମ: ଆଇଆଇଏସ୍ ପ୍ରଶିକ୍ଷାର୍ଥୀଙ୍କୁ ମିଳିଲା ସ୍ନାତକୋତ୍ତର ଡିଗ୍ରୀ

September 1, 2026

ସଡ଼କ ଦୁର୍ଘଟଣା ରୋକିବା ପାଇଁ ବଡ଼ ନିଷ୍ପତ୍ତି: ସେପ୍ଟେମ୍ବରରୁ ମାର୍ଚ୍ଚ ଯାଏଁ ‘ଶୂନ୍ୟ ମୃତ୍ୟୁ ସପ୍ତାହ’

September 1, 2026

ଘରେ ପଶି ନାବାଳିକାକୁ ଆକ୍ରମଣ: ୨ ନାବାଳକ ସମେତ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

September 1, 2026

ପ୍ରଥମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ବାରଣାସୀ ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ

September 1, 2026

୧୦ ମାସ ପରେ ଜେଲରୁ ବାହାରିଲେ ବିକ୍ରମ ପଣ୍ଡା: ବିଜେଡି କର୍ମୀଙ୍କ ବିଶାଳ ଶୋଭାଯାତ୍ରା

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.